କରୋନା ପାଇଁ ଇଂଲଣ୍ଡ କ୍ରିକେଟକୁ ହେବ ବିପୁଳ କ୍ଷତି!

ଲଣ୍ଡନ: କୋଭିଡ୍‌-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱ ଏବେ ଭୟଭୀତ। ଏହାର ପ୍ରଭାବରେ ସାରା ଦୁନିଆର କ୍ରୀଡ଼ା ଇଭେଣ୍ଟକୁ ବାତିଲ୍ କିମ୍ବା ସ୍ଥଗିତ କରାଯାଇଛି। କ୍ରିକେଟ୍ ଜଗତ ମଧ୍ୟ ଏଥିରୁ ବଞ୍ଚିତ ରହିନାହିଁ। ଏହି ମହାମାରୀ ଯୋଗୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ଏ ନେଇ ଇସିବିର ମୁଖ୍ୟ ଟମ୍ ହାରିସନ୍ କହିଛନ୍ତି, କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ସିଜନରେ କୌଣସି […]

tom-harison

tom-harison

Ranjit Kumar Jena
  • Published: Thursday, 02 April 2020
  • Updated: 02 April 2020, 09:13 PM IST

Sports

Latest News

ଲଣ୍ଡନ: କୋଭିଡ୍‌-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱ ଏବେ ଭୟଭୀତ। ଏହାର ପ୍ରଭାବରେ ସାରା ଦୁନିଆର କ୍ରୀଡ଼ା ଇଭେଣ୍ଟକୁ ବାତିଲ୍ କିମ୍ବା ସ୍ଥଗିତ କରାଯାଇଛି। କ୍ରିକେଟ୍ ଜଗତ ମଧ୍ୟ ଏଥିରୁ ବଞ୍ଚିତ ରହିନାହିଁ। ଏହି ମହାମାରୀ ଯୋଗୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ଏ ନେଇ ଇସିବିର ମୁଖ୍ୟ ଟମ୍ ହାରିସନ୍ କହିଛନ୍ତି, କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ସିଜନରେ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳାଯାଇ ନାହିଁ, ତେଣୁ ଏଥିଯୋଗୁ ଇସିବିକୁ ୩୦କୋଟି ପାଉଣ୍ଡ (ପାଖାପାଖି ୨୮୩୫ କୋଟି)ରୁ ଅଧିକ କ୍ଷତି ହୋଇପାରେ।

ହାରିସନ୍ ଇସିବିର ସେହି କର୍ମଚାରୀଙ୍କ ମଧ୍ୟରେ ସାମିଲ୍ ଅଛନ୍ତି, ଯିଏ ଏଭଳି ଏକ ସଙ୍କଟ ସମୟରୁ ଉଦ୍ଧାର ପାଇବା ପାଇଁ ନିଜ ନିଜର ଦରମାର ୨୦ ପ୍ରତିଶତ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଇଏସପିଏନ୍ କ୍ରିକଇନଫୋ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର କେନ୍ଦ୍ରୀୟ ଚୁକ୍ତିବଦ୍ଧ କ୍ରିକେଟର ଇସିବିର ଏହି ପ୍ରସ୍ତାବକୁ ଅସ୍ୱୀକାର କରିପାରନ୍ତି। ଏହି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଇସିବି ଏଭଳି ଯୋଜନା ପ୍ରସ୍ତୁତ କରିଛି। ଏଭଳି ସଙ୍କଟ ସମୟର ସମାଧାନ ପାଇଁ ଇସିବି ୬୧ ମିଲିୟନ୍ (୬ କୋଟି ୧୦ ଲକ୍ଷ) ଟଙ୍କାର ପ୍ୟାକେଜ୍ ଘୋଷଣା କରିଛି। ପ୍ରଫେସନାଲ୍ କ୍ରିକେଟର୍ସ ଆସୋସିଏସନ୍ (ପିସିଏ)ର ମୁଖ୍ୟ ଟୋନି ଆଇରିସଙ୍କୁ ପଠାଯାଇଥିବା ପତ୍ରରେ ହାରିସନ୍ ମହାମାରୀ ଯୋଗୁ ଦୀର୍ଘଦିନ ଧରି ପ୍ରଭାବିତ ହୋଇଥିବା କ୍ରିକେଟ୍ କଥା ଉଠାଇଛନ୍ତି।

ଏହି ପତ୍ରରେ ହାରିସନ୍ ଲେଖିଛନ୍ତି, ଆଗାମୀ ତିନି ମାସ ପର୍ଯ୍ୟନ୍ତ ମୋ ଦରମାର ୨୫ପ୍ରତିଶତ କଟାଯିବ। ଏହି ମହାମାରୀ କ୍ରୀଡ଼ା ଜଗତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ କ୍ରିକେଟ୍ ଉପରେ ଏବେ ଏହାର ପ୍ରଭାବ ପଡ଼ିବ କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ବର୍ତ୍ତମାନ ସମୟ ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।

୨୦୧୬-୧୭ରେ ଇସିବିର ଜମାପୁଞ୍ଜି ୭କୋଟି ୩୦ଲକ୍ଷ ପାଉଣ୍ଡ ଥିଲା, ଯାହା ୨୦୧୮-୧୯ରେ ଏହା ୧କୋଟି ୧୦ଲକ୍ଷ ପାଉଣ୍ଡକୁ ଖସିଆସିଥିଲା। ଏଭଳି ସ୍ଥିତିରେ ଯଦି ଚଳିତ ସିଜନରେ କ୍ରିକେଟ୍ ମ୍ୟାଚ୍ ଖେଳା ନଯାଏ, ତାହେଲେ ଇସିବିର ଆର୍ଥିକ ଫଣ୍ଡ ଉପରେ ବହୁତ ପ୍ରଭାବ ପକାଇପାରେ। ହାରିସନ୍ ଆହୁରି କହିଛନ୍ତି, ଆମେ କେବଳ ମୋଟ ଆର୍ଥିକ ପ୍ରଭାବର ଅନୁମାନ ଲଗାଇପାରିବୁ, ଯାହା କିଛି ସମୟ ପର୍ଯ୍ୟନ୍ତ ସ୍ପଷ୍ଟ ହେବ ନାହିଁ। କିନ୍ତୁ ଅନୁମାନ ମୁତାବକ ପୂରା କ୍ରିକେଟ୍ ସିଜନ୍ ନହେବା ଦ୍ୱାରା ଇସିବିକୁ ୩୦କୋଟି ପାଉଣ୍ଡରୁ ଅଧିକ କ୍ଷତି ହେବ। ଏହି କ୍ଷତିକୁ ସୃଷ୍ଟିରେ ରଖି ହାରିସନ୍ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ କ୍ରିକେଟରଙ୍କ ଦରମାର ୨୦ପ୍ରତିଶତ କାଟିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଖେଳାଳିମାନେ ଏହାକୁ ସ୍ୱୀକାର କରିବେ ବୋଲି ସେ ଆଶାବାଦୀ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପିସିଏ ତରଫରୁ କୌଣସି ଜବାବ ମିଳିନାହିଁ।

କୋଭିଡ୍‌-୧୯ ମହାମାରୀ ଯୋଗୁ ଇସିବି ଆଗାମୀ ମେ' ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରଫେସନାଲ୍ କ୍ରିକେଟକୁ ସ୍ଥଗିତ କରିଦେଇଛି। ଏହି ମହାମାରୀ କାରଣରୁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୪୯ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ଏପରିକି ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ହଜାର ଟପିଥିବାବେଳେ ଏଥିରେ ୨୯୦୦ରୁ ଅଧିକ ଲୋକଙ୍କର ପ୍ରାଣହାନୀ ହୋଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ କାଉଣ୍ଟି ସିଜନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ କାଉଣ୍ଟି ସିଜନ୍ ଏପ୍ରିଲ୍ ୧୨ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପୁଣି କେବେ ଆରମ୍ଭ ହେବ, ତାହା କିଛି ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story