କରୋନା ପ୍ରଭାବ: ଅଧାରୁ ସ୍ଥଗିତ ହେଲା ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ସିରିଜ୍
ଜୋହାନସବର୍ଗ: ମହାମାରୀ କରୋନା ଯୋଗୁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସିରିଜକୁ ଅଧାରୁ ସ୍ଥଗିତ କରିଦିଆଯାଇଛି। ଦକ୍ଷିଣ ଆଫ୍ରିକାର ଆୟୋଜନରେ ଇଂଲଣ୍ଡ ଟିମକୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାର ଥିଲା। ଟି-୨୦ ସିରିଜ୍ ତ ନିର୍ଦ୍ଧାରିତ ସମୟ ଭିତରେ ଆୟୋଜନ ହେଲା, ଯାହାକୁ ଇଂଲଣ୍ଡ କ୍ଲିନସୁଇପ୍ କରିନେଇଥିଲା। କିନ୍ତୁ ଦିନିକିଆ ସିରିଜକୁ ଚାରିଦିନ ଭିତରେ ତିନିଥର ସ୍ଥଗିତ କରାଯାଇଛି।
🚨 JUST IN: The #SAvENG ODI series has been postponed.
The decision was taken jointly by the two boards to ensure the mental and physical health and welfare of players from both teams.
A decision will be made between the boards as to when the series will now take place. pic.twitter.com/tiGKEkNL0b
— ICC (@ICC) December 7, 2020
କେପଟାଉନର ହୋଟେଲରେ ଦୁଇ ଟିମର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଯେଉଁ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ଦୁଇ ଦଳର ଖେଳାଳିଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ଉଭୟ ବୋର୍ଡ ବାକି ସିରିଜକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ ଆଇସିସି ପୁରୁଷ ସୁପର୍ ଲିଗର ଅଂଶ। ଭବିଷ୍ୟତରେ ଏହି ସିରିଜ୍ ପୁନର୍ବାର କେବେ ହେବ, ସେ ନେଇ ଦୁଇ କ୍ରିକେଟ୍ ବୋର୍ଡ ମିଳିତ ନିଷ୍ପତ୍ତି ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।