ଦ୍ୱିତୀୟ ଟି-୨୦: ଭାରତ ଜିତିବା ପରେ ଭାଙ୍ଗିଲା ୩ ରେକର୍ଡ

ଅକଲାଣ୍ଡ: ସୂର୍ଯ୍ୟ କୁମାର ଯାଦଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆ ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ହରାଇ ଦେଇଛି। ଏଥିସହ ୩ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ଟି-୨୦ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଟି-୨୦ରେ ଭାରତ ବାଜିମାତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରେ ୬ ୱିକେଟ ହରାଇ ବିଶାଳ ୧୯୧ ରନ କରିଥିଲା। ସୂର୍ଯ୍ୟ କୁମାର […]

hardik

hardik

Hemant Lenka
  • Published: Monday, 21 November 2022
  • Updated: 21 November 2022, 05:17 PM IST

Sports

Latest News

ଅକଲାଣ୍ଡ: ସୂର୍ଯ୍ୟ କୁମାର ଯାଦଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆ ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ହରାଇ ଦେଇଛି। ଏଥିସହ ୩ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ଟି-୨୦ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଟି-୨୦ରେ ଭାରତ ବାଜିମାତ କରିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରେ ୬ ୱିକେଟ ହରାଇ ବିଶାଳ ୧୯୧ ରନ କରିଥିଲା। ସୂର୍ଯ୍ୟ କୁମାର ୫୧ ବଲରେ ଅପରାଜିତ ୧୧୧ ରନର ଇନିଂସ ଖେଳିଥିଲେ।

୧୯୨ ରନର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ହିଁ ଝୁଣ୍ଟିଥିଲା। ମଧ୍ୟଭାଗରେ ଭାରତୀୟ ସ୍ପିନରମାନେ କମାଲ କରିଥିଲେ। ଦୀପକ ହୁଡ୍ଡା ୪ ୱିକେଟ ନେଇଥିବା ବେଳେ ୟୁଜି ଚହଲ ୨ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ସଫଳତା ପାଇଥିଲେ। ଏହି ଘାତକ ବୋଲିଂ ଯୋଗୁ ନ୍ୟୁଜିଲ୍ୟାଣ୍ଡ ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ରେ ୩ଟି ବଡ଼ ରେକର୍ଡ ଭାଙ୍ଗିଛି।

୧-ଦୀପକ ହୁଡ୍ଡାଙ୍କ ରେକର୍ଡ

ବ୍ୟାଟିଂ ବେଳେ ଦୀପକ ହୁଡ୍ଡା ପ୍ରଥମ ବଲରେ ଆଉଟ ହୋଇଥିଲେ। କିନ୍ତୁ ବୋଲିଂରେ ସେ ଯାଦୁ ଦେଖାଇଛନ୍ତି। ସେ ୨.୫ ଓଭରରେ ୧୦ ରନ ଦେଇ ୪ କ୍ୱିୱି ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଏପରି ସଫଳତା ପରେ ହୁଡ୍ଡା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ଶତକ ହାସଲ କରିବା ସହ ୪ ୱିକେଟ ନେବାର ରେକର୍ଡର ଅଧିକାରୀ ହୋଇଛନ୍ତି।

ଚଳିତ ବର୍ଷ ୨୭ ବର୍ଷୀୟ ଦୀପକ ହୁଡ୍ଡା ଆୟର୍ଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ସେ ଓପନିଂ କରିବାକୁ ଆସି ଶତକ ମାରିଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର କମାଣ ସମ୍ଭାଳିଥିଲେ। ଏବେ ସେହି ପ୍ୟାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ହୁଡ୍ଡା ୪ ୱିକେଟ ଦଖଲ କରିଛନ୍ତି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ହୁଡ୍ଡା ପ୍ରଥମ ଭାରତୀୟ ଭାବେ ୪ ୱିକେଟ ନେବାର ରେକର୍ଡ କରିଛନ୍ତି। ଆଜି ଯାଏ କୌଣସି ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ଟି ୱିକେଟ ନେଇପାରି ନଥିଲେ। ସେହିପରି ସେ ୪ର୍ଥ ଖେଳାଳି ଭାବେ ଭାରତ-ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କୌଣସି ମ୍ୟାଚ୍‌ରେ ୪ଟି ୱିକେଟ ନେଇଛନ୍ତି। ଡାନେଲ ଭିଟୋରୀ(୪/୨୦), ମିଚେଲ ସାଣ୍ଟନର(୪/୧୧) ଓ ଟ୍ରେଣ୍ଟ ବୋଲ୍ଟ(୪/୩୪) ପୂର୍ବରୁ ଭାରତ ବିପକ୍ଷରେ ୪ଟି ଲେଖାଏ ୱିକେଟ ନେଇଥିଲେ।

୨- ଏକରୁ ଅଧିକ ଥର ହ୍ୟାଟ୍ରିକ ୱିକେଟ ନେବାରେ ସାଉଦି ୨ୟ ବୋଲର

ଭାରତ ମ୍ୟାଚ୍‌ ଜିତିଥିଲେ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଟିମ ସାଉଦି ହ୍ୟାଟ୍ରିକ ୱିକେଟ ନେଇଥିଲେ। ପୂରା ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ଶେଷ ଓଭରରେ ସାଉଦି ମାତ୍ର ୫ ରନ ଦେଇଥିଲେ। ସେହିପରି ହ୍ୟାଟ୍ରିକ ମଧ୍ୟ ହାସଲ କରିଥିଲେ। ଅବଶ୍ୟ ଏହି ଓଭରରେ ଗୋଟିଏ ହେଲେ ବଲ ସୂର୍ଯ୍ୟ କୁମାର ସାମ୍ନା କରିବାର ସୁଯୋଗ ପାଇ ନଥିଲେ। ଶେଷ ଓଭରର କ୍ରମାଗତ ୩ଟି ବଲରେ ସାଉଦି ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା ଓ ୱାଶିଂଟନ ସୁନ୍ଦରଙ୍କୁ ଆଉଟ କରି ଟି-୨୦ରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ହାସଲ କରିଛନ୍ତି।

ଲସିତ ମାଲିଙ୍ଗାଙ୍କ ପରେ ସାଉଦି ଏକମାତ୍ର କ୍ରିକେଟର ଯିଏ, ଟି-୨୦ ମ୍ୟାଚ୍‌ରେ ଏକରୁ ଅଧିକ ଥର ହ୍ୟାଟ୍ରିକ ୱିକେଟ ନେଇଛନ୍ତି। ସାଉଦି ୨୦୧୦ରେ ପାକିସ୍ତାନ ବିପକ୍ଷ ଅକଲାଣ୍ଡ ଟି-୨୦ ମ୍ୟାଚ୍‌ରେ ନିଜ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ ୱିକେଟ ପାଇଥିଲେ।

୩- ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତର ବିଜୟ ରେକର୍ଡ

ଭାରତୀୟ ଟିମ ଚଳିତ ବର୍ଷ ଏକାଧିକ ରେକର୍ଡ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଭାରତର ଚଳିତ କ୍ୟାଲେଣ୍ତର ବର୍ଷରେ ୬୨ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ଗୋଟିଏ କ୍ୟାଲେଣ୍ତର ବର୍ଷରେ କୌଣସି ଟିମ ଏତେ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍‌ କେବେ ଖେଳି ନଥିଲେ। ଏହାବାଦ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟିମ ଇଣ୍ଡିଆ ଏକମାତ୍ର ଟିମ ଭାବେ ୫୦ରୁ ଅଧିକ ରନ ବ୍ୟବଧାନରେ ୧୦ ବିଜୟ ହାସଲ କରିବାର କୀର୍ତ୍ତିମାନ ହାସଲ କରିଛି। ରବିବାର ଦଳ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ହରାଇଥିଲା।

ଏହି ୫୦+ ରନ ବ୍ୟବଧାନରେ ବିଜୟ ତାଲିକାର ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ରହିଛି। କ୍ୱିୱି ଟିମ ୨୦୨୨ରେ ମୋଟ ୬ଟି ମ୍ୟାଚ୍‌ ୫୦ରୁ ଅଧିକ ରନ ବ୍ୟବଧାନରେ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos