ଅହମ୍ମଦାବାଦ: ଏଠାରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ଟିମର ସ୍ପିନର ଜ୍ୟାକ୍ ଲିଚ୍ ଦ୍ୱିତୀୟ ଦିବସରେ ଆରମ୍ଭରୁ ସଫଳତା ହାସଲ କରିଛନ୍ତି। ପ୍ରଥମ ଦିବସରେ ଅପରାଜିତ ଥିବା ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଦିବସରେ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନାହାନ୍ତି।
ଉଭୟ ରାହାଣେ ଓ ରୋହିତଙ୍କ ଶିକାର କରିଛନ୍ତି ଲିଚ୍। ଭାରତର ସ୍କୋର ୧୧୪ ଥିବା ବେଳେ ରାହାଣେ (୭) ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ରୋହିତ ମଧ୍ୟ ସମାନ ଢଙ୍ଗରେ ଆଉଟ୍ ହୋଇଛନ୍ତି। ରୋହିତ୍ ୯୬ ବଲରେ ୧୧ ଚୌକା ସହ ୬୬ ରନ୍ କରିଛନ୍ତି।
ସେହିପରି ଋଷଭ ପନ୍ତ ମଧ୍ୟ ନିରାଶ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ପନ୍ତ ମାତ୍ର ୧ ରନ୍ କରି ଜୋ ରୁଟଙ୍କ ବଲରେ ଆଉଟ୍ ହୋଇଛନ୍ତି। ଶେଷ ଖବର ଲେଖା ହେଲା ବେଳକୁ ଭାରତ ୬ ୱିକେଟ୍ ହରାଇ ୧୧୭ ରନ୍ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଭାରତ ଏବେ ୫ ରନରେ ଆଗୁଆ ରହିଛି। ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ ଓ ୱାଶିଂଟନ୍ ସୁନ୍ଦର କୌଣସି ରନ୍ ନକରି ଅପରାଜିତ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଘଟଣା ବହୁଳ ପ୍ରଥମ ଦିନ: ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସାମ୍ନାରେ ଝଡ଼ିଲା ରେକର୍ଡ ସଂଖ୍ୟକ ୱିକେଟ
ପର୍ଥ ଟେଷ୍ଟର ପ୍ରଥମ ଦିନରେ ୧୭ ୱିକେଟ ଝଡ଼ିବା ଗୋଟିଏ ରେକର୍ଡ। ୧୯୫୨ ପରେ ଅଷ୍ଟ୍ରେଲିଆ ମାଟିରେ ଏପରି ଘଟଣା ଘଟିଛି। ସେହିପରି ଆଜି ପର୍ଥରେ ମଧ୍ୟ ରେକର୍ଡ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିଥିଲେ।
Cricket
ମ୍ୟାଚ ବେଳେ ଆଇପିଏଲ ଅକ୍ସନ କଥା ପନ୍ତଙ୍କୁ ପଚାରିଲେ ଲାୟନ, ମିଳିଲା ଏମିତି ଜବାବ
ଆଇପିଏଲର ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ରିଲିଜ କରିଦେଇଛି। ତେଣୁ ସେ ମେଗା ଅକ୍ସନରେ ସାମିଲ ହେଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି।
Cricket
ପର୍ଥରେ ବୋଲରଙ୍କ ମଉଜ: ଭାରତ ୧୫୦, ଅଷ୍ଟ୍ରେଲିଆ ୬୭/୭
ପ୍ରଥମେ ଅଷ୍ଟ୍ରେଲିଆର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ଘାଣ୍ଟିଥିଲେ। ଏହାପରେ ବିଦେଶ ମାଟିରେ ଭାରତୀୟ ବୋଲର ଘରୋଇ ଅଷ୍ଟ୍ରେଲିଆକୁ ଘାଇଲା କରିଛନ୍ତି।
Cricket
ବର୍ଡର-ଗାଭାସ୍କର ଟ୍ରଫି: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୫୦ରେ ଅଲ୍-ଆଉଟ୍
ପର୍ଥରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ।
Cricket
ଏକାଧିକ ବିଶ୍ୱ ରେକର୍ଡ ଠାରୁ ଅଳ୍ପ ଦୂରରେ ଯଶସ୍ୱୀ ଜୈସୱାଲ
ପର୍ଥ ପିଚ୍ ପେସ୍ ଓ ବାଉନ୍ସ ପାଇଁ ଜଣାଶୁଣା। ଏପରି ସ୍ଥିତିରେ ଜୈସୱାଲ ନୂଆ ବଲରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।