ବିଶ୍ୱ ରେକର୍ଡ ପରେ ଅକ୍ଷୟଙ୍କ ଜଲୱା ଜାରି, ୫ ରନ ଦେଇ ନେଲେ ୪ ୱିକେଟ

ନୂଆଦିଲ୍ଲୀ: ଦୁଇ ହାତରେ ବୋଲିଂ କରିବାର କ୍ଷମତା ରଖିଥିବା ଭାରତୀୟ ସ୍ପିନର ଅକ୍ଷୟ କର୍ଣ୍ଣେୱର ନିଜର ଜଲୱା ଦେଖାଇ ଚାଲିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ପୂର୍ବରୁ ବିଶ୍ୱ ରେକର୍ଡ କରିଥିବା ବେଳେ ମଙ୍ଗଳବାର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସୋମବାର ମଣିପୁର ବିପକ୍ଷ ମ୍ୟାଚ୍‌ରେ ସେ ନିଜର ୪ ଓଭର କୋଟା ବୋଲିଂ କରି ଗୋଟିଏ ହେଲେ ରନ୍ ଦେଇ ନଥିଲେ। ଏଥିସହ ଦୁଇ ଜଣ ବ୍ୟାଟସମ୍ୟାନଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ। ପୂର୍ବରୁ […]

akshya

akshya

Hemant Lenka
  • Published: Wednesday, 10 November 2021
  • Updated: 10 November 2021, 02:36 PM IST

ନୂଆଦିଲ୍ଲୀ: ଦୁଇ ହାତରେ ବୋଲିଂ କରିବାର କ୍ଷମତା ରଖିଥିବା ଭାରତୀୟ ସ୍ପିନର ଅକ୍ଷୟ କର୍ଣ୍ଣେୱର ନିଜର ଜଲୱା ଦେଖାଇ ଚାଲିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେ ପୂର୍ବରୁ ବିଶ୍ୱ ରେକର୍ଡ କରିଥିବା ବେଳେ ମଙ୍ଗଳବାର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସୋମବାର ମଣିପୁର ବିପକ୍ଷ ମ୍ୟାଚ୍‌ରେ ସେ ନିଜର ୪ ଓଭର କୋଟା ବୋଲିଂ କରି ଗୋଟିଏ ହେଲେ ରନ୍ ଦେଇ ନଥିଲେ।

ଏଥିସହ ଦୁଇ ଜଣ ବ୍ୟାଟସମ୍ୟାନଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ। ପୂର୍ବରୁ ଟି-୨୦ରେ କୌଣସି ବୋଲର ଏପରି କମଲା କରି ନଥିଲେ। ଏହି ବିଶ୍ୱ ରେକର୍ଡ ପରେ ବି ଅକ୍ଷୟ ନିଜର ଜଲୱା ମଙ୍ଗଳବାର  ବିଦର୍ଭ ବନାମ ସିକ୍କିମ ମ୍ୟାଚ୍‌ରେ ଦେଖାଇଛନ୍ତି।  ବିଦର୍ଭ ପକ୍ଷରୁ ମ୍ୟାଚ୍‌ ଖେଳୁଥିବା ଅକ୍ଷୟ ନିଜର ୪ ଓଭର୍‌ରେ ମାତ୍ର ୫ ରନ୍‌ ଦେଇ ୪ ଜଣଙ୍କୁ ଆଉଟ କରିଛନ୍ତି।

ଏଥିସହ ହ୍ୟାଟ୍ରିକ ୱିକେଟ ମଧ୍ୟ ଦଖଲ କରିଥିଲେ। ମ୍ୟାଚ୍‌ରେ ସେ ଅଜିତ କାର୍ତ୍ତିକ, କ୍ରାନ୍ତୀ କୁମାର, ଆଶିଷ ଥାପ୍ପା ଓ ନିଲେଶ ଲାମିଚାନେଙ୍କୁ ଆଉଟ କରିଥିଲେ। ୨୦୬ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ସିକ୍କିମକୁ ଅକ୍ଷୟ ଓ ତାଙ୍କ ଟିମ ମାତ୍ର ୭୫ ରନ୍‌ରେ ଅଟକାଇ ଦେଇଥିଲେ। ଫଳରେ  ବିଦର୍ଭ ୧୩୦ରେ ମ୍ୟାଚ୍‌କୁ ଜିତି ନେଇଛି।

ବର୍ତ୍ତମାନ ସୟଦ ମୁସ୍ତାକ ଅଲୀ ଟ୍ରଫିର ପ୍ଲେଟ ଗ୍ରୁପ୍‌ରେ  ବିଦର୍ଭ ୫ ମ୍ୟାଚ୍‌ରୁ ୨୦ ଏପଣ୍ଟ ହାସଲ କରିଛି। ଦଳ ତା’ ଗ୍ରୁପର ଶୀର୍ଷ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ମେଘାଳୟ ଓ ତ୍ରିପୁରା ତୃତୀୟ ସ୍ଥାନରେ ରହିଛି। ଅକ୍ଷୟ ମଧ୍ୟ ୫ ମ୍ୟାଚ୍‌ରେ ୧୦ ୱିକେଟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story