୨୪ ବର୍ଷ ପରେ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଅଷ୍ଟ୍ରେଲିଆ

ଦୁବାଇ: ପାକିସ୍ତାନ କ୍ରିକେଟ ପ୍ରେମୀଙ୍କ ପାଇଁ ଡବଲ ଖୁସି ଖବର। ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଏବେ ଇସଲାମାବାଦ ପାଇଁ ଆଉ ଗୋଟିଏ ଖୁସି ଖବର ଆସିଛି। ପାକିସ୍ତାନରେ ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ରାଜି ହୋଇଛି। ଦୁଇ ଦେଶ ମଧ୍ୟରେ ଆସନ୍ତାବର୍ଷ ଆରମ୍ଭରେ ଟେଷ୍ଟ, ଦିନିକିଆ ଓ ଟି-୨୦ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସୁରକ୍ଷା […]

CA

CA

Hemant Lenka
  • Published: Monday, 08 November 2021
  • Updated: 08 November 2021, 03:43 PM IST

ଦୁବାଇ: ପାକିସ୍ତାନ କ୍ରିକେଟ ପ୍ରେମୀଙ୍କ ପାଇଁ ଡବଲ ଖୁସି ଖବର। ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଏବେ ଇସଲାମାବାଦ ପାଇଁ ଆଉ ଗୋଟିଏ ଖୁସି ଖବର ଆସିଛି। ପାକିସ୍ତାନରେ ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ରାଜି ହୋଇଛି। ଦୁଇ ଦେଶ ମଧ୍ୟରେ ଆସନ୍ତାବର୍ଷ ଆରମ୍ଭରେ ଟେଷ୍ଟ, ଦିନିକିଆ ଓ ଟି-୨୦ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ। ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।

ସୁରକ୍ଷା ଦୃଷ୍ଟି କୋଣରୁ ଗୋଟିଏ ପରେ ଗୋଟିଏ ଦଳ ପାକିସ୍ତାନକୁ ଯିବାକୁ ମନା କରି ଦେଉଛନ୍ତି। ହେଲେ ଅଷ୍ଟ୍ରେଲିଆ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ପାକିସ୍ତାନ ସହ ଟେଷ୍ଟ, ଦିନିକିଆ ଓ ଗୋଟିଏ ଟି-୨୦ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଦଳ ଇସଲାମାବାଦ ଗସ୍ତ କରିବ।

ଦୀର୍ଘ ୨୪ ବର୍ଷ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ କୌଣସି ସିରିଜ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିବ। ଅଷ୍ଟ୍ରେଲିଆର ଟୁର ସମ୍ପର୍କରେ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳାଯିବ।

ଶେଷ ଥର ପାଇଁ ଅଷ୍ଟ୍ରେଲିଆ ୧୯୯୮ରେ କୌଣସି ସିରିଜ୍‌ ଖେଳିବାକୁ ପାକିସ୍ତାନ ଯାଇଥିଲା। ତେଣୁ ଦୀର୍ଘ ୨୪ ପରେ ପୁଣିଥରେ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ପାଇଁ ମ୍ୟାଚ୍‌ ସୂଚୀ ଧାର୍ଯ୍ୟ କରାଯାଇଛି।

ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ କରାଚିରେ ମାର୍ଚ୍ଚ ୩ରେ ଆରମ୍ଭ ହେବ। ଏହାପରେ ରାୱଲପିଣ୍ଡିରେ ମାର୍ଚ୍ଚ ୧୨ରୁ ଦ୍ୱିତୀୟ ଟେଷ୍ଟ ଓ ମାର୍ଚ୍ଚ ୨୧ରୁ ଲାହୋର୍‌ରେ ତୃତୀୟ ଟେଷ୍ଟ ଖେଳାଯିବ। ୩ଟି ଯାକ ଦିନିକିଆ ମ୍ୟାଚ୍‌ ଲାହୋର୍‌ରେ ମାର୍ଚ୍ଚ ୨୯, ୩୧ ଓ ଏପ୍ରିଲ ୨ରେ ଅନୁଷ୍ଠିତ ହେବ। ‌ଅଷ୍ଟ୍ରେଲିଆ ଗସ୍ତର ଏକମାତ୍ର ଟି-୨୦ ମ୍ୟାଚ୍‌ ଏପ୍ରିଲ ୫ ସେହି ଲାହୋର୍‌ରେ ଖେଳାଯିବ।

ପାକିସ୍ତାନ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ମିଳିତ ଭାବେ ଆଲୋଚନା କରିବା ପରେ ଏପରି ମ୍ୟାଚ୍‌ ସୂଚୀ ପ୍ରସ୍ତୁତ ହୋଇଛି। ପାକିସ୍ତାନ ପକ୍ଷରୁ ଅଷ୍ଟ୍ରେଲିଆ ଟିମ୍‌କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ ଅଷ୍ଟ୍ରେଲିଆ ଟିମ୍‌କୁ ସ୍ୱାଗତ କରିବା ପାକ୍‌ ବୋର୍ଡ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ପିସିବି ମୁଖ୍ୟ ରମିଜ ରାଜା କହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍‌ ହକଲେ ମଧ୍ୟ ଗସ୍ତକୁ ନେଇ ଖୁସି ଥିବା କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ସହ ସିରିଜ୍‌ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଇସଲାମାବାଦ ଯାଇଥିଲା। ତେବେ ପ୍ରଥମ ଦିନିକିଆ ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିବାର କିଛି ମିନିଟ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ସୁରକ୍ଷା ଦୃଷ୍ଟିକୋଣରୁ ଉକ୍ତ ସିରିଜ୍‌କୁ ବାତିଲ କରିଥିଲା। ଏହାପରେ ଇଂଲଣ୍ଡ ମଧ୍ୟ ସମାନ ସୁରକ୍ଷା ଆଳ ଦେଖାଇ ପାକିସ୍ତାନ ଗସ୍ତକୁ ବାତିଲ କରିଥିଲା। ଏହାକୁ ନେଇ ସାରା ବିଶ୍ୱରେ ବେଶ ହଟଚମଟ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story