ବିଦେଶ ମାଟିରେ ବୁମ୍ରା ଲେଖିଲେ ନୂଆ ଇତିହାସ

ସେଞ୍ଚୁରିଅନ: ବିଦେଶ ମାଟିରେ ପ୍ରଥମ ଭାରତୀୟ ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା। ସେ ପ୍ରଥମ ଭାରତୀୟ ଭାବେ ବିଦେଶ ମାଟିରେ ସବୁଠାରୁ କମ ଇନିଂସ୍‌ରେ ନିଜ ଟେଷ୍ଟ କ୍ୟାରିୟର୍‌ରେ ୧୦୦ତମ ୱିକେଟ ଦଖଲ କରିଛନ୍ତି। ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ଏହି ଐତିହାସିକ ବିଜୟରେ ବୁମ୍ରା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବୁଧବାର ସେ ଦକ୍ଷିଣ ଆଫ୍ରିକାର ରସେଇ ଭାନ ଡେର ଡୁସେନଙ୍କୁ କ୍ଲିନବୋଲ୍ଡ […]

Bumrah

Bumrah

Hemant Lenka
  • Published: Thursday, 30 December 2021
  • Updated: 30 December 2021, 09:39 PM IST

Sports

Latest News

ସେଞ୍ଚୁରିଅନ: ବିଦେଶ ମାଟିରେ ପ୍ରଥମ ଭାରତୀୟ ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା। ସେ ପ୍ରଥମ ଭାରତୀୟ ଭାବେ ବିଦେଶ ମାଟିରେ ସବୁଠାରୁ କମ ଇନିଂସ୍‌ରେ ନିଜ ଟେଷ୍ଟ କ୍ୟାରିୟର୍‌ରେ ୧୦୦ତମ ୱିକେଟ ଦଖଲ କରିଛନ୍ତି। ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି।

ଏହି ଐତିହାସିକ ବିଜୟରେ ବୁମ୍ରା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବୁଧବାର ସେ ଦକ୍ଷିଣ ଆଫ୍ରିକାର ରସେଇ ଭାନ ଡେର ଡୁସେନଙ୍କୁ କ୍ଲିନବୋଲ୍ଡ କରି ବିଦେଶ ମାଟିରେ ନିଜର ୧୦୦ତମ ୱିକେଟ ପୂରଣ କରିଛନ୍ତି। ପୂର୍ବରୁ ସବୁଠାରୁ କମ ଇନିଂସ୍‌ରେ ଭାରତ ପାଇଁ ବିଦେଶ ମାଟିରେ ୧୦୦ତମ ୱିକେଟ ଦଖଲ କରିବା ତାଲିକାର ୧ନଂ ସ୍ଥାନରେ ଭାଗବତ ଚନ୍ଦ୍ରଶେଖର ରହିଥିଲେ। ତେବେ ବୁମ୍ରା ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ବୁମ୍ରା ମାତ୍ର ୨୩ଟି ମ୍ୟାଚ୍‌ରେ ୧୦୦ରୁ ଅଧିକ ୱିକେଟ ନେଇଛନ୍ତି। ଚନ୍ଦ୍ରଶେଖର ବିଦେଶ ମାଟିରେ ୧୦୦ ୱିକେଟ ନେବା ପାଇଁ ୨୫ଟି ମ୍ୟାଚ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୨୬ଟି ମ୍ୟାଚ୍‌ରେ ୧୦୦ ୱିକେଟ ଦଖଲ କରି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
୪ର୍ଥ ସ୍ଥାନରେ ବିଶନ ସିଂହ ବେଦୀ, ଜବାଗଲ ଶ୍ରୀନାଥ ଓ ମହମ୍ମଦ ଶାମି ମିଳିତ ଭାବେ ରହିଛନ୍ତି। ଏମାନେ ସମସ୍ତେ ୨୮ଟି ମ୍ୟାଚ୍‌ରେ ବିଦେଶ ମାଟିରେ ୧୦୦ତମ ୱିକେଟ ଦଖଲ କରିବାର ରେକର୍ଡ ହାସଲ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୁମ୍ରା ଏଯାଏ ୨୫ଟି ଟେଷ୍ଟରେ ୧୦୪ଟି ୱିକେଟ ନେଇଛନ୍ତି। ଏହି ୨୫ ମ୍ୟାଚ୍‌ରୁ ସେ ବିଦେଶ ମାଟିରେ ୨୩ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକରେ ସେ ୧୦୧ଟି ୱିକେଟ ଦଖଲ କରିଛନ୍ତି। ଭାରତରେ ବୁମ୍ରା ଖେଳିଥିବା ୨ଟି ଟେଷ୍ଟରେ ୩ଟି ସଫଳତା ପାଇଛନ୍ତି।


ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ କଥା ବିଚାରକୁ ନେଲେ ବୁମ୍ରା ମୋଟ ୫ଟି ୱିକେଟ ଦଖଲ କରିଛନ୍ତି। ସେ ପ୍ରଥମ ଇନିଂସରେ ୨ଟି ଓ ଦ୍ୱିତୀୟ ଇନିଂସ୍‌ରେ ୩ ସଫଳତା ପାଇଛନ୍ତି। ବୁମ୍ରାଙ୍କ ବ୍ୟତୀତ ମହମ୍ମଦ ଶାମି ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଇନିଂସ୍‌ରେ ସେ ୫ଟି ୱିକେଟ ଦଖଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୩ଟି ସଫଳତା ପାଇଥିଲେ। ଏମାନଙ୍କ ବ୍ୟତୀତ କେଏଲ ରାହୁଲ ପ୍ରଥମ ଇନିଂସ୍‌ରେ ୧୨୨ ରନ୍‌ କରିଥିଲେ। ଏଥିପାଇଁ ଆଜି ଭାରତର ବିଜୟ ପରେ ରାହୁଲଙ୍କୁ ମ୍ୟାନ ଅଫ ଦି ପୁରସ୍କାର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos