ପୁଣି ଚମକିଲେ ବଟଲର, ଆରସିବିକୁ ୧୭୦ ରନ୍‌ର ଟାର୍ଗେଟ

ମୁମ୍ବାଇ: ପୁଣିଥରେ ଦମ ଦେଖାଇଛନ୍ତି ରାଜସ୍ଥାନ ରୟାଲ୍ସର ଜୋଶ ବଟଲର। ପୂର୍ବ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବଟଲର ଆଜି ଅପରାଜିତ ୭୩ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସ୍‌ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୧୬୬ ରନ୍‌ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୬୯ ରନ୍‌ର ଟାର୍ଗେଟ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅପରାଜିତ ୭୦ ରନ୍‌ର ଇନିଂସ ଖେଳିଥିବା ବଟଲର ଗୋଟିଏ ହେଲେ ଚୌକା ମାରି […]

RCB1

RCB1

Hemant Lenka
  • Published: Tuesday, 05 April 2022
  • Updated: 05 April 2022, 09:40 PM IST

Sports

Latest News

ମୁମ୍ବାଇ: ପୁଣିଥରେ ଦମ ଦେଖାଇଛନ୍ତି ରାଜସ୍ଥାନ ରୟାଲ୍ସର ଜୋଶ ବଟଲର। ପୂର୍ବ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବଟଲର ଆଜି ଅପରାଜିତ ୭୩ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସ୍‌ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୧୬୬ ରନ୍‌ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୬୯ ରନ୍‌ର ଟାର୍ଗେଟ ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅପରାଜିତ ୭୦ ରନ୍‌ର ଇନିଂସ ଖେଳିଥିବା ବଟଲର ଗୋଟିଏ ହେଲେ ଚୌକା ମାରି ନାହାନ୍ତି। ପୂରା ଇନିଂସ୍‌ରେ ୬ଟି ଛକା ମାରିଛନ୍ତି। ଆଇପିଏଲ ଇତିହାସରେ ସମ୍ଭବତଃ ଏହା ପ୍ରଥମ ଘଟଣା। ବଟଲରଙ୍କ ବ୍ୟତୀତ ଶିମରନ ହେଟମେୟର ମଧ୍ୟ ଅପରାଜିତ ୪୨ ରନ୍‌ର ଇନିଂସ ଖେଳିଛନ୍ତି।

ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ରାଜସ୍ଥାନର ଦୁଇ ଓପନର ବଟଲର ଓ ଯଶ୍ୱସୀ ଜୈସୱାଲ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦ୍ୱିତୀୟ ଓଭର୍‌ର ୫ମ ବଲରେ ଡାଭିଡ ୱିଲୀ ମାତ୍ର ୪ ରନ୍‌ କରିଥିବା ଜୈସୱାଲଙ୍କୁ ଆଉଟ କରି ରାଜସ୍ଥାନକୁ ପ୍ରଥମ ଝଟକା ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦେବଦତ୍ତ ପାଡିକ୍କଲ ଦମଦାର ବ୍ୟାଟିଂ କରିଥିଲେ। ବଟଲର ତାଙ୍କୁ ଭରପୂର ସହଯୋଗ କରିଥିଲେ। ପାଡିକ୍କଲ ୨୯ ବଲ୍‌ରେ ୩୭ ରନ୍‌ର ଇନିଂସ ଖେଳି ହର୍ଷଲ ପଟେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମାତ୍ର ୮ ରନ୍‌ କରି ହସରଙ୍ଗା ବଲରେ ଆଉଟ ହୋଇଯାଇଥିଲେ।

୧୧.୪ ଓଭ ସୁଦ୍ଧା ରାଜସ୍ଥାନ ୮୬ ରନ୍‌ରେ ୩ ୱିକେଟ ହରାଇଥିଲା। ବଟଲର ମଧ୍ୟ ଧିମା ଖେଳୁଥିବାରୁ ରାଜସ୍ଥାନ ବଡ଼ ସ୍କୋର କରିପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହିଠାରୁ ହିଁ ବଟଲର ଓ ହେଟମେୟର ଯୋଡ଼ି ନିଜର ବ୍ୟାଟିଂ ଗିୟର ବଦଳାଇଥିଲେ। ପ୍ରତିଟି ବାଙ୍ଗାଲୋର ବୋଲରଙ୍କୁ କାଉଣ୍ଟର ଆଟାକ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ବଟଲର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଶେଷ ୫ ଓଭର୍‌ରେ ରାଜସ୍ଥାନ ୧୩.୨୦ ହାର୍‌ରେ ୬୬ ରନ୍‌ ସଂଗ୍ରହ କରିବାରୁ ଦଳ ୩ ୱିକେଟ ହରାଇ ୧୬୯ ରନ୍‌ କରିପାରିଛି। ବଟଲର ୪୭ ବଲରେ ଅପରାଜିତ ୭୦ ଓ ହେଟେମୟର ୩୧ ବଲ୍‌ରେ ଅପରାଜିତ ୪୨ ରନ୍‌ର ଇନିଂସ ଖେଳିଛନ୍ତି। ବଟଲର ତାଙ୍କ ଇନିଂସରେ ୬ଟି ଛକା ମାରିଥିବା ବେଳେ ହେଟମେୟର ୪ଟି ଚୌକା ଓ ୨ଟି ବିଶାଳ ଛକା ମାରିଛନ୍ତି।

ଆରସିବି ପକ୍ଷରୁ ଡାଭିଡ ୱିଲୀ, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos