୭୭ ବଲରେ ଅପରାଜିତ ୨୦୫ ରନ, ମାରିଲେ ୨୨ଟି ଛକା

ୱାଶିଂଟନ: ବିସ୍ଫୋରକ ବ୍ୟାଟିଂ। କେବଳ ଚୌକା ଓ ଛକାର ବର୍ଷା। ଶହେ କି ଦେଢ଼ ଶହ ନୁହେଁ। ରେକର୍ଡ ଦୁଇ ଶତକ। ଟି-୨୦ କ୍ରିକେଟରେ ଏମିତି ରେକର୍ଡ କରିଛନ୍ତି ଜଣେ ବ୍ୟାଟର। ମାତ୍ର ୭୭ଟି ବଲରେ ୨୦୫ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ୱେଷ୍ଟିଣ୍ଡିଜ କ୍ରିକେଟର ରାହକୀମ କର୍ଣ୍ଣୱାଲ । ସେ ଆମେରିକାରେ ଚାଲିଥିବା ଘରୋଇ ଟି-୨୦ ଲିଗ୍‌ରେ ବିସ୍ଫୋରକ ୨ ଶକତ ହାସଲ କରିଛନ୍ତି। ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି […]

Cornwall

  • Published: Thursday, 06 October 2022
  • , Updated: 06 October 2022, 06:16 PM IST

ୱାଶିଂଟନ: ବିସ୍ଫୋରକ ବ୍ୟାଟିଂ। କେବଳ ଚୌକା ଓ ଛକାର ବର୍ଷା। ଶହେ କି ଦେଢ଼ ଶହ ନୁହେଁ। ରେକର୍ଡ ଦୁଇ ଶତକ। ଟି-୨୦ କ୍ରିକେଟରେ ଏମିତି ରେକର୍ଡ କରିଛନ୍ତି ଜଣେ ବ୍ୟାଟର। ମାତ୍ର ୭୭ଟି ବଲରେ ୨୦୫ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ୱେଷ୍ଟିଣ୍ଡିଜ କ୍ରିକେଟର ରାହକୀମ କର୍ଣ୍ଣୱାଲ । ସେ ଆମେରିକାରେ ଚାଲିଥିବା ଘରୋଇ ଟି-୨୦ ଲିଗ୍‌ରେ ବିସ୍ଫୋରକ ୨ ଶକତ ହାସଲ କରିଛନ୍ତି।

ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି କର୍ଣ୍ଣୱାଲ ୭୭ ବଲରେ ୨୦୫ ରନର ଇନିଂସ ଖେଳିଛନ୍ତି। ଏହି ଡବଲ ଟନ ଇନିଂସରେ ସେ ୨୨ଟି ବିଶାଳ ଛକା ମାରିଛନ୍ତି। ଆମେରିକା ଚାଲିଥିବା ଆଟଲାଣ୍ଟା ଓପନ ଟି-୨୦ରେ କର୍ଣ୍ଣୱାଲ ଆଟଲାଣ୍ଟ ଫାୟାର ପାଇଁ ଖେଳୁଛନ୍ତି।

ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍‌ରେ ସେ ବିସ୍ଫୋରକ ବ୍ୟାଟିଂ କରିଥିବା ମୋହନଦାସ ମେନନ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେହିପରି ମାଇନର୍‌ ଲିଗ୍‌ କ୍ରିକେଟ ପକ୍ଷରୁ କର୍ଣ୍ଣୱାଲଙ୍କ ବିସ୍ଫୋରକ ବ୍ୟାଟିଂର କିଛି ଦୃଶ୍ୟର ଭିଡିଓକୁ ଟ୍ୱିଟ ମଧ୍ୟ କରାଯାଇଛି।

ମେନନ ଟ୍ୱିଟ କରି କହିଛନ୍ତି, ୱେଷ୍ଟ ଇଣ୍ଡିଆନ ରାହକୀମ କର୍ଣ୍ଣୱାଲ ଆଟଲାଣ୍ଟ ଫାୟର ପାଇଁ ଖେଳୁଥିବା ବେଳେ ମାତ୍ର ୭୭ ବଲରେ ଅପରାଜିତ ୨୦୫ ରନର ଇନିଂସ ଖେଳିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୨୬୬.୨୩ ରହିଛି। ସେ ଏହି ଦୁଇ ଶତକୀୟ ଇନିଂସରେ ୨୨ଟି ଛକା ଓ ୧୭ଟି ଚୌକା ମାରିଛନ୍ତି। ଆମେରିକା ଟି-୨୦ ପ୍ରତିଯୋଗିତା ଆଟଲାଣ୍ଟ ଓପନରେ ସେ ଏପରି ପ୍ରଦର୍ଶନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରାଇଜ ମନି ୭୫ ହଜାର ଡଲାର ରହିଛି।”


କର୍ଣ୍ଣୱାଲଙ୍କ ଦୁଇ ଶତକୀୟ ଇନିଂସ ଯୋଗୁ ଆଟଲାଣ୍ଟ ଫାୟାର ୨୦ ଓଭରରେ ଗୋଟିଏ ୱିକେଟ ହରାଇ ବିଶାଳ ୩୨୬ ରନ କରିଥିଲା। ଏହାର ଜବାବରେ ସ୍କ୍ୱୋୟାର ଡ୍ରାଇଭ ୮ ୱିକେଟ ହରାଇ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ କର୍ଣ୍ଣୱାଲଙ୍କ ଟିମ ୧୭୨ ରନରେ ମ୍ୟାଚ୍‌କୁ ଜିତି ନେଇଛି।

Related story