ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ୍। ଗୌହାଟୀରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।
ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳି ଥିଲା। ଏହି ସିରିଜକୁ ଦଳ ୨-୧ରେ ଜିତି ନେଇଛି। ଏବେ ରୋହିତ ଶର୍ମା ଆଣ୍ଡ କୋ ଶ୍ରୀଲଙ୍କା ବିପକ୍ଷରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର। ଚଳିତ ବର୍ଷ ଦିନିକିଆ ବିଶ୍ୱକପ ମଧ୍ୟ ଖେଳାଯିବ। ସେ ଦୃଷ୍ଟିରୁ ଶ୍ରୀଲଙ୍କା ବିପକ୍ଷ ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ।
ପ୍ରଥମ ଦିନିକିଆରେ ଟି-୨୦ରେ କମାଲ କରିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ମିଳିନି। ମଧ୍ୟକ୍ରମ ବା ୪ନଂରେ ଶ୍ରେୟସ ଆୟର ହିଁ ବ୍ୟାଟିଂ କରିବେ। କେଏଲ ରାହୁଲ ୫ନଂରେ ବ୍ୟାଟିଂ କରିବା ସହ ୱିକେଟ କିପର ଦାୟିତ୍ୱ ତୁଲାଇବେ। ରୋହିତ ଶର୍ମାଙ୍କ ସହ ଶୁବମନ ଗିଲ ଭାରତ ପାଇଁ ଇନିଂସ ଆରମ୍ଭ କରିବେ। ଭାରତ ୩ ଦ୍ରୁତ ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମୈଦାନକୁ ଓହ୍ଲାଇଛି। ଦଳରେ ୟୁଜି ଚହଲ ଓ ଅକ୍ଷର ପଟେଲ ସ୍ପିନ ବାହିନୀର କମାଣ ସମ୍ଭାଳିବେ। ପୂର୍ବଭଳି ୩ନଂରେ ବିରାଟ କୋହଲି ବ୍ୟାଟିଂ କରିବେ।
Sri Lanka have won the toss and elect to bowl first in the 1st ODI.
A look at our Playing XI for the game.
Live - https://t.co/262rcUdafb #INDvSL @mastercardindia pic.twitter.com/nd2D6s0rJm
— BCCI (@BCCI) January 10, 2023
ଅନ୍ୟପକ୍ଷରେ ଶ୍ରୀଲଙ୍କା ଟି-୨୦ରେ ଖେଳାଥିବା ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରିଛି। ମହୀଶ ତୀକଶାନାଙ୍କ ବଦଳରେ ଦୁନିତ ୱେଲ୍ଲାଲାଗେ ସୁଯୋଗ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।