ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସର ଏକାଧିକ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଧାର୍ଯ୍ୟ ସୂଚୀ ଅନୁସାରେ ଦଳ ପଞ୍ଜାବ କିଙ୍ଗସ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମୈଦାନାକୁ ଓହ୍ଲାଇଛି। ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।
ଏହାର ଅର୍ଥ ପଞ୍ଜାବ ବ୍ୟାଟିଂ କରିବ। ପଞ୍ଜାବର ନିୟମିତ ଅଧିନାୟକ ମୟଙ୍କ ଅଗ୍ରୱାଲ ଆଜିର ମ୍ୟାଚ୍ରେ କମବ୍ୟାକ୍ କରିଛନ୍ତି। ଆହତ ଯୋଗୁ ସେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଖେଳି ନଥିଲେ।
ଦିଲ୍ଲୀ ତା’ ପୂର୍ବ ମ୍ୟାଚ୍ରେ ଆରସିବିଠାରୁ ୧୫ ରନ୍ରେ ହାରିଥିଲା। ସେହିପରି ପଞ୍ଜାବ ମଧ୍ୟ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଛି। ଏଯାଏ ଦିଲ୍ଲୀ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି। ପଞ୍ଜାବ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ରୁ ୩ଟିରେ ଓ ୨ଟିରେ ଜିତିଛି। ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।
ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଓଡେନ ସ୍ମିଥଙ୍କ ବଦଳରେ ନାଥନ ଇଲ୍ଲିସ୍ଙ୍କୁ ସୁଯୋଗ ମିଳିଛି। ସେହିପରି ପ୍ରଭସିମରନ ସିଂହଙ୍କ ବଦଳରେ ନିଜେ ଅଧିନାୟକ ଦଳକୁ କମବ୍ୟାକ କରିଛନ୍ତି। ଦିଲ୍ଲୀ ମଧ୍ୟ ବାଧ୍ୟ ହୋଇ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି।
🚨 Toss Update 🚨@DelhiCapitals have elected to bowl against @PunjabKingsIPL.
Follow the match ▶️ https://t.co/3MYNGBm7Dg#TATAIPL | #DCvPBKS pic.twitter.com/i7EttsbTlp
— IndianPremierLeague (@IPL) April 20, 2022
ମିଚେଲ ମାର୍ଶ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସଫରାଜ ଖାନ ପୁଣି ସୁଯୋଗ ପାଇଛନ୍ତି। ଦିଲ୍ଲୀ ୩ ବିଦେଶୀ ଖେଳାଳି ଡାଭିଡ ୱାର୍ଣ୍ଣର, ରୋଭମନ ପାୱେଲ ଓ ମୁସ୍ତାଫିଜୁର ରହମାନଙ୍କ ସହ ମୈଦାନାକୁ ଓହ୍ଲାଇଛି। ହେଲେ ପଞ୍ଜାବ ଟିମରେ ୪ ବିଦେଶୀ ଖେଳାଳି ନାଥନ ଇଲ୍ଲିସ, ଜନ୍ନି ବେୟାରଷ୍ଟୋ, ଲିଆମ ଲିଭିଙ୍ଗ ଷ୍ଟୋନ ଓ କାଗିସୋ ରାବଡା ରହିଛନ୍ତି।
ସୂଚନାଯୋଗ୍ୟ, ଆଜିର ମ୍ୟାଚ୍ ପୂର୍ବରୁ ଦିଲ୍ଲୀର ଟିମ୍ ସେଇଫର୍ଟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା। ତେଣୁ ପଞ୍ଜାବ ବିପକ୍ଷ ମ୍ୟାଚ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସବୁ କିଛିର ଅନ୍ତ ଘଟିଛି ଓ ମ୍ୟାଚ୍ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।