୭ନଂ ଜର୍ସି ପିନ୍ଧିବାର ପ୍ରକୃତ କାରଣ କହିଲେ ମହେନ୍ଦ୍ର ସିଂହ ଧୋନି

ଚେନ୍ନାଇ: ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ସବୁବେଳେ ୭ନଂ ଜର୍ସି ପିନ୍ଧୁଥିବା ଆପଣ ଦେଖିଥିବେ। ଅନ୍ତର୍ଜାତୀୟ ମ୍ୟାଚ୍‌ ଠାରୁ ଆରମ୍ଭ କରି ଆଇପିଏଲ ମ୍ୟାଚ୍‌ରେ ଧୋନି ୭ନଂ ଜର୍ସିକୁ ବ୍ୟବହାର କରନ୍ତି। ସମସ୍ତେ କୁହନ୍ତି ଧୋନିଙ୍କ ପାଇଁ ନଂ୭ ଲକି ହୋଇଥିବାରୁ ସେ ଏହାର ବ୍ୟବହାର କରନ୍ତି। ହେଲେ ଧୋନି ଏବେ ୭ନଂ ଜର୍ସି ପିନ୍ଧିବା ପଛର ଅସଲ ସତ ସମ୍ପର୍କରେ ଖୁଲାସା କରିଛନ୍ତି। ୨୦୨୦ରେ […]

Dhoni

Hemant Lenka
  • Published: Friday, 18 March 2022
  • , Updated: 18 March 2022, 04:05 PM IST

ଚେନ୍ନାଇ: ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ସବୁବେଳେ ୭ନଂ ଜର୍ସି ପିନ୍ଧୁଥିବା ଆପଣ ଦେଖିଥିବେ। ଅନ୍ତର୍ଜାତୀୟ ମ୍ୟାଚ୍‌ ଠାରୁ ଆରମ୍ଭ କରି ଆଇପିଏଲ ମ୍ୟାଚ୍‌ରେ ଧୋନି ୭ନଂ ଜର୍ସିକୁ ବ୍ୟବହାର କରନ୍ତି।

ସମସ୍ତେ କୁହନ୍ତି ଧୋନିଙ୍କ ପାଇଁ ନଂ୭ ଲକି ହୋଇଥିବାରୁ ସେ ଏହାର ବ୍ୟବହାର କରନ୍ତି। ହେଲେ ଧୋନି ଏବେ ୭ନଂ ଜର୍ସି ପିନ୍ଧିବା ପଛର ଅସଲ ସତ ସମ୍ପର୍କରେ ଖୁଲାସା କରିଛନ୍ତି। ୨୦୨୦ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ହେଲେ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨୬ରୁ ଆଇପିଏଲ ଆରମ୍ଭ ହେଉଛି। ଏହି ସମୟରେ ମଧ୍ୟ ମାହିଙ୍କ ମହକ ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରେମୀମାନେ ଅପେକ୍ଷା କରି ରହିଛନ୍ତି।

ଏସବୁ ଭିତରେ ସିଏସକେର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଧୋନିଙ୍କ ଗୋଟିଏ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ସେ ଜର୍ସି ନଂ୭ ପଛରେ ଥିବା କାରଣ କହିଛନ୍ତି। ସେ କହିଛନ୍ତି, “ଅନେକ ଲୋକ ପ୍ରାଥମିକ ଅବସ୍ଥାରେ ଭାବୁଥିଲେ ଯେ ୭ ହେଉଛି ମୋର ଲକି ନମ୍ବର।

ଏହା ପଛରେ ଆଉ କିଛି ବି କାରଣ ନାହିଁ। କିନ୍ତୁ ଏହି ନମ୍ବରକୁ ମୁଁ ଗୋଟିଏ ସାଧାରଣ କାରଣ ପାଇଁ ବାଛିଛି। ମୋର ଜନ୍ମ ତାରିଖ ହେଉଛି ୭ ଜୁଲାଇ। ଏହା ୭ ମାସର ୭ମ ଦିନ। ତେଣୁ ମୁଁ ୭ ନଂକୁ ବେଶ ପସନ୍ଦ କରିଥିଲି। ମୋ ପାଇଁ କେଉଁ ନମ୍ବର ଭଲ ଓ କେଉଁ ନମ୍ବର ଖରାପ ଭଳି ବିଷୟ ବସ୍ତୁରେ ମୁଁ ପଶିବାକୁ ଚାହୁଁ ନଥିଲି। ତେଣୁ ମୁଁ ମୋ ଜନ୍ମ ତାରିଖକୁ ବାଛିଥିଲି।

ଏହା ପଛରେ ଆଉ କୌଣସି କାରଣ ନାହିଁ। ଅନେକ ଲୋକ ମୋତେ କହିଥିଲେ ଯେ ୭ ହେଉଛି ଗୋଟିଏ ନ୍ୟୁଟ୍ରାଲ ନମ୍ବର। ଯଦି ଏହା ମୋତେ ସହାୟକ ନ ହେବ, ତା’ହେଲେ ମୋ ବିରୋଧରେ ମଧ୍ୟ ଯିବନି। ଏହାକୁ ମଧ୍ୟ ମୁଁ ମୋ ଉତ୍ତରେ ସାମିଲ କରିଥିଲି। ମୁଁ ଆଦୌ ଅନ୍ଧବିଶ୍ୱାସୀ ନୁହେଁ। କିନ୍ତୁ ୭ ନଂ ମୋ ହୃଦୟର ସହ ଜଡ଼ିତ। ତେଣୁ ଏହାକୁ ବର୍ଷ ବର୍ଷ ଧରି ମୁଁ ମୋ ପାଖରେ ରଖିଛି।”

ମାର୍ଚ୍ଚ ୨୬ରେ ଆଇପିଏଲ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ଧୋନିଙ୍କ ଚେନ୍ନାଇର ମୁକାବିଲା କୋଲକାତା ନାଇଟ ରାଇଡର୍ସ ସହ ହେବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।

Related story