୧୧୨ ବର୍ଷର ରେକର୍ଡ ଭାଙ୍ଗିଲା, ଓପନିଂ ଡେ’ରେ ୫୦୦ ରନ୍ କରି ଇତିହାସ ରଚିଲା ଇଂଲଣ୍ଡ

ରାୱଲପିଣ୍ଡି: ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ କ୍ରିକେଟ୍‌ ଟିମ୍‌। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି। ଗୁରୁବାର ଠାରୁ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳୁଥିବା ବେଳେ ଏହି ନୂଆ ରେକର୍ଡ ନିଜ ନାଁରେ କରିଛି। ରାୱଲପିଣ୍ଡିରେ ଆଜି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ମ୍ୟାଚ୍‌ଟି ଯେଉଁଭଳି ଭାବେ ଗତିଶୀଳ ହୋଇଥିଲା, ତାହା କେହି ହୁଏତ ଆଶା କରି […]

England

England

Jitendra Garnayak
  • Published: Thursday, 01 December 2022
  • Updated: 01 December 2022, 08:35 PM IST

Sports

Latest News

ରାୱଲପିଣ୍ଡି: ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ କ୍ରିକେଟ୍‌ ଟିମ୍‌। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି। ଗୁରୁବାର ଠାରୁ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳୁଥିବା ବେଳେ ଏହି ନୂଆ ରେକର୍ଡ ନିଜ ନାଁରେ କରିଛି।

ରାୱଲପିଣ୍ଡିରେ ଆଜି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ମ୍ୟାଚ୍‌ଟି ଯେଉଁଭଳି ଭାବେ ଗତିଶୀଳ ହୋଇଥିଲା, ତାହା କେହି ହୁଏତ ଆଶା କରି ନଥିବେ। ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ସେମାନଙ୍କୁ ଅଟକାଇବାରେ ପାକିସ୍ତାନୀ ବୋଲରମାନେ ବିଫଳ ହୋଇଥିଲେ। ଇଂଲଣ୍ଡର ଚାରି ଜଣ ବ୍ୟାଟ୍ସମ୍ୟାନ୍- ଜାକ୍ କ୍ରଲୀ, ବେନ୍ ଡକେଟ୍‌, ଓଲି ପୋପ୍ ଓ ହ୍ୟାରୀ ବ୍ରୁକ୍‌ ଶତକ ମାରିଥିଲେ। ଜାକ୍ କ୍ରଲୀ ୧୨୨ ରନ୍ (୧୧୧ ବଲ୍‌) କରିଥିବା ବେଳେ ବେନ୍ ଡକେଟ୍ ୧୦୭ (୧୧୦ ବଲ୍‌), ଓଲି ପୋପ୍ ୧୦୮ (୧୦୪ ବଲ୍‌), ହ୍ୟାରୀ ବ୍ରୁକ୍‌ ଅପରାଜିତ ୧୦୧ ରନ୍ (୮୧ ବଲ୍‌) କରିଛନ୍ତି। ଆଜି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ହରାଇ ୫୦୬ ରନ୍ କରିଛି, ଯାହା ଅଷ୍ଟ୍ରେଲିଆର ୧୧୨ ବର୍ଷର ରେକର୍ଡକୁ ଭାଙ୍ଗିଛି।

୧୯୧୦ ମସିହାରେ ସିଡ୍‌ନୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ର ଓପନିଂ ଡେ’ ବା ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୪୯୪ ରନ୍ କରିଥିଲା। ଏହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇ ରହିଥିଲା। ଉକ୍ତ ମ୍ୟାଚ୍‌ ପରେ ଆଉ କୌଣସି ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ କୌଣସି ଦଳ ଏହି ରନ୍‌କୁ ଅତିକ୍ରମ କରିପାରି ନଥିଲେ। ୧୯୩୪ରେ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ପ୍ରଥମ ଦିନରେ ୨ ୱିକେଟ୍ ହରାଇ ୪୭୫ ରନ୍ କରିଥିଲା। ୧୯୩୬ ମସିହାରେ ଓଭାଲରେ ଭାରତ ବିପକ୍ଷରେ ପ୍ରଥମ ଦିନରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୪୭୧ ରନ୍ କରିଥିଲା। ସେହିପରି ୨୦୧୨ରେ ଆଡିଲେଡ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓପନିଂ ଡେ’ ବା ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୪୮୨ ରନ୍ କରିଥିଲା।

ଅନ୍ୟପକ୍ଷରେ ଇଂଲଣ୍ଡର ଆଜିର ୫୦୬ ରନ୍ ହେଉଛି ଏକ ଟେଷ୍ଟ୍ ମ୍ୟାଚ୍‌ରେ ଗୋଟିଏ ଦିନରେ ହୋଇଥିବା ୫ମ ସର୍ବାଧିକ ରନ୍। ୧୯୩୫ରେ ଓଭାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୫୦୮ ରନ୍ ସଂଗ୍ରହ କରିଥିଲା। ୧୯୨୪ରେ ଲର୍ଡ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ୨ ୱିକେଟ୍ ହରାଇ ୫୨୨ ରନ୍ କରିଥିଲା। ୨୦୦୨ରେ କଲୋମ୍ବୋରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ୯ ୱିକେଟ୍ ହରାଇ ୫୦୯ ରନ୍ କରିଥିଲା। ୧୯୩୬ରେ ମଞ୍ଚେଷ୍ଟରରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଇଂଲଣ୍ଡ ୬ ୱିକେଟ୍ ହରାଇ ୫୮୮ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story