୨୦୧୨ରେ ପାକିସ୍ତାନର ଭାରତ ଗସ୍ତ ବେଳେ ଘଟିଥିଲା ଏମିତି ଘଟଣା, ଏବେ ସାମ୍ନାକୁ ଆସିଲା

ଇସଲାମାବାଦ: ଦୀର୍ଘ ଗୋଟିଏ ଦଶନ୍ଧି ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ହୋଇନାହିଁ। ଶେଷ ଥର ପାଇଁ ୨୦୧୨-୧୨ରେ ପାକିସ୍ତାନ ୩ଟି ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ଭାରତ ଗସ୍ତରେ ଆସିଥିଲା। ଦିନିକିଆ ସିରିଜକୁ ପାକିସ୍ତାନ ୨-୧ରେ ଜିତିଥିବା ବେଳେ ଟି-୨୦ ସିରିଜ୍ ୧-୧ରେ ଡ୍ର ରହିଥିଲା। ତେବେ ସେତେବେଳେ ପାକିସ୍ତାନର ଭାରତ ଗସ୍ତ ସମୟରେ ଘଟିଥିବା ଗୋଟିଏ ବଡ଼ ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି ପିସିବିର […]

Pakistan

Pakistan

Hemant Lenka
  • Published: Friday, 15 April 2022
  • Updated: 15 April 2022, 12:08 PM IST

Sports

Latest News

ଇସଲାମାବାଦ: ଦୀର୍ଘ ଗୋଟିଏ ଦଶନ୍ଧି ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ହୋଇନାହିଁ। ଶେଷ ଥର ପାଇଁ ୨୦୧୨-୧୨ରେ ପାକିସ୍ତାନ ୩ଟି ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ଭାରତ ଗସ୍ତରେ ଆସିଥିଲା।

ଦିନିକିଆ ସିରିଜକୁ ପାକିସ୍ତାନ ୨-୧ରେ ଜିତିଥିବା ବେଳେ ଟି-୨୦ ସିରିଜ୍ ୧-୧ରେ ଡ୍ର ରହିଥିଲା। ତେବେ ସେତେବେଳେ ପାକିସ୍ତାନର ଭାରତ ଗସ୍ତ ସମୟରେ ଘଟିଥିବା ଗୋଟିଏ ବଡ଼ ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି ପିସିବିର ପୂର୍ବତନ ଅଧ୍ୟକ୍ଷ ଜାକା ଅଶରଫ।

ପାକିସ୍ତାନର ୨୦୧୨ ଭାରତ ଗସ୍ତ ବେଳେ ଜାକା ଅଶରଫ ହିଁ ପିସିବିର ମୁଖ୍ୟ ଥିଲେ। ଭାରତ ଗସ୍ତ ବେଳେ ପାକିସ୍ତାନ କ୍ରିକେଟରଙ୍କ ଉପରେ ନଜର ରଖିବା ପାଇଁ ପିସିବି ପକ୍ଷରୁ ସେମାନଙ୍କ ପତ୍ନୀମାନଙ୍କୁ ନୂଆଦିଲ୍ଲୀ ପଠାଯାଇଥିଲା ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାକା ଅଶରଫ କହିଛନ୍ତି, “ମୋ କାର୍ଯ୍ୟକାଳ ସମୟରେ ଆମ ଟିମ୍‌ ଯେତେବେଳେ ଭାରତ ଗସ୍ତରେ ଆସୁଥିଲା ସେତେବେଳେ ମୁଁ ନିଜେ ଖେଳାଳିଙ୍କ ପତ୍ନୀମାନଙ୍କୁ ସେମାନଙ୍କ ସହ ଯିବାକୁ ପରାମର୍ଶ ଦେଉଥିଲି। ୨୦୧୨-୧୩ରେ ଯେତେବେଳେ ପାକିସ୍ତାନ କ୍ରିକେଟରଙ୍କୁ ସମାନ ପ୍ରସ୍ତାବ ଦିଆଗଲା, ସେମାନେ ସାମାନ୍ୟ ବିରୋଧ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ ଏଥିରେ ରାଜି ହୋଇଥିଲେ।

ପତ୍ନୀମାନେ ଖେଳାଳିମାନଙ୍କ ଉପରେ ନଜର ରଖିବାରେ ସକ୍ଷମ ହୋଇଥିବାରୁ ମୁଁ ଏପରି ବ୍ୟବସ୍ଥା କରିଥିଲି। ସମସ୍ତେ ଏଥିରେ ରାଜି ହୋଇଥିଲେ ଓ ପତ୍ନୀମାନଙ୍କୁ ସାଙ୍ଗରେ ଧରି ଭାରତ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ପୂର୍ବଭଳି ସମସ୍ତେ ଶାନ୍ତିଶୃଙ୍ଖଳାର ସହ ସିରିଜ ଖେଳିଥିଲେ। ଭାରତ ସବୁବେଳେ ଆମକୁ ଟ୍ରାପ କରିବାକୁ ଚେଷ୍ଟା କରିଥାଏ। ଆମ ଖେଳାଳି ଓ ଦେଶର ଛବିକୁ ମଳିନ କରିବାକୁ ସେମାନେ ସୁଯୋଗ ଅପେକ୍ଷାରେ ରୁହନ୍ତି।

ଭାରତୀୟ ମିଡିଆ ବିବାଦ ସୃଷ୍ଟି କରିବାରେ ମାହିର। ତେଣୁ ଭାରତୀୟ ମିଡିଆ ଯେମିତି ଆମ ଖେଳାଳିଙ୍କୁ ନେଇ ବିବାଦ ସୃଷ୍ଟି ନ କରିବ, ତା’ର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖାସ ଏହି କାରଣ ପାଇଁ ଖେଳାଳିଙ୍କ ସହ ଭାରତ ଗସ୍ତରେ ସେମାନଙ୍କ ପତ୍ନୀମାନଙ୍କୁ ପଠାଯାଇଥିଲା।”

ପାକିସ୍ତାନ ୧୦ ବର୍ଷ ତଳେ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ୍‌ ଖେଳିଥିଲା। ସେହିପରି ଭାରତ ୨୦୦୫/୦୬ରେ ଶେଷ ଥର ପାଇଁ ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯାଇଥିଲା। ଟେଷ୍ଟ ସିରିଜ୍‌କୁ ପାକିସ୍ତାନ ୧-୦ରେ ଜିତିଥିଲା। କିନ୍ତୁ ଦିନିକିଆ ସିରିଜ୍‌କୁ ଭାରତ ୪-୧ରେ କବଜା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos