ଢାକା ପ୍ରିମିୟର ଲିଗ୍‌ ଖେଳିବେ ହନୁମା ବିହାରୀ, ଈଶ୍ୱରନଙ୍କ ସମେତ ୭ ଭାରତୀୟ

ମୁମ୍ବାଇ: ଢାକା ପ୍ରିମିୟର ଲିଗ୍‌(ଡିପିଏଲ)ରେ ଦେଖିବାକୁ ମିଳିବ ୭ ଭାରତୀୟଙ୍କ ଜଲୱା। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ୍‌ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଓ ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ। ଏହି ୧୧ ଟିମ ବିଶିଷ୍ଟ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ବିହାରୀଙ୍କ ବ୍ୟତୀତ ପରଭେଜ ରସୁଲ, ବାବା ଅପରଜିତ, ଅଶୋକ ମେନାରିଆ, ଚିରାଗ ଜୈନ ଓ ଗୁରିନ୍ଦର ସିଂହ ମଧ୍ୟ ଖେଳିବେ। ମାର୍ଚ୍ଚ ୨୬ରୁ ଭାରତରେ ଆଇପିଏଲ ଆରମ୍ଭ ହେବ। ଏହି ସବୁ ଭାରତୀୟ ଖେଳାଳିଙ୍କୁ […]

DPL

Hemant Lenka
  • Published: Tuesday, 15 March 2022
  • , Updated: 15 March 2022, 08:50 PM IST

ମୁମ୍ବାଇ: ଢାକା ପ୍ରିମିୟର ଲିଗ୍‌(ଡିପିଏଲ)ରେ ଦେଖିବାକୁ ମିଳିବ ୭ ଭାରତୀୟଙ୍କ ଜଲୱା। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ୍‌ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଓ ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ। ଏହି ୧୧ ଟିମ ବିଶିଷ୍ଟ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ବିହାରୀଙ୍କ ବ୍ୟତୀତ ପରଭେଜ ରସୁଲ, ବାବା ଅପରଜିତ, ଅଶୋକ ମେନାରିଆ, ଚିରାଗ ଜୈନ ଓ ଗୁରିନ୍ଦର ସିଂହ ମଧ୍ୟ ଖେଳିବେ।

ମାର୍ଚ୍ଚ ୨୬ରୁ ଭାରତରେ ଆଇପିଏଲ ଆରମ୍ଭ ହେବ। ଏହି ସବୁ ଭାରତୀୟ ଖେଳାଳିଙ୍କୁ ନିଲାମ ବେଳେ କୌଣସି ଫ୍ରାଞ୍ଚାଇଜ କିଣିଥିଲେ। ହେଲେ ଏବେ ସେମାନଙ୍କୁ ଡିପିଏଲ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ବିସିସିଆଇ ଦେଇଛି। ଆଇପିଏଲ ଚାଲିଥିବା ବେଳେ କୌଣସି ଅନ୍ତର୍ଜାତୀୟ କିମ୍ବା ଘରୋଇ ଟୁର୍ଣ୍ଣାମେଣ୍ଟ ହେବନି। ତେଣୁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ ଡିପିଏଲ ଖେଳିବାର ସୁଯୋଗ ପାଇଛନ୍ତି।

ଏହାପୂର୍ବରୁ ମଧ୍ୟ ବିହାରୀ, ଈଶ୍ୱରନ, ରସୁଲ, ମେନାରିଆ ଓ ଅପରଜିତ ଡିପିଏଲରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ନୂଆ ଖେଳାଳି ଭାବେ ଭାରତର ଚିରାଗ ଓ ଗୁରିନ୍ଦର ଚଳିତ ବର୍ଷ ଡିପିଏଲ ଖେଳିବେ। ନିକଟରେ ଟିମ ଇଣ୍ଡିଆ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ କରିଥିଲା।

ଏହି ଟିମ୍‌ରେ ବିହାରୀ ରହିଥିଲେ। ସେ ଟିମ୍‌ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ୩ନଂରେ ବ୍ୟାଟିଂ କରୁଛନ୍ତି। ପୂର୍ବରୁ ଚେତେଶ୍ୱର ପୂଜାରା ୩ନଂରେ ବ୍ୟାଟିଂ କରୁଥିଲେ। ଖରାପ ଫର୍ମ ପାଇଁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ବାଦ ଦିଆଯାଇଥିଲା। ତେଣୁ ପୂଜାରାଙ୍କ ସ୍ଥାନରେ ହନୁମା ବିହାରୀ ସୁଯୋଗ ପାଇଥିଲେ। ଏହି ସୁଯୋଗର ମଧ୍ୟ ସେ ଭରପୂର ଫାଇଦା ଉଠାଇଥିଲେ।

Related story