୨୧ ବର୍ଷର ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ଓ ଜାଡେଜା

କ୍ୟାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦଳର ଦୁଇ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୦୮ ବଲରେ ୧୫୦ ରନର ପାର୍ଟନରଶିପ୍ କରି ୨୧ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଷଷ୍ଠ ୱିକେଟ୍ ପାଇଁ ଏହା ସର୍ବାଧିକ ରନ୍। ଏହା ପୂର୍ବରୁ ୧୯୯୯ରେ ରବିନ୍ ସିଂହ […]

india1

india1

Ranjit Kumar Jena
  • Published: Wednesday, 02 December 2020
  • Updated: 02 December 2020, 01:48 PM IST

Sports

Latest News

କ୍ୟାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦଳର ଦୁଇ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୦୮ ବଲରେ ୧୫୦ ରନର ପାର୍ଟନରଶିପ୍ କରି ୨୧ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଷଷ୍ଠ ୱିକେଟ୍ ପାଇଁ ଏହା ସର୍ବାଧିକ ରନ୍। ଏହା ପୂର୍ବରୁ ୧୯୯୯ରେ ରବିନ୍ ସିଂହ ଓ ସଦାଗୋପନ ରମେଶ କଲମ୍ବୋରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୨୩ ରନର ପାର୍ଟନରଶିପ୍ କରିଥିଲେ।

ଆଜି ମ୍ୟାଚରେ ଭାରତ ୫ ୱିକେଟ୍ ହରାଇ ୧୫୨ ରନ୍ କରି ସଙ୍କଟରେ ପଡ଼ିଥିବା ବେଳେ ହାର୍ଦ୍ଦିକ ଓ ଜାଡେଜା ଚମତ୍କାର ବ୍ୟାଟିଂ କରି ଭାରତର ସ୍କୋରକୁ ୩୦୨ରନରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୯୨ ଓ ଜାଡେଜା ୬୬ ରନ୍ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos