ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ର ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତ ଟସ୍ ଜିତିଛି। ବ୍ୟାଟରଙ୍କୁ ସୁହାଉଥିବା ପିଚ୍ରେ ଟସ୍ ଜିତି ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଟି-୨୦ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
କିନ୍ତୁ ଦଳକୁ ମ୍ୟାଚ୍ ହାରିବାକୁ ପଡ଼ିଥିଲା। ତେଣୁ ଦଳ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପରାଜୟ ସତ୍ତ୍ୱେ ଦଳ ଆଜି ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବି ପରିବର୍ତ୍ତନ କରିନାହିଁ। ଅର୍ଶଦୀପ ସିଂହ ଗତ ମ୍ୟାଚ୍ରେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହାକୁ ତାଙ୍କୁ ବେଶ ସମାଲୋଚନା କରାଯାଇଥିଲା। ତଥାପି ତାଙ୍କ ଉପରେ ଦଳ ଆଜି ପୁଣି ଭରସା ଦେଖାଇଛି।
ଅନ୍ୟପକ୍ଷରେ ମ୍ୟାଚ୍ ଜିତିବା ସତ୍ତ୍ୱେ ଶ୍ରୀଲଙ୍କା ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଭାନୁକା ରାଜପକ୍ଷଙ୍କ ବଦଳରେ ଅଭିସ୍କା ଫର୍ଣ୍ଣାଡୋଙ୍କୁ ସୁଯୋଗ ମିଳିଛି। ଶ୍ରୀଲଙ୍କା ନିକଟ ଅତୀତରେ ଭାରତରେ କୌଣସି ଟି-୨୦ ସିରିଜ୍ ଜିତିବାକୁ ସକ୍ଷମ ହୋଇନି। ତେଣୁ ଦଳ ପାଖରେ ଆଜି ସିରିଜ୍ ଜିତିବାର ସୁଯୋଗ ରହିଛି। ହେଲେ ହାର୍ଦ୍ଦିକ ପାଣ୍ତ୍ୟା ଆଣ୍ଡ କୋଙ୍କୁ ମାତ ଦେବା ଦସୁନ ଶଣକାଙ୍କ ଟିମ ପାଇଁ ସହଜ ହେବନି।
3RD T20I. India XI: S Gill, I Kishan (wk), S Yadav, R Tripathi, Hardik Pandya (c), A Patel, D Hooda, A Singh, S Mavi, Y Chahal, U Malik. https://t.co/hTaQA8AHr4 #INDvSL @mastercardindia
— BCCI (@BCCI) January 7, 2023
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।