ମ୍ୟାଚ୍‌ ସହ ଇଂଲଣ୍ଡରେ ଟି-୨୦ ସିରିଜ୍‌ ଜିତିଲା ରୋହିତ ସେନା

ବର୍ମିଂହାମ: ଇଂଲଣ୍ଡ ମାଟିରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଲଗାତର ଦୁଇଟି ମ୍ୟାଚ୍‌ ଜିତି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ କବଜା କରି ନେଇଛି ରୋହିତ ସେନା। ପ୍ରଥମ ଟି-୨୦କୁ ୫୦ ରନ୍‌ରେ ଜିତିବା ଟିମ ଇଣ୍ଡିଆ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦କୁ ଏକତରଫା ଭାବେ ୪୯ ରନରେ ଜିତି ସିରିଜ ହାତେଇ ନେଇଛି। ଉଭୟ ବୋଲର ଓ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌କୁ କବଜା କରିଛି। ଇଂଲଣ୍ଡ […]

Bhubaneswar-kumar

Bhubaneswar-kumar

Hemant Lenka
  • Published: Saturday, 09 July 2022
  • Updated: 09 July 2022, 10:25 PM IST

Sports

Latest News

ବର୍ମିଂହାମ: ଇଂଲଣ୍ଡ ମାଟିରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଲଗାତର ଦୁଇଟି ମ୍ୟାଚ୍‌ ଜିତି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ କବଜା କରି ନେଇଛି ରୋହିତ ସେନା। ପ୍ରଥମ ଟି-୨୦କୁ ୫୦ ରନ୍‌ରେ ଜିତିବା ଟିମ ଇଣ୍ଡିଆ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦କୁ ଏକତରଫା ଭାବେ ୪୯ ରନରେ ଜିତି ସିରିଜ ହାତେଇ ନେଇଛି। ଉଭୟ ବୋଲର ଓ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌କୁ କବଜା କରିଛି। ଇଂଲଣ୍ଡ ବିପକ୍ଷରେ ଭାରତର ଏହା କ୍ରମାଗତ ୪ ଟି-୨୦ ସିରିଜ ବିଜୟ।

ବର୍ମିଂହାମର ଏଜବାଷ୍ଟନରେ ଭାରତ ଐତିହାସିକ ଟେଷ୍ଟ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ହାରିଥିଲା। କିନ୍ତୁ ଆଜି ସେହି ଏଜବାଷ୍ଟନରେ ଇଂଲଣ୍ଡକୁ ହରାଇ ଟି-୨୦ ସିରିଜ କବଜା କରିଛି ଭାରତ। ଆଜିର ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୭୦ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷରେ ପୂରା ଟିମ୍‌ ୧୨୧ ରନ୍‌ରେ ଅଲଆଉଟ ହୋଇଯାଇଛି।

Moeen Ali gave the England supporters something to smile about during his 21-ball 35, England vs India, 2nd men's T20I, Birmingham, July 9, 2022

ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୬ ଓ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କ ୨୦ ବଲରେ ୩୧ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିଥିଲା। ୧୭୧ ରନ୍‌ର ଟାର୍ଗେଟ ପାଇଥିବା ଇଂଲଣ୍ଡ ପ୍ରଥମ ବଲରେ ହିଁ ଓପନର ଜେସନ ରୟ(୦)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଭୁବନେଶ୍ୱର କୁମାର ନେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ଅଧିନାୟକ ଜୋଶ ବଟଲର(୪) ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ଶିକାର ବନିଥିଲେ।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଲିଆମ ଲିଭିଙ୍ଗଷ୍ଟୋନ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ ଯଶପ୍ରୀତ ବୁମ୍ରାଙ୍କୁ ଚତୁରତାକୁ ବୁଝି ପାରି ନଥିଲେ। ସେ ମାତ୍ର ୧୫ ରନ କରି ବୁମ୍ରାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ଯାଇଥିଲେ। ହ୍ୟାରୀ ବ୍ରୁକ୍ସ(୮) ଓ ଡାୱିଡ ମଲାନ(୧୫)ଙ୍କ ୱିକେଟ ୟୁଜବେନ୍ଦର ଚହଲ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ଛିନଛତ୍ର କରି ଦେଇଥିଲେ।

Jasprit Bumrah celebrates after cleaning up Liam Livingstone for 15, England vs India, 2nd men's T20I, Birmingham, July 9, 2022ସାମ କୁରାନ(୨)ଙ୍କୁ ଆଉଟ କରି ବୁମ୍ରା ଇଂଲଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ। ୬୦ ରନରେ ୬ଟି ୱିକେଟ ହରାଇ ଇଂଲଣ୍ଡ ମ୍ୟାଚ୍‌ରୁ ସଂପୂର୍ଣ୍ଣ ଭାବେ ଆଉଟ ହୋଇ ଯାଇଥିଲେ। ତେବେ କ୍ରିଜ୍‌ରେ ମୋଇନ ଅଲୀ ଥିବାରୁ ଇଂଲଣ୍ଡ ତାଙ୍କ ଠାରୁ ସାମାନ୍ୟ ଆଶା ରଖିଥିଲେ। ସେ ମଧ୍ୟ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସେ ବଡ଼ ଶଟ ଖେଳିଥିଲେ। ହେଲେ ସେହି ପାଣ୍ଡ୍ୟା ହିଁ ତାଙ୍କୁ ଆଉଟ କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଆଉଟ ହେବା ପୂର୍ବରୁ ମୋଇନ ଅଲୀ ୨୧ ବଲରେ ୩୫ ରନ୍‌ର ଇନିଂସ ଖେଳିଥିଲେ। ବୋଲିଂରେ ୪ ୱିକେଟ ଦଖଲ କରିଥିବା କ୍ରିସ ଜୋର୍ଡାନ କୌଣସି ବଲ ସାମ୍ନା କରିବା ପୂର୍ବରୁ ରନ ଆଉଟ ହୋଇ ଯାଇଥିଲେ। ସେହିପରି ଡେବ୍ୟୁଣ୍ଟାଣ୍ଟ ରିଚାର୍ଡ ଗ୍ଲିସନ କେବଳ ୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଆଉଟ କରି ଭୁବନେଶ୍ୱର କୁମାର ଇଂଲଣ୍ଡକୁ ୯ମ ଝଟକା ଦେଇଥିଲେ। ଶେଷରେ ହର୍ଷଲ ପଟେଲ ସ୍ପିନର ମାଟ ପାର୍କିନସନ(୦)ଙ୍କୁ କ୍ଲିନବୋଲ୍ଡ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଡାଭିଡ ୱିଲ୍ଲୀ ଶେଷ ଯାଏ ୨୨ ବଲରେ ୩୩ ରନ କରି ଅପରାଜିତ ରହିଥିଲେ।

Yuzvendra Chahal picked two quick wickets to dent England's chase, England vs India, 2nd men's T20I, Birmingham, July 9, 2022

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ବୁମ୍ରା ଓ ଚହଲ ୨ଟି ଲେଖାଏ ସଫଳତା ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

Jos Buttler once again failed to fire, falling for 4, England vs India, 2nd men's T20I, Birmingham, July 9, 2022

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos