ସୂର୍ଯ୍ୟଙ୍କ ବିସ୍ଫୋରଣ ପରେ ବୋଲରଙ୍କ କମାଲ, ସିରିଜ ଜିତିଲା ଭାରତ

ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ଦମ ଦେଖାଇଛି ଟିମ ଇଣ୍ଡିଆ। ଉଭୟ ବ୍ୟାଟିଂରେ କମାଲ କରି ଦଳ ଭ୍ରମଣକାରୀ ଶ୍ରୀଲଙ୍କାକୁ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ୯୧ ରନରେ ହରାଇ ଦେଇଛି। ଏହି ବିଜୟ ସହ ୩ଟିକିଆ ଟି-୨୦ ସିରିଜ୍‌କୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଟିମ ଇଣ୍ଡିଆ ୨-୧ରେ କବଜା କରିଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରେ ୫ ୱିକେଟ ହରାଇ ୨୨୮ ରନ କରିଥିଲା। ଦଳ ପକ୍ଷରୁ […]

Umran

Umran

Hemant Lenka
  • Published: Saturday, 07 January 2023
  • Updated: 07 January 2023, 10:36 PM IST

Sports

Latest News

ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ଦମ ଦେଖାଇଛି ଟିମ ଇଣ୍ଡିଆ। ଉଭୟ ବ୍ୟାଟିଂରେ କମାଲ କରି ଦଳ ଭ୍ରମଣକାରୀ ଶ୍ରୀଲଙ୍କାକୁ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ୯୧ ରନରେ ହରାଇ ଦେଇଛି। ଏହି ବିଜୟ ସହ ୩ଟିକିଆ ଟି-୨୦ ସିରିଜ୍‌କୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଟିମ ଇଣ୍ଡିଆ ୨-୧ରେ କବଜା କରିଛି।

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରେ ୫ ୱିକେଟ ହରାଇ ୨୨୮ ରନ କରିଥିଲା। ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ୫୧ ବଲରେ ଅପରାଜିତ ୧୧୨ ରନ କରିଥିଲେ। ୨୨୯ ରନର ପିଛା କରୁଥିବା ଶ୍ରୀଲଙ୍କା ୧୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଛି।

ଭାରତ ଆଜି ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ନିଜର ଜଲୱା ଦେଖାଇଛି। ଦ୍ୱିତୀୟ ଟି-୨୦ରେ ଟିମ ଇଣ୍ଡିଆ ନିଜର ବୋଲିଂକୁ ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲା। କିନ୍ତୁ ତୃତୀୟ ଦିନିକିଆରେ ଅର୍ଶଦୀପ ସିଂହଙ୍କ ଠାରୁ ଆରମ୍ଭ କରି ଉମ୍ରାନ ମଲିକଙ୍କ ଯାଏ ସମସ୍ତେ ଠିକଠାକ ବୋଲିଂ କରିଛନ୍ତି।

୨୨୯ ରନର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ୪୪ ରନରେ ପ୍ରଥମ ୱିକେଟ ହରାଇଥିଲା। କୁଶଲ ମେଣ୍ଡିସ(୨୩)ଙ୍କୁ ଆଉଟ କରି ଅକ୍ଷର ପଟେଲ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଗତ ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଅର୍ଶଦୀପ ଅନ୍ୟତମ ଓପନର ପଥୁନ ନିଶାଙ୍କ(୧୫)ଙ୍କୁ ଆଉଟ କରିଥିଲେ।

ଟାର୍ଗେଟ ବଡ଼ ଥିବା ବେଳେ ଶ୍ରୀଲଙ୍କାର କୌଣସି ବ୍ୟାଟର ବେଶୀ ସମୟ କ୍ରିଜ୍‌ରେ ରହି ପାରି ନଥିଲେ। ସିରିଜରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିସ୍କା ଫର୍ଣ୍ଣାଡୋ(୧)ଙ୍କୁ ଆଉଟ କରି ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଜଲୱା ଦେଖାଇଥିଲେ। ସେ ଚାମିକା କରୁଣାରତ୍ନେ(୦)ଙ୍କ ୱିକେଟ ମଧ୍ୟ ନେଇଛନ୍ତି।

ଧନ୍ୟଞ୍ଜୟ ଡି’ସିଲଭା(୨୨) ଓ ଚରିଥା ଅସଲଙ୍କା(୧୯)ଙ୍କୁ ପ୍ୟାଭଲିୟନ ପଠାଇ ୟୁଜି ଚହଲ ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ। ଉମ୍ରାନ ମଲିକ ୯ ରନ କରିଥିବା ୱାନିନ୍ଦୁ ହସରଙ୍ଗା ଓ ପରେ ୨ ରନ କରିଥିବା ମଂଶ ତିକଶାନାଙ୍କୁ ଆଉଟ କରି ଆହୁରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କା ପାଇଁ ଦମଦାର ବ୍ୟାଟିଂ କରିଥିବା ଅଧିନାୟକ ଦସୁନ ଶଣକା ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୭ତମ ଓଭରରେ ଅର୍ଶଦୀପ ସିଂହ ୨୩ ରନ କରିଥିବା ଶଣକାଙ୍କୁ ଆଉଟ କରି ଶ୍ରୀଲଙ୍କାର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ସେହି ଓଭରର ୪ର୍ଥ ବଲରେ ସେ ଦିଲସାନ ମଧୁଶଣକା(୧)ଙ୍କୁ କ୍ଲିନବୋଲ୍ଡ କରି ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଶ୍ରୀଲଙ୍କା ୧୬.୪ ଓଭରରେଆ ସମସ୍ତ ୱିକେଟ ହରାଇ କେବଳ ୧୩୭ ରନ କରିବାକୁ ସକ୍ଷମ ହୋଇଛି। ଭାରତ ୯୧ ରନରେ ବିଶାଳ ବିଜୟ ସହ ଟ୍ରଫି ହାତେଇଛି।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ, ଉମ୍ରାନ ଓ ଚହଲ ୨ଟି ଲେଖାଏ ସଫଳତା ପାଇଛନ୍ତି। ଅକ୍ଷର ପଟେଲଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। ବିସ୍ଫୋରକ ୧୧୨ ରନର ଇନିଂସ ଖେଳିଥିବା ସୂର୍ଯ୍ୟ କୁମାର ଯାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେହିପରି ଅକ୍ଷର ପଟେଲ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ୩ଟି ମ୍ୟାଚ୍‌ରେ ୧୧୭ ରନ କରିବା ସହ ୩ଟି ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story