ବିଜୟ ସହ ସିରିଜକୁ କମବ୍ୟାକ୍ କଲା ଟିମ୍ ଇଣ୍ଡିଆ

ବିଶଖାପଟନମ: ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ। ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସି ଯାଇଛି। […]

BCCI

BCCI

Hemant Lenka
  • Published: Tuesday, 14 June 2022
  • Updated: 14 June 2022, 10:50 PM IST

Sports

Latest News

ବିଶଖାପଟନମ: ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ। ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସି ଯାଇଛି। ଏବେ ରାଜକୋଟ ଓ ବେଙ୍ଗାଲୁରୁ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନରେ ଅଲଆଉଟ ହୋଇଯାଇଛି। ୪ ଓଭର୍‌ରେ ୨୦ ରନ୍‌ ଦେଇ ୩ ୱିକେଟ ସହ ୨ଟି କ୍ୟାଚ୍‌ ଧରିଥିବା ଭାରତର ୟୁଜବେନ୍ଦର ଚହଲ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ଈଶାନ କିଶନ(୫୪) ଓ ଗାଏକ୍ୱାଡ(୫୭) ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମେ ୱିକେଟ ପାଇଁ ୯ ଓଭର ସୁଦ୍ଧା ୯୭ ରନ୍‌ ଯୋଡ଼ିଥିଲେ।

ଲାଗୁଥିଲା ଭାରତ ଆଜିର ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍ କରିବ। ହେଲେ ମଧ୍ୟକ୍ରମେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶ୍ରେୟସ ଆୟର(୧୪), ପନ୍ତ(୬) ଓ ଦୀନେଶ କାର୍ତ୍ତିକ(୬) ରନ କରିଥିଲେ। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୧ ବଲରେ ଅପରାଜିତ ୩୧ ଓ ଅକ୍ଷର ପଟେଲଙ୍କ ୨ ବଲରେ ୫ ରନ୍ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୭୯ ରନ୍‌ କରିଥିଲା।

୧୮୦ ରନ୍‌ର ଟର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳୀୟ ସ୍କୋର ୨୩ ଥିବା ବେଳେ ଅକ୍ଷର ପଟେଲ ଭ୍ରମଣକାରୀ ଟିମ୍‌ର ଅଧିନାୟକ ବାଭୁମା(୮)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୩୮ ରନର ଦଳ ରୀଜା ହେଣ୍ଡ୍ରିକ୍ସ(୨୦)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ହର୍ଷଲ ପଟେଲ ନେଇଥିଲେ।

ପ୍ରଥମ ମ୍ୟାଚ୍‌ର ହିରୋ ରାସି ଭାନ ଡେର ଡୁସେନ(୧) ପୁଣିଥରେ ନିରାଶ କରିଥିଲେ। ୟୁଜିବେନ୍ଦର ଚହଲ ତାଙ୍କୁ ଆଉଟ ଦକ୍ଷିଣ ଆଫ୍ରିକାକୁ ତୃତୀୟ ଝଟକା ଦେଇଥିଲେ। ୪୦ ରନରେ ୩ଟି ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ପାଇଁ ଡ୍ୱେନ ପ୍ରିଟୋରିୟସ ଓ କଟକରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ହେନରିଚ କ୍ଲାସେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୪ର୍ଥ ୱିକେଟ ପାଇଁ ସେମାନେ କେବଳ ୧୭ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୫୭ ଥିବା ବେଳେ ବ୍ୟକ୍ତିଗତ ୨୦ ରନ କରି ପ୍ରିଟୋରିୟସ ଚହଲଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଇନ ଫର୍ମ ଡାଭିଡ ମିଲର(୩)ଙ୍କୁ ଆଉଟ କରି ହର୍ଷଲ ପଟେଲ ଭାରତକୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ। କ୍ଲାସେନ ମଧ୍ୟ କେବଳ ୨୯ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଦଳୀୟ ସ୍କୋର ୧୦୦ ଥିବା ବେଳେ ଚହଲ ତାଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାର ବିଜୟକୁ ଏକ ପ୍ରକାରର ଅସମ୍ଭବ କରି ଦେଇଥିଲେ। ଆଗକୁ କେବଳ ଔପଚାରିକତା ବାକି ଥିଲା।

ଅନ୍ୟମାନଙ୍କ ମଧ୍ୟରେ କାଗିସୋ ରବାଡା(୯), କେଶବ ମହାରାଜ(୧୧) ଓ ଅନରିଚ ନର୍ଖିୟା(୦) ବେଶୀ କିଛି କରି ପାରି ନଥିଲା। ରବାଡାଙ୍କୁ ହର୍ଷଲ ପଟେଲ, ମହାରାଜଙ୍କୁ ଭୁବନେଶ୍ୱର କୁମାର ଓ ନର୍ଖିୟା ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଥିଲେ। ୱେନ ପାର୍ଣ୍ଣେଲ ଶେଷ ଯାଏ ୨୨ ରନ କରି ଅପରାଜିତ ରହିଥିଲେ। କିନ୍ତୁ ଶେଷ ଓଭର୍‌ର ପ୍ରଥମ ବଲରେ ଶାମସୀଙ୍କୁ(୦)ଙ୍କୁ ଆଉଟ କରି ହର୍ଷଲ ପଟେଲ ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତ ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଚହଲ ୩ଟି, ଭୁବନେଶ୍ୱର କୁମାର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos