ସିରିଜ ମୂଳପୋଛ ଲକ୍ଷ୍ୟରେ ଭାରତ, ଜିତିଲା ଟସ୍‌

ପୋର୍ଟ ଅଫ ସ୍ପେନ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ଆଗୁଆ ୨-୦ରେ କବଜା କରିଥିବା ଆଜି ସିରିଜ ମୂଳପୋଛ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି। ଶେଷ ଦିନିକିଆରେ ଭାରତର ଅଧିନାୟକ ଶିଖର ଧୱନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଘରୋଇ ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବ। ସିରିଜ ହାରି ସାରିଥିବା ଇଣ୍ଡିଜ ପାଇଁ ଆଜି ସମ୍ମାନର ଲଢ଼େଇ। ଏଥିପାଇଁ ଦଳ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଅଲଜାରି ଯୋଶେଫ, ରୋଭମାନ […]

India

India

Hemant Lenka
  • Published: Wednesday, 27 July 2022
  • Updated: 27 July 2022, 06:46 PM IST

ପୋର୍ଟ ଅଫ ସ୍ପେନ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ଆଗୁଆ ୨-୦ରେ କବଜା କରିଥିବା ଆଜି ସିରିଜ ମୂଳପୋଛ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି। ଶେଷ ଦିନିକିଆରେ ଭାରତର ଅଧିନାୟକ ଶିଖର ଧୱନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଘରୋଇ ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବ। ସିରିଜ ହାରି ସାରିଥିବା ଇଣ୍ଡିଜ ପାଇଁ ଆଜି ସମ୍ମାନର ଲଢ଼େଇ। ଏଥିପାଇଁ ଦଳ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଅଲଜାରି ଯୋଶେଫ, ରୋଭମାନ ପାୱେଲ ଓ ରୋମାରିଓ ଶେଫର୍ଡ ଆଜିର ମ୍ୟାଚ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ଜାସନ ହୋଲ୍ଡର, କେମୋ ପଲ ଓ କେଆସୀ କାର୍ଟି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବାରୁ ହୋଲ୍ଡର ଭାରତ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ଖେଳି ପାରି ନଥିଲେ। ହେଲେ ଏବେ ସେ ଦଳକୁ କମବ୍ୟାକ କରିଛନ୍ତି।

ଅନ୍ୟପକ୍ଷରେ ସିରିଜ୍‌ କବଜା କରିଥିଲେ ମଧ୍ୟ ଟିମ ଇଣ୍ତିଆ ଚୂଡ଼ାନ୍ତ ଏକାଦଶରେ ବିଶେଷ କିଛି ପରିବର୍ତ୍ତନ କରିନି। କେବଳ ଆଭେଶ ଖାନଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଆଜି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଭାରତ ପ୍ରଥମ ଦିନିକିଆ ୩ ରନରେ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆକୁ ୨ ବଲ ପୂର୍ବରୁ ୨ ୱିକେଟରେ ଜିତି ନେଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଅକ୍ଷର ପଟେଲ ଅପରାଜିତ ୬୪ ରନର ଇନିଂସ ଖେଳି ଭାରତକୁ ଜିତାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos