ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅଷ୍ଟ୍ରେଲିଆ ମହିଳା ବିପକ୍ଷରେ ଟସ ଜିତିଲା ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗ୍ରୁପ ଏ’ର ପ୍ରଥମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ। ଏହି ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମେଗ ଲାନିଙ୍ଗଙ୍କ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ। ପାଗ କୋହଲା ରହିଥିବା ବେଳେ ବର୍ଷାର ଆଶଙ୍କା ରହିଛି। ତଥାପି ଭାରତୀୟ ମହିଳା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ […]

Toss

Toss

Hemant Lenka
  • Published: Friday, 29 July 2022
  • Updated: 29 July 2022, 03:26 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗ୍ରୁପ ଏ’ର ପ୍ରଥମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ। ଏହି ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମେଗ ଲାନିଙ୍ଗଙ୍କ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ। ପାଗ କୋହଲା ରହିଥିବା ବେଳେ ବର୍ଷାର ଆଶଙ୍କା ରହିଛି। ତଥାପି ଭାରତୀୟ ମହିଳା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

୧୯୩୦ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳା ଯାଉଥିବା ବେଳେ ମାତ୍ର ଗୋଟିଏ ଥର କ୍ରିକେଟର ମଜା ଉଠାଇଥିଲେ ଦର୍ଶକ। ୧୯୯୮ରେ ମାଲେସିୟାରେ ଖେଳା ଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକା ପୁରୁଷ ଦଳ ଚାମ୍ପିୟନ ହୋଇଥିଲା। ଏହାପରଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇ ନଥିଲା। ହେଲେ ଏଥର ମହିଳା କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଛି।

ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ୩ ଜଣ ସ୍ପିନର, ୨ ଜଣ ମିଡିୟମ ପେସର, ଜଣେ ୱିକେଟ କିପର ଓ ବାକି ବ୍ୟାଟରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି। ଆଜି ଚୂଡ଼ାନ୍ତ ଏକାଦଶରେ ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ହରମନପ୍ରୀତ କୌର, ଜେମିମା ରୋଡ୍ରିଗସ, ହାରଲୀନ ଦେଓଲ, ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ମେଘନା ସିଂହ ଓ ରେଣୁକା ତିୱାରୀ। ମେଘନା ସିଂହ ଆଜି ଭାରତ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏବେ ମହିଳା କ୍ରିକେଟର ବିଶ୍ୱ ଚାମ୍ପିୟନ। ତେଣୁ ଭାରତକୁ ଦଳ ପାଖରୁ କଡ଼ା ଚ୍ୟାଲେଞ୍ଜ ମିଳିବ। ଦଳରେ ଆଲିସା ହେଲୀ, ବେଥ ମୋନୀ, ମେଗ ଲାନିଙ୍ଗ, ତାହଲିଆ ମ୍ୟାଗରାଥ, ରାଚେଲ ହାୟନେସ, ଆଶେଲଇଗ ଗାର୍ଡେନର, ଗ୍ରେସ ହାରିସ, ଜେସ ଜୋନାସେନ, ଆଲନା କିଙ୍ଗ, ମେଗନ ସ୍କଟ ଓ ଡି ବ୍ରାଉନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos