ଈଶାନ କିଶନଙ୍କ ବିସ୍ଫୋରକ ୮୧, ଦିଲ୍ଲୀକୁ ୧୭୮ ରନର ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ: ଯୁବ ତାରକା ଈଶାନ କିଶନ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଈଶାନଙ୍କ ବିସ୍ଫୋରକ ଓ ଅପରାଜିତ ୮୧ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୭୭ ରନ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ ଜିତିବା ପାଇଁ ୧୭୮ ରନ୍‌ର ଟାର୍ଗେଟ ମିଳିଛି। ଈଶାନଙ୍କ ବ୍ୟତୀତ ରୋହିତ ଶର୍ମା ମଧ୍ୟ ୪୧ ରନ୍‌ର ଇନିଂସ ଖେଳିଛନ୍ତି। ଆଜିର ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରୁଥିବା […]

Ishan

Ishan

Hemant Lenka
  • Published: Sunday, 27 March 2022
  • Updated: 27 March 2022, 05:35 PM IST

Sports

Latest News

ମୁମ୍ବାଇ: ଯୁବ ତାରକା ଈଶାନ କିଶନ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଈଶାନଙ୍କ ବିସ୍ଫୋରକ ଓ ଅପରାଜିତ ୮୧ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୭୭ ରନ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ ଜିତିବା ପାଇଁ ୧୭୮ ରନ୍‌ର ଟାର୍ଗେଟ ମିଳିଛି। ଈଶାନଙ୍କ ବ୍ୟତୀତ ରୋହିତ ଶର୍ମା ମଧ୍ୟ ୪୧ ରନ୍‌ର ଇନିଂସ ଖେଳିଛନ୍ତି।

ଆଜିର ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରୁଥିବା ମୁମ୍ବାଇ ପାଇଁ ଅଧିନାୟକ ରୋହିତ ଓ ଈଶାନ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ମାତ୍ର ୮.୨ ଓଭର୍‌ରେ ୬୭ ରନ ଯୋଡ଼ି ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ତେବେ ଦିଲ୍ଲୀ ପକ୍ଷରୁ ପ୍ରଥମଥର ଖେଳୁଥିବା କୁଲଦୀପ ଯାଦବ ୪୧ ରନ୍‌ କରିଥିବା ରୋହିତଙ୍କୁ ଆଉଟ କରି ମୁମ୍ବାଇକୁ ପ୍ରଥମ ଝଟକା ଦେଇଥିଲେ। ରୋହିତ ଆଉଟ ହେବା ପୂର୍ବରୁ ୩୨ ବଲ୍‌ରେ ୨ଟି ଛକା ଓ ୪ଟି ଚୌକା ବଳରେ ୪୧ ରନ୍‌ର ଇନିଂସ ଖେଳିଥିଲେ।

୩ନଂର ବ୍ୟାଟିଂ କରିବାକୁ ଆସିଥିବା ଅନମୋଲପ୍ରୀତ ସିଂହ ୮ ରନ୍‌ କରି କୁଲଦୀପ ଯାଦବଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଲଗାତର ଦୁଇଟି ୱିକେଟ ମୁମ୍ବାଇ ହରାଇଥିଲେ ମଧ୍ୟ ଈଶାନଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିଲା। ତାଙ୍କୁ କିଛି ସମୟ ପାଇଁ ତିଲକ ବର୍ମା(୨୨) ସହଯୋଗ କରିଥିଲେ। ହେଲେ ବର୍ମାଙ୍କୁ ଖଲୀଳ ଅହମ୍ମଦ ଆଉଟ କରି ମୁମ୍ବାଇକୁ ତୃତୀୟ ଝଟକା ଦେଇଥିଲେ। ୪ର୍ଥ ୱିକେଟ ଭାବେ ମୁମ୍ବାଇ ଅଲରାଉଣ୍ତର କାଏରନ ପୋଲାର୍ଡ(୩)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମଧ୍ୟ କୁଲଦୀପ ନେଇଛନ୍ତି।

ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା ସିଙ୍ଗାପୁର ଅଲରାଉଣ୍ଡର ଟିମ ଡାଭିଡ କେବଳ ୧୨ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଅନ୍ୟପଟେ ଈଶାନ କିଶନ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଶେଷ ଭାଗରେ ସେ ଅଧିକ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଏପରି କି ଶେଷ ଓଭର ବୋଲିଂ କରୁଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ସେ ଲଗାତର ୨ଟି ଚୌକା ମାରିଥିଲେ। ଏହା ପୂର୍ବରୁ ଡାନିଏଲ ସାମ୍ସ ମଧ୍ୟ ଏହି ଓଭର୍‌ରେ ଗୋଟିଏ ଛକା ମାରିଥିଲେ। ଶେଷ ଓଭର୍‌ରେ ଶାର୍ଦ୍ଦୁଲ ୧୯ ରନ ବ୍ୟୟ କରିବାରୁ ମୁମ୍ବାଇ ୧୭୫ ରନ୍‌ ପାର କରିଥିଲା। ଈଶାନ ୪୮ ବଲ୍‌ରେ ଅପରାଜିତ ୮୧ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି। ସେହିପରି ଡାନିଏଲ ସାମ୍ସ ୨ ବଲରେ ଅପରାଜିତ ୭ ରନ୍‌ କରିଛନ୍ତି।

ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଖଲୀଲ ଅହମ୍ମଦଙ୍କୁ ଦୁଇଟି ସଫଳତା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story