‍ଫିଟ ହୋଇନାହାନ୍ତି ବୁମ୍ରା, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ଆଉଟ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ଯଶପ୍ରୀତ ବୁମ୍ରାଙ୍କ କମବ୍ୟାକ ଆହୁରି ବିଳମ୍ବ ହେବ। ପିଠି ଯନ୍ତ୍ରଣା ଯୋଗୁ ୨୦୨୨ ସେପ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ଥିବା ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିଥାଆନ୍ତେ। ତେବେ ଦିନିକିଆ ସିରିଜ୍‌ର ଗୋଟିଏ ଦିନ ଆଗରୁ ସେ ମ୍ୟାଚ୍‌ ଖେଳିବାକୁ ସଂପୂର୍ଣ୍ଣ ଫିଟ ହୋଇ ନଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌କୁ ବାଦ ଦିଆଯାଇଛି। ବିସିସିଆଇ ଜାନୁଆରୀ ୩ରେ ବୁମ୍ରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ସାମିଲ […]

Jashprit

Jashprit

Hemant Lenka
  • Published: Monday, 09 January 2023
  • Updated: 09 January 2023, 03:00 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ଯଶପ୍ରୀତ ବୁମ୍ରାଙ୍କ କମବ୍ୟାକ ଆହୁରି ବିଳମ୍ବ ହେବ। ପିଠି ଯନ୍ତ୍ରଣା ଯୋଗୁ ୨୦୨୨ ସେପ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ଥିବା ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିଥାଆନ୍ତେ। ତେବେ ଦିନିକିଆ ସିରିଜ୍‌ର ଗୋଟିଏ ଦିନ ଆଗରୁ ସେ ମ୍ୟାଚ୍‌ ଖେଳିବାକୁ ସଂପୂର୍ଣ୍ଣ ଫିଟ ହୋଇ ନଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌କୁ ବାଦ ଦିଆଯାଇଛି। ବିସିସିଆଇ ଜାନୁଆରୀ ୩ରେ ବୁମ୍ରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସ୍କ୍ୱାଡରେ ସାମିଲ କରିଥିଲା। ହେଲେ ଆଜି ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି।

ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍‌ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ଜାନୁଆରୀ ୧୦, ୧୨ ଓ ୧୫ରେ ଏହି ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ବୁମ୍ରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ଦଳର ପେସ୍‌ ମଙ୍ଗ ସମ୍ଭାଳିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଅତିରିକ୍ତ ଦ୍ରୁତ ବୋଲର ଭାବେ ଦଳରେ ରହିଛନ୍ତି।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ଈଶାନ କିଶନ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜି ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story