ଦିନିକିଆ ରାଙ୍କିଙ୍ଗ: ୧ନଂ ସ୍ଥାନ ହରାଇଲେ ବୁମ୍ରା, ତଳକୁ ଖସିଲେ ବିରାଟ ଓ ରୋହିତ

ଦୁବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଜିତିଥିଲେ ମଧ୍ୟ ଆଇସିସି ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆର ୩ ଷ୍ଟାର ଖେଳାଳିଙ୍କୁ ଶକ୍ତ ଝଟକା ଲାଗିଛି। ଆଇସିସିର ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରୁ ତଳକୁ ଖସି ଯାଇଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବ୍ୟାଟିଂ ରାଙ୍କିଙ୍ଗରେ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସିଛନ୍ତି। ବୁମ୍ରା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ […]

Virat

Virat

Hemant Lenka
  • Published: Wednesday, 20 July 2022
  • Updated: 20 July 2022, 08:25 PM IST

Sports

Latest News

ଦୁବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଜିତିଥିଲେ ମଧ୍ୟ ଆଇସିସି ରାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆର ୩ ଷ୍ଟାର ଖେଳାଳିଙ୍କୁ ଶକ୍ତ ଝଟକା ଲାଗିଛି। ଆଇସିସିର ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରୁ ତଳକୁ ଖସି ଯାଇଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବ୍ୟାଟିଂ ରାଙ୍କିଙ୍ଗରେ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସିଛନ୍ତି।

ବୁମ୍ରା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୬ଟି ୱିକେଟ ନେବା ପରେ ବିଶ୍ୱର ୧ନଂ ବୋଲର ପାଲଟି ଯାଇଥିଲେ। ତେବେ ସେ ତୃତୀୟ ଦିନିକିଆ ନ ଖେଳିବାରୁ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ବୋଲ୍ଟ ୭୦୪ ପଏଣ୍ଟ ସହ ୧ନଂ ସ୍ଥାନରେ ଥିବା ବେଳେ ବୁମ୍ରା ମାତ୍ର ଗୋଟିଏ ପଏଣ୍ଟ କମ ସହ ଦ୍ୱିତୀୟରେ ରହିଛନ୍ତି।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ବୁମ୍ରା ୪ର୍ଥ ସ୍ଥାନରେ ଥିଲେ। ହେଲେ ଦ୍ୱିତୀୟ ମ୍ୟାଚ୍‌ ବେଳକୁ ସେ ୩ଟି ସ୍ଥାନ ଉପରକୁ ଉଠି ୧ନଂ ସ୍ଥାନ ଦଖଲ କରିଥିଲେ। ଏବେ ସେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ପୂର୍ବଭଳି ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥରେ ଜୋଶ ହେଜେଲଉଡ, ୫ମରେ ଆଫଗାନିସ୍ତାନର ମୁଜିବ ଉର ରେହମାନ, ୬ଷ୍ଠରେ ବାଂଲାଦେଶର ମେହିଦି ହାସନ, ୭ମରେ ମ୍ୟାଟ ହେନରୀ, ୮ମରେ ମହମ୍ମଦ ନାବି, ୯ମରେ ଇଂଲଣ୍ଡର କ୍ରିସ ୱକ୍ସ ଓ ୧୦ମରେ ରଶିଦ ଖାନ ରହିଛନ୍ତି।

ବୁମ୍ରା ତଳକୁ ଖସିଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ସ୍ପିନର ୟୁଜବେନ୍ଦର ଚହଲ ଏକାଥରେ ୪ଟି ସ୍ଥାନ ଉପରକୁ ଉଠି ବୋଲିଂ ରାଙ୍କିଙ୍ଗର ୧୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ଇଂଲଣ୍ଡ ବିପକ୍ଷରେ ମ୍ୟାନ ଅଫ ଦି ସିରିଜ ପାଇଥିବା ହାର୍ଦ୍ଦିକ ପାଣ୍ତ୍ୟା ଅଲରାଉଣ୍ଡର ରାଙ୍କିଙ୍ଗର ଟପ ୧୦ରେ ପ୍ରବେଶ କରିଛନ୍ତି। ସେ ୨୪୨ ପଏଣ୍ଟ ସହ ରାଙ୍କିଙ୍ଗର ୮ମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ବ୍ୟାଟିଂ ରାଙ୍କିଙ୍ଗ ଦେଖିଲେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ନମ୍ବର ସ୍ଥାନରେ ରହିଛନ୍ତି। ପାକିସ୍ତାନ ଇମାମ ଉଲ ହକ ୨ରେ ରହିଥିବା ବେଳେ ୩ଟି ସ୍ଥାନ ଉପରକୁ ଉଠି ଦକ୍ଷିଣ ଆଫ୍ରିକାର ରସି ଭାନ ଡେର ଡୁସେନ ୩ୟ ସ୍ଥାନ ଦଖଲ କରିଛନ୍ତି। ପୂର୍ବରୁ ୩ନଂରେ ଥିବା ବିରାଟ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ଓ ରୋହିତ ଗୋଟିଏ ସ୍ଥାନ ଖସି ୫ମ ସ୍ଥାନରେ ପହଞ୍ଚିଛନ୍ତି। ୬ଷ୍ଠରେ କ୍ୱିଣ୍ଟନ ଡି’କକ, ୭ମରେ ରସ ଟେଲର, ୮ରେ ଡାଭିଡ ୱାର୍ଣ୍ଣର, ୯ମରେ ଜନ୍ନି ବେୟାରଷ୍ଟୋ ଓ ୧୦ମରେ ଆରୋନ ଫିଞ୍ଚ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story