ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ମହିଳା ଟିମ୍। ଆସନ୍ତା ମାସରୁ ଉଭୟ ଦେଶ ମଧ୍ୟରେ ପ୍ରଥମେ ଟି-୨୦ ଓ ପରେ ଦିନିକିଆ ସିରିଜ୍ ଖେଳାଯିବ। ଏଥିପାଇଁ ଆଜି ବିସିସିଆଇ ଖେଳାଳିଙ୍କ ନାଁ ଘୋଷଣା କରିଛି।
ଭାରତୀୟ ମହିଳା ଟିମ୍ର ଦିନିକିଆ ସ୍କ୍ୱାଡକୁ ଦୀର୍ଘଦିନ ପରେ ଅଭିଜ୍ଞ ଝୁଲଣ ଗୋସ୍ୱାମୀ କମବ୍ୟାକ କରିଛନ୍ତି। ଆହତ ଓ ୱାର୍କଲୋଡ ଯୋଗୁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ନଥିଲେ। ହେଲେ ଏବେ ସେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଖେଳିବେ।
ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ବ୍ୟାଟର ଜେମିମା ରୋଡ୍ରଗିସ ଉଭୟ ଟି-୨୦ ଓ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆହତ ହୋଇଥିବା ଜେମିମା ଦି ହଣ୍ଡରେଡ୍ର ଚଳିତ ସଂସ୍କରଣରୁ ବାଦ ପଡ଼ିଥିଲେ। ହେଲେ ଏବେ ସେ ସୁସ୍ଥ ହୋଇଥିବାରୁ ଇଂଲଣ୍ଡ ଗସ୍ତରେ ଯିବେ।
ମିତାଲି ରାଜ ଅବସର ନେଇ ସାରିଥିବାରୁ ଉଭୟ ଦିନିକିଆ ଓ ଟି-୨୦ରେ ଭାରତୀୟ ମହିଳା ଟିମ୍ର କମାଣ ହରମନପ୍ରୀତ କୌର ସମ୍ଭାଳିବେ। ସ୍ମୃତି ମନ୍ଧାନା ଉଭୟ ସିରିଜ୍ରେ ତାଙ୍କ ଡେପୁଟି ଭାବେ କାମ କରିବେ। ସେପ୍ଟେମ୍ବର ୧୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳାଯିବ। ଏହାପରେ ସେପ୍ଟେମ୍ବର ୧୮ରୁ ୩ଟିକିଆ ଦିନିକିଆ ସିରିଜ ଖେଳାଯିବ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ମହିଳା ଦଳ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ଶେଫାଲି ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକର, ଜେମିମା ରୋଡ୍ରିଗସ, ସେହ୍ନା ରାଣା, ରେଣୁକା ସିଂହ ଠାକୁର, ମେଘନା ସିଂହ, ରାଧା ଯାଦବ, ଏସ୍ ମେଘନା, ତାନ୍ୟା ସପନା ଭାଟିଆ(ୱିକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ, ଡି ହେମଲତା, ସିମରନ ଦିଲ ବାହାଦୂର, ରିଚା ଘୋଷ(ୱିକେଟ କିପର) ଓ କେପି ନାଭଗିରେ।
ଦିନିକିଆ ସିରିଜ୍: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ଶେଫାଲି ବର୍ମା, ଦୀପ୍ତି ଶର୍ମା, ଏସ୍ ମେଘନା, ତାନ୍ୟା ସପନା ଭାଟିଆ(ୱିକେଟ କିପର), ୟାସ୍ତିକା ଭାଟିଆ(ୱିକେଟ କିପର), ପୂଜା ବସ୍ତ୍ରକର, ଜେମିମା ରୋଡ୍ରିଗସ, ସେହ୍ନା ରାଣା, ରେଣୁକା ସିଂହ ଠାକୁର, ମେଘନା ସିଂହ, ରାଜେଶ୍ୱରୀ ଗାଏକ୍ୱାଡ, ଡି ହେମଲତା, ସିମରନ ଦିଲ ବାହାଦୂର, ହାରଲୀନ ଦେଓଲ ଓ ଝୁଲଣ ଗୋସ୍ୱାମୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।