ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ: ସେମିରେ ଜୁଭେନାଇଲ ଓ ପାରାମାଉଣ୍ଟ

ଭୁବନେଶ୍ୱର: ସ୍ଥାନୀୟ ଆଇଆରସି ସ୍ଥିତି ଏଲଏଲସିସି ପଡ଼ିଆରେ ଖେଳାଯାଉଥିବା ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଠାରୁ କ୍ୱାର୍ଟର ଫାଇନାଲ ଲଢ଼େଇ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଟାଉନ କ୍ଲବକୁ କଟକର ଜୁଭେନାଇଲ କ୍ରିକେଟ ଏକାଡେମୀ ୨୬ ରନ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ବାଜିମାତ କରିଛି ପାରାମାଉଣ୍ଟ ସ୍ପୋର୍ଟିଂ। ପାରାମାଉଣ୍ଟର ମୁକାବିଲା ଗ୍ରୀନ୍ସ ଏକାଡେମୀ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପାରାମାଉଣ୍ଟ ୧୭୬ ରନରେ […]

biplab

biplab

Hemant Lenka
  • Published: Monday, 18 April 2022
  • Updated: 18 April 2022, 06:59 PM IST

Sports

Latest News

ଭୁବନେଶ୍ୱର: ସ୍ଥାନୀୟ ଆଇଆରସି ସ୍ଥିତି ଏଲଏଲସିସି ପଡ଼ିଆରେ ଖେଳାଯାଉଥିବା ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଠାରୁ କ୍ୱାର୍ଟର ଫାଇନାଲ ଲଢ଼େଇ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଟାଉନ କ୍ଲବକୁ କଟକର ଜୁଭେନାଇଲ କ୍ରିକେଟ ଏକାଡେମୀ ୨୬ ରନ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ବାଜିମାତ କରିଛି ପାରାମାଉଣ୍ଟ ସ୍ପୋର୍ଟିଂ।

ପାରାମାଉଣ୍ଟର ମୁକାବିଲା ଗ୍ରୀନ୍ସ ଏକାଡେମୀ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପାରାମାଉଣ୍ଟ ୧୭୬ ରନରେ ଜିତି ନେଇଛି। ଏହି ବିଜୟ ସହ ଜୁଭେନାଇଲ ଓ ପାରାମାଉଣ୍ଟ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି।

ପ୍ରଥମ କ୍ୱାର୍ଟର ଫାଇନାଲରେ ଜୁଭେନାଇଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମୟଙ୍କ ପଟ୍ଟନାୟକଙ୍କ ୭୨, ବୈଷ୍ଣନୁ ମହାନ୍ତିଙ୍କ ୫୫ ଓ ଦେବୀ ପ୍ରସାଦ ରାୟଙ୍କ ୪୧ ରନ୍‌ ବଳରେ ଜୁଭେନାଇଲ ନିର୍ଦ୍ଧାରିତ ୩୫ ଓଭର୍‌ରେ ୮ ୱିକେଟ ହରାଇ ୨୬୦ ରନ୍‌ କରିଥିଲା। ଟାଉନ କ୍ଲବ ପକ୍ଷରୁ ମହିମା ଆଦିତ୍ୟ ବେହେରା ଓ ଶ୍ଳୋକ ସଂକଳ୍ପ ୨ଟି ଲେଖାଏ ୱିକେଟ ନେଇଥିଲେ।

୨୬୧ ରନ୍‌ର ଜବାବରେ ଟାଉନ କ୍ଲବ ଧିମା ଆରମ୍ଭ କରିଥିଲା। ଓପନର ଆୟୁଶ ଅମ୍ଲାନ ୮୮ ରନ୍ କରିଥିଲେ ମଧ୍ୟ ଦଳକୁ ଏହା ବିଜୟ କରିବାରେ ସହାୟକ ହୋଇ ନଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ଳୋକ ସଂକଳ୍ପ ୨୯ ଓ ସାଇ ସତ୍ୟମ ୩୫ ରନ୍‌ କରିଥିଲେ। ଫଳରେ ଟାଉନ କ୍ଲବ ୩୫ ଓଭର୍‌ରେ ୭ ୱିକେଟ ହରାଇ ୨୩୫ ରନ୍‌ରେ ଅଟକି ଯାଇଥିଲା।

ଜୁଭେନାଇଲ ପକ୍ଷରୁ ୫୧ ବଲ୍‌ରେ ୭୨ ରନ୍‌ର ଇନିଂସ ଖେଳିଥିବା ମୟଙ୍କ ପଟ୍ଟନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରର ମିଳିଛି। ରଣଜୀ ଖେଳାଳି ବିପ୍ଳବ ସାମନ୍ତରାୟ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଓ ମନୋଜ କୁମାର ବେହେରା ଉପସ୍ଥିତ ରହି ମୟଙ୍କ ଓ ଅନ୍ୟ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

ଦ୍ୱିତୀୟ କ୍ୱାର୍ଟର ଫାଇନାଲ ସଂପୂର୍ଣ୍ଣ ଏକତରଫା ରହିଥିଲା। ସମୟ ଅଭାବରୁ ଏହି ମ୍ୟାଚ୍‌କୁ ୨୫ ଓଭର ବିଶିଷ୍ଟ କରାଯାଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପରାମାଉଣ୍ଟ ପକ୍ଷରୁ ଦୁଇ ଓପନର ଶତକୀୟ ଇନିଂସ ଖେଳିଛନ୍ତି। ସିଦ୍ଧାର୍ଥ ଶଙ୍କର ବେହେରା ୭୯ ବଲରେ ଅପରାଜିତ ୧୨୪ ରନ୍‌ କରିଥିବା ବେଳେ ସ୍ୱାଗତ ସୌରଭ ମିଶ୍ର ୭୪ ବଲରେ ୧୪୫ ରନ୍‌ରେ ଆଉଟ ହୋଇଥିଲେ। ସାସ୍ୱତ ପଟ୍ଟନାୟକ ୩ ବଲରେ ୨ ରନ୍‌ କରିଥିବା ବେଳେ ଓଭର ଶେଷ ହୋଇଥିଲା। ଏହି ଦୁଇ ଶତକୀୟ ଇନିଂସ ଯୋଗୁ ପାରାମାଉଣ୍ଟ ନିର୍ଦ୍ଧାରିତ ୨୫ ଓଭର୍‌ରେ ୧ ୱିକେଟ ହରାଇ ୨୯୯ ରନ୍‌ କରିଥିଲା।

ଏହାର ଜବାବରେ ଗ୍ରୀନ୍ସ ୨୫ ଓଭର୍‌ରେ ୭ ୱିକେଟ ହରାଇ କେବଳ ୧୨୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଏଥିସହ ମ୍ୟାଚକୁ ୧୭୬ ରନ୍‌ରେ ଜିତି ପାରାମାଉଣ୍ଟ ସେମିରେ ପ୍ରବେଶ କରିଛି।

୧୪୫ ରନ୍‌ ଇନିଂସ ଖେଳିଥିବା ସ୍ୱାଗତ ସୌରଭ ମିଶ୍ରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଦ୍ୱିତୀୟ ମ୍ୟାଚ୍‌ର ଅତିଥି ଭାବେ ପୂର୍ବତନ ରଣଜୀ ଖେଳାଳି ସଞ୍ଜୟ ଶତପଥୀ ଓ ସୁଶାନ୍ତ ରଥ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story