ଆଇପିଏଲରୁ ଅବସର ଘୋଷଣା କଲେ ପୋଲାର୍ଡ, ମୁମ୍ବାଇ ଦେଲା ନୂଆ ଦାୟିତ୍ୱ

ମୁମ୍ବାଇ: ଭେଟରାନ କ୍ରିକେଟର କାଏରନ ପୋଲାର୍ଡଙ୍କ ଆଇପିଏଲ କ୍ୟାରିୟର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତ ବର୍ଷର ମିନି ଅକ୍ସନ ପୂର୍ବରୁ ପୋଲାର୍ଡ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ମୁମ୍ବାଇ ଆଇପିଏଲ ଟ୍ରଫି ୫ଥର ଉଠାଇଥିବା ବେଳେ ପୋଲାର୍ଡ ଏହାର ସଦସ୍ୟ ରହିଥିଲେ। ଚଳିତ ବର୍ଷ ମୁମ୍ବାଇ ମିନି ଅକ୍ସନ ପୂର୍ବରୁ ପୋଲାର୍ଡଙ୍କୁ ରିଲିଜ୍‌ କରିଦେଇଥିଲା। ଏବେ ସେ ଆଇପିଏଲରୁ ଅବସର ନେଇଛନ୍ତି। ଅବସର ନେଇଥିଲେ […]

Pollard

Pollard

Hemant Lenka
  • Published: Tuesday, 15 November 2022
  • Updated: 15 November 2022, 03:08 PM IST

Sports

Latest News

ମୁମ୍ବାଇ: ଭେଟରାନ କ୍ରିକେଟର କାଏରନ ପୋଲାର୍ଡଙ୍କ ଆଇପିଏଲ କ୍ୟାରିୟର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତ ବର୍ଷର ମିନି ଅକ୍ସନ ପୂର୍ବରୁ ପୋଲାର୍ଡ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ମୁମ୍ବାଇ ଆଇପିଏଲ ଟ୍ରଫି ୫ଥର ଉଠାଇଥିବା ବେଳେ ପୋଲାର୍ଡ ଏହାର ସଦସ୍ୟ ରହିଥିଲେ।

ଚଳିତ ବର୍ଷ ମୁମ୍ବାଇ ମିନି ଅକ୍ସନ ପୂର୍ବରୁ ପୋଲାର୍ଡଙ୍କୁ ରିଲିଜ୍‌ କରିଦେଇଥିଲା। ଏବେ ସେ ଆଇପିଏଲରୁ ଅବସର ନେଇଛନ୍ତି। ଅବସର ନେଇଥିଲେ ମଧ୍ୟ ମୁମ୍ବାଇ ଓ ଆଇପିଏଲ ସହ ପୋଲାର୍ଡ ଜଡ଼ିତ ରହିବେ। କାରଣ ସେ ଅବସର ଘୋଷଣା କରିବା କ୍ଷଣି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦଳର ବ୍ୟାଟିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି। ଏହାର ଅର୍ଥ ସେ ୨୦୨୩ରେ ମଧ୍ୟ ମୁମ୍ବାଇ ଡଗଆଉଟରେ ରହିବେ।

୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ପୋଲାର୍ଡଙ୍କୁ ଟାଇ ବ୍ରେକର ନିୟମ ଜରିଆରେ ପ୍ରଥମଥର ପାଇଁ କିଣିଥିଲା। ଏହାପରେ ସେ ଦଳର ଜଣେ ସକ୍ରିୟ ସଦସ୍ୟ ବନି ଯାଇଥିଲେ। ସେ ମୁମ୍ବାଇ ସହ ଥିବା ବେଳେ ଦଳ ୫ଥର ଆଇପିଏଲ ଓ ୨ ଥର ଚାମ୍ପିୟନ୍ସ ଲିଗ୍‌ ଟ୍ରଫି ଜିତିଛି।

୧୦୦ରୁ ଅଧିକ ଆଇପିଏଲ ମ୍ୟାଚ୍‌ ଖେଳିଥିବା ହାତ ଗଣତି ଖେଳାଳିଙ୍କ ମଧ୍ୟରେ ପୋଲାର୍ଡ ରହିଛନ୍ତି। ୩୫ ବର୍ଷୀୟ ଏହି ୱେଷ୍ଟଇଣ୍ଡିଜ ତାରକା ଗତବର୍ଷ ଆଇପିଏଲ ପ୍ରଦର୍ଶନକୁ ନେଇ ବେଶ ସମାଲୋଚିତ ହୋଇଥିଲେ। ସେ ୨୦୨୨ ଆଇପିଏଲରେ ମୁମ୍ବାଇ ପାଇଁ ୧୧ଟି ମ୍ୟାଚ ଖେଳି କେବଳ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ବ୍ୟାଟିଂ ହାର ୧୪.୪୦ ଓ ଷ୍ଟ୍ରାଇକ ରେଟ ୧୦୭.୦୬% ରହିଥିଲା।

ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଇଣ୍ଡିଆନ୍ସ ପୋଲାର୍ଡଙ୍କୁ ୨୦୨୩ ଆଇପିଏଲର ମିନି ଅକ୍ସନ ପୂର୍ବରୁ ରିଲିଜ୍‌ କରିଦେଇଥିଲା। ଏବେ ସେ ସୋଶାଲ ମିଡିଆରେ ମୁମ୍ବାଇ ପାଇଁ ବେଶ ଭାବବିହ୍ୱଳ ଗୋଟିଏ ପୋଷ୍ଟ କରି ଆଇପିଏଲକୁ ଅଲବିଦା କହିଛନ୍ତି।

ଏହାପୂର୍ବରୁ ପୋଲାର୍ଡ ଏପ୍ରିଲ ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କହିଥିଲେ। ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ସେ ଅବସର ଘୋଷଣା କରିଥିଲେ। ୨୦୧୯ ମସିହାରୁ ପୋଲାର୍ଡ ୱେଷ୍ଟଇଣ୍ଡିଜ ଟିମ୍‌ର ଦିନିକିଆ ଓ ଟି-୨୦ ଅଧିନାୟକ ଦାୟିତ୍ୱରେ ରହିଥିଲେ।


ଗତବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ମଧ୍ୟରେ ଦଳର କମାଣ ସମ୍ଭାଳିଥିଲେ। ପୋଲାର୍ଡ ଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ଖେଳି ୨୭୦୬ ରନ କରିଛନ୍ତି। ଏଥିସହ ୫୫ଟି ୱିକେଟ ମଧ୍ୟ ନେଇଛନ୍ତି। ଟି-୨୦ରେ ତାଙ୍କ ଜଲୱା ବେଶ ଦେଖିବାକୁ ମିଳିଥାଏ। ସେ ନିଜର ଦେଶ ପାଇଁ ୧୦୧ ଟି-୨୦ ମ୍ୟାଚରେ ୧୫୬୮ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୩୫.୧୪।

ଫେବୃଆରୀ ୨୦୨୨ରେ ଶେଷଥର ପାଇଁ ସେ ଭାରତ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିଥିଲେ। ତେବେ ଇଣ୍ଡିଜ୍‌କୁ ଏହି ସିରିଜ୍‌ ହାରିବାକୁ ପଡ଼ିଥିଲା।


୨୦୧୨ରେ ୱେଷ୍ଟଇଣ୍ଡିଜ୍‌ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ବିଶ୍ୱ ବିଜୟୀ ଟିମ୍‌ରେ ପୋଲାର୍ଡ ରହିଥିଲେ। ୨୦୧୬ ଟି-୨୦ ବିଶ୍ୱକପରେ ପୂର୍ବରୁ ସେ ଆହତ ହେବାରୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିଥିଲେ। ୨୦୧୬ରେ ଡାରେନ ସାମୀଙ୍କ ଇଣ୍ଡିଜ୍‌ ପୁଣି ବିଶ୍ୱକପ ଜିତିଥିଲା।

ଟି-୨୦ ଫର୍ମାଟରେ ପୋଲାର୍ଡ ତୃତୀୟ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର। ସେ ୫୮୭ଟି ଟି-୨୦ରେ ୧୧,୫୦୯ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos