ପୁଣି ଟସ୍‌ ହାରିଲା ଚେନ୍ନାଇ, ବୋଲିଂ କରିବ ଲକ୍ଷ୍ନୌ

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ ଭଳି ନିଜର ଦ୍ୱିତୀୟ ମୁକାବିଲାରେ ମଧ୍ୟ ଟସ୍‌ ହାରିଛି ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କେଏଲ ରାହୁଲଙ୍କ ଲକ୍ଷ୍ନୌ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଠାରୁ ହାରିଥିଲା। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ଚେନ୍ନାଇ ମଧ୍ୟ ତା’ର ପ୍ରଥମ ମୁକାବିଲାରେ କୋଲକାତା ଠାରୁ ପରାସ୍ତ ହୋଇଥିଲେ। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ଚେନ୍ନାଇ […]

IPL

IPL

Hemant Lenka
  • Published: Thursday, 31 March 2022
  • Updated: 31 March 2022, 07:18 PM IST

ମୁମ୍ବାଇ: ପ୍ରଥମ ମ୍ୟାଚ୍‌ ଭଳି ନିଜର ଦ୍ୱିତୀୟ ମୁକାବିଲାରେ ମଧ୍ୟ ଟସ୍‌ ହାରିଛି ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କେଏଲ ରାହୁଲଙ୍କ ଲକ୍ଷ୍ନୌ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଠାରୁ ହାରିଥିଲା।

ସେହିପରି ରବୀନ୍ଦ୍ର ଜାଡେଜାଙ୍କ ଚେନ୍ନାଇ ମଧ୍ୟ ତା’ର ପ୍ରଥମ ମୁକାବିଲାରେ କୋଲକାତା ଠାରୁ ପରାସ୍ତ ହୋଇଥିଲେ। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ଚେନ୍ନାଇ ଟିମ୍‌କୁ ଅଲରାଉଣ୍ଡ ମୋଇନ ଅଲୀ କମବ୍ୟାକ କରିଛନ୍ତି। ସେହିପରି ଆଡାମ ମିଲନଙ୍କ ବଦଳରେ ଡ୍ୱାଇନ ପ୍ରେଟୋରିୟସଙ୍କୁ ସୁଯୋଗ ମିଳିଛି। ଯୁବ ତାରକା ମୁକେଶ ଚୌଧୁରୀ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଚେନ୍ନାଇ ଆଜି ମିଲନ, କନୱେ ଓ ମିଚେଲ ସାଣ୍ଟନରଙ୍କୁ ବାଦ ଦେଇଛି। ଏହାର ଅର୍ଥ ଦଳ ପୁଣିଥରେ ୩ ବିଦେଶୀ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି।

ଅନ୍ୟପକ୍ଷରେ କେଏଲ ରାହୁଲଙ୍କ ଲକ୍ଷ୍ନୌ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମୋହିସିନ ଖାନଙ୍କ ବଦଳରେ ଆଣ୍ଡ୍ର୍ୟୁ ଟାଏ ଦଳକୁ ଫେରିଛନ୍ତି। ଲକ୍ଷ୍ନୌ କଥା ବିଚାରକୁ ନେଲେ ଦଳ ପ୍ରଥମ ମ୍ୟାଚରେ କେବଳ ୩ ବିଦେଶୀ ଖେଳାଳି ଇଭିନ ଲୁଇସ, କ୍ୱିଣ୍ଟନ ଡି’କକ ଓ ଦୁଷ୍ମନ୍ତ ଚାମିରାଙ୍କୁ ସୁଯୋଗ ଦେଇଥିଲା। ଏମାନଙ୍କ ସହ ଆଜି ଟାଏ ବିଦେଶୀ ଖେଳାଳି ଭାବେ ସୁଯୋଗ ପାଇଛନ୍ତି। ବାକି ୭ ଖେଳାଳି ଭାରତୀୟ। ଏମାନଙ୍କ ମଧ୍ୟ ଅଧିନାୟକ କେଏଲ ରାହୁଲ, ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, କ୍ରୁନାଲ ପାଣ୍ଡ୍ୟା, ଆୟୂଷ ବାଦୋନି, ରବି ବିଷ୍ଣୋଇ ଓ ଆଭେଶ ଖାନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos