BCCIର ସମ୍ମାନ ରକ୍ଷା କରିଥିଲେ ଲତା, ଶୋ' କରି ଦେଇଥିଲେ ଟଙ୍କା

ମୁମ୍ବାଇ: କୋକିଳ କଣ୍ଠି ତଥା ସଙ୍ଗୀତର ମହାନ୍‌ କିମ୍ବଦନ୍ତୀ ଲତା ମଙ୍ଗେଶକର। ସେ ଆଉ ନାହାନ୍ତି, କିନ୍ତୁ ରହିଯାଇଛି ତାଙ୍କ ଗୀତ। ତାଙ୍କ ମୃତ୍ୟୁରେ ସାରା ଦେଶ ଲୁହ ଝରାଉଛି। ତାଙ୍କର ଅବଦାନକୁ କେହି ଭୁଲି ପାରିବେ ନାହିଁ । ଲତା ଦିଦି ଯେଉଁ ବୟସରେ ଗୀତ ଗାଇଥିଲେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଗୀତର ଯାଦୁରେ ସଙ୍ଗୀତ ନିର୍ଦ୍ଦେଶକ ଠାରୁ ଆରମ୍ଭ କରି ବଡ ବଡ ବିଶିଷ୍ଟ କଳାକାରମାନେ ବିମୋହିତ ହେଉଥିଲେ। ଲତା ଆଜି ନାହାନ୍ତି […]

Lata on BCCI

Lata on BCCI

Madhupriya Mistry
  • Published: Sunday, 06 February 2022
  • Updated: 06 February 2022, 04:17 PM IST

Sports

Latest News

ମୁମ୍ବାଇ: କୋକିଳ କଣ୍ଠି ତଥା ସଙ୍ଗୀତର ମହାନ୍‌ କିମ୍ବଦନ୍ତୀ ଲତା ମଙ୍ଗେଶକର। ସେ ଆଉ ନାହାନ୍ତି, କିନ୍ତୁ ରହିଯାଇଛି ତାଙ୍କ ଗୀତ। ତାଙ୍କ ମୃତ୍ୟୁରେ ସାରା ଦେଶ ଲୁହ ଝରାଉଛି। ତାଙ୍କର ଅବଦାନକୁ କେହି ଭୁଲି ପାରିବେ ନାହିଁ । ଲତା ଦିଦି ଯେଉଁ ବୟସରେ ଗୀତ ଗାଇଥିଲେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଗୀତର ଯାଦୁରେ ସଙ୍ଗୀତ ନିର୍ଦ୍ଦେଶକ ଠାରୁ ଆରମ୍ଭ କରି ବଡ ବଡ ବିଶିଷ୍ଟ କଳାକାରମାନେ ବିମୋହିତ ହେଉଥିଲେ। ଲତା ଆଜି ନାହାନ୍ତି ସତ ହେଲେ ରହିଯାଇଛି ତାଙ୍କର ଅନେକ ଅବଦାନ ଆଉ ଅଭୁଲା ସ୍କୃତି।

କ୍ରିକେଟ ପ୍ରତି ଲତା ଦିଦିଙ୍କ ଥିଲା ଅହେତୁକ ଦୁର୍ବଳତା। ତାଙ୍କ ଅବଦାନ ମଧ୍ୟ କ୍ରିକେଟ୍‌ ପ୍ରତି ଥିଲା ବେଶ ଅତୁଳନୀୟ। ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ଲତା। ଏପରିକି ସେ ବିସିସିଆଇ ସମ୍ମାନ ମଧ୍ୟ ବଞ୍ଚାଇଥିଲେ। କପିଲ ଦେଖଙ୍କ କ୍ୟାପ୍ଟେନ୍‌ସିରେ ୧୯୮୩ରେ ଯେତେବେଳେ ଭାରତ ବିଶ୍ୱକପ୍‌ ବିଜୟୀ ହୋଇ ସ୍ୱଦେଶ ଫେରିଥିଲା ସେତେବେଳେ ଖେଳାଳିଙ୍କୁ ଦେବା ପାଇଁ ବସିସିଆଇ ପାଖରେ ଟଙ୍କା ନଥିଲା। ଏଭଳି ସ୍ଥିତିରେ ଲତା ମଙ୍ଗେଶକର ହିଁ ବିସିସିଆଇକୁ ସହାୟତାର ହାତ ବଢ଼ାଇଥିଲେ। ବିସିସିଆଇର ଦୁର୍ଦ୍ଦିନରେ ଛିଡ଼ା ହୋଇଥିଲେ ଲତା।

Lata Mangeshkar Sachin Tendulkar: Lata Mangeshkar: An eternal fan of cricket and Sachin Tendulkar - The Economic Times

୧୯୮୩ ବିଶ୍ୱକପ୍ ବିଜୟୀ ଦଳ ପାଇଁ ଏକ ସ୍ୱତନ୍ତ୍ର ଶୋ କରିଥିଲେ ସୁର ସାମ୍ରାଜ୍ଞୀ। ଏଥିରେ ଭାରତୀୟ କ୍ରିକେଟ ଟିମ୍‌ଙ୍କୁ ସମର୍ପିତ କରି ଲତା ଗାଇଥିଲେ ଭାରତ ବିଶ୍ୱବିଜେତାର ଗୀତ। ଏହି କନ୍‌ସର୍ଟରେ ଲତାଙ୍କ ବ୍ୟତୀତ ସୁରେଶ ୱାଡେକର ଏବଂ ଅନ୍ୟ ସିଙ୍ଗରମାନେ ମଧ୍ୟ ଭାଗ ନେଇଥିଲେ। ଶୋ' ସରିବା ପରେ ଏଥିରୁ ୨୦ ଲକ୍ଷ ଟଙ୍କା ମିଳିଥିଲା। ଲତାଙ୍କ ଶୋରୁ ଅର୍ଥ ମିଳିବାରୁ BCCIର ସମ୍ମାନ ବଞ୍ଚିଥିଲା। ଏହି ଟଙ୍କାରୁ ଚାମ୍ପିଅନ୍ ଦଳର ସଦସ୍ୟଙ୍କୁ ଲକ୍ଷେ ଲେଖାଏଁ ପୁରସ୍କାର ଦିଆଯାଇଥିଲା। ତେବେ ଲତା ମଙ୍ଗେଶକର ଏହି ଶୋ' କରିବା ପାଇଁ ଟଙ୍କା ଟିଏ ବି ଫି' ନେଇନଥିଲେ।

ୱାର୍ଲ୍ଡ କପ୍‌ ଖେଳିଥିବା ଭାରତର ପୂର୍ବତନ କ୍ରିକେଟର କ୍ରିର୍ତ୍ତି ଆଜାଦଙ୍କୁ ମନେ ପକାଇ ଏହି ସ୍ମୃତି ପୁଣି ଥରେ ତାଜା କରିଛନ୍ତି। ତାଙ୍କ କହିବା ମୁତାବକ, 'ସେତେବେଳେ ବିସିସିଆଇ ଉପରେ ୨ରୁ ୩ କୋଟି ଟଙ୍କାର ଋଣ ବୋଝ ଥିଲା। ଏଭଳି ସ୍ଥିତିରେ ବିଶ୍ୱ ବିଜୟୀ ଖେଳାଳିଙ୍କୁ ପୁରସ୍କାର ଦେବା ପାଇଁ ବିସିସିଆଇ ପାଖରେ ଟଙ୍କା ନଥିଲା। ପରେ ଏନେଇ ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ରାଜ ସିଂହ ଡୁଙ୍ଗରପୁର ଲତା ମଙ୍ଗେଶକରଙ୍କ ସହ କଥା ହୋଇଥିଲେ। ପରେ ଲତାଜୀ ଶୋ' କରିବା ପାଇଁ ରାଜି ହୋଇଯାଇଥିଲେ।

Kapil Dev: Women's World Cup Final 2017: 1983 World Cup moment? Kapil Dev will be on air today

ସେପ୍ଟେମ୍ବରରେ ଲତା ମଙ୍ଗେଶକର ଶୋ' କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରେ ଲତାଜୀ ଆସି ତାଜ ପ୍ୟାଲେସ ହୋଟେଲରେ ରହିଥିଲେ। ଭାରତୀୟ କ୍ରିକେଟ ଟିମକ୍‌ ମଧ୍ୟ ସେଠାରେ ରହିଥିଲେ। ଏହି କନ୍ସର୍ଟରେ ଲକ୍ଷ୍ମୀ କାନ୍ତ ପ୍ୟାରେଲାଲ, ନୀତିନ ମୁକେଶ, କବିତା କୃଷ୍ଣମୂର୍ତ୍ତିଙ୍କ ପରି ଭେଟେରାନ ଗାୟକମାନେ ମଧ୍ୟ ସାମିଲ ହୋଇଥିଲେ। କନ୍ସର୍ଟ ପୂର୍ବରୁ, ଅଭ୍ୟାସ ସମୟରେ ଲତାଜୀ ଆମ ସମସ୍ତଙ୍କୁ ଭେଟିଥିଲେ। ଆମ ସମସ୍ତଙ୍କୁ ନିଜ ନିଜ ପ୍ରିୟ ଗୀତ ବିଷୟରେ ପଚାରିଥିଲେ ଏବଂ କହିଥିଲେ ଯେ ସେ ଏହାକୁ ମଞ୍ଚରେ ଗାଇବେ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story