ସାହିଲଙ୍କ ଶତକ ପରେ ଅଭିଳାଶଙ୍କ ହ୍ୟାଟ୍ରିକ, ସେମିରେ ଏଲଏଲସିସି

ଭୁବନେଶ୍ୱର: ଆଇଆରସି ସ୍ଥିତ କ୍ରିକେଟ ପଡ଼ିଆରେ ଚାଲିଥିବା ଅଣ୍ଡର ୧୪ ଡ୍ୟୁଜ ବଲ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚି ଯାଇଛି ଆୟୋଜକ ଏଲଏଲସିସି। ଆଜି ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଏଲଏଲସିସି ଏକତରଫା ଭାବେ ଅଭିଳାଶ କ୍ରିକେଟ ଏକାଡେମୀକୁ ୨୩୩ ରନ୍‌ରେ ପରାସ୍ତ କରିଛି। ଘରୋଇ ଟିମ୍‌ ପକ୍ଷରୁ ଅଧିନାୟକ ସାହିଲ ସତ୍ୟବ୍ରତ ନାୟକ ୧୪୮ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଲେଗ ସ୍ପିନର ଅଭିଳାଶ କାନୁନଗୋ। ଏଲଏଲସିସି ଡ୍ୟୁଜ ବଲ୍‌ ଟୁର୍ଣ୍ଣାମେଣ୍ଟରେ […]

LLCC

LLCC

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 04:13 PM IST

Sports

Latest News

ଭୁବନେଶ୍ୱର: ଆଇଆରସି ସ୍ଥିତ କ୍ରିକେଟ ପଡ଼ିଆରେ ଚାଲିଥିବା ଅଣ୍ଡର ୧୪ ଡ୍ୟୁଜ ବଲ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚି ଯାଇଛି ଆୟୋଜକ ଏଲଏଲସିସି। ଆଜି ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଏଲଏଲସିସି ଏକତରଫା ଭାବେ ଅଭିଳାଶ କ୍ରିକେଟ ଏକାଡେମୀକୁ ୨୩୩ ରନ୍‌ରେ ପରାସ୍ତ କରିଛି।

ଘରୋଇ ଟିମ୍‌ ପକ୍ଷରୁ ଅଧିନାୟକ ସାହିଲ ସତ୍ୟବ୍ରତ ନାୟକ ୧୪୮ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଲେଗ ସ୍ପିନର ଅଭିଳାଶ କାନୁନଗୋ। ଏଲଏଲସିସି ଡ୍ୟୁଜ ବଲ୍‌ ଟୁର୍ଣ୍ଣାମେଣ୍ଟରେ ଅଭିଳାଶ ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି।

ହ୍ୟାଟ୍ରିକ ସହ ସେ ପୂରା ମ୍ୟାଚ୍‌ରେ ମାତ୍ର ୫ ରନ୍‌ ଦେଇ ୬ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଏଲଏଲସିସି ନିର୍ଦ୍ଧାରିତ ୩୫ ଓଭର୍‌ରେ ୨ ୱିକେଟ ହରାଇ ୩୩୫ ରନ୍‌ କରିଥିବା ବେଳେ ଅଭିଳାଶ କ୍ରିକେଟ ଏକାଡେମି ସମସ୍ତ ୱିକେଟ ହରାଇ କେବଳ ୧୦୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଏଲଏଲସିସି ପାଇଁ ଦୁଇ ଓପନର ଅର୍ଣ୍ଣବ ଦାସ ଓ ଆଦର୍ଶ ଦାସ ଦମଦାର ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲା। ଅର୍ଣ୍ଣବ ୪୪ ବଲରେ ୫୨ ଓ ଆଦର୍ଶ ୮୦ ବଲରେ ୫୩ ରନ୍‌ କରି ଆଉଟ ହୋଇଥିଲେ। ତେବେ ଅଧିନାୟକ ସାହିଲ ୭୭ ବଲରେ ଅପରାଜିତ ୧୪୮ ଓ ଋତୁରାଜ ଷଡ଼ଙ୍ଗୀ ୧୭ ବଲରେ ଅପରାଜିତ ୩୦ ରନ୍‌ କରିଥିଲେ। ଏହି ଇନିଂସ ବଳରେ ଏଲଏଲସିସି ନିର୍ଦ୍ଧାରିତ ୩୫ ଓଭର୍‌ରେ ୨ ୱିକେଟ ହରାଇ ୩୩୫ ରନ୍‌ କରିଥିଲା।

ଅଭିଳାଶ କ୍ରିକେଟ ଏକାଡେମୀ ପକ୍ଷରୁ ଛଗନ ପଟ୍ଟନାୟକ ଓ ବ୍ରିଶଙ୍କର ବର୍ମା ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

୩୩୬ ରନ୍‌ର ବିଶାଳ ଟାର୍ଗେଟ ପାଇଥିବା ଅଭିଳାଶ କ୍ରିକେଟ ଏକାଡେମୀ ପ୍ରଥମ ଓଭର୍‌ରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା। ୬୦ ରନ୍‌ ସୁଦ୍ଧା ଦଳ ୪ ୱିକେଟ ହରାଇ ସଂଘର୍ଷ କରିଥିଲା। ଏତିକି ବେଳେ ଏଲଏଲସିସିର ଲେଗ ସ୍ପିନର ଅଭିଳାଶ ନିଜର ଯାଦୁ ଦେଖାଇବା ଆରମ୍ଭ କରିଥିଲେ। ସେ ନିଜର ପ୍ରଥମ ଓଭର୍‌ରେ ହିଁ କ୍ରମାଗତ ୩ଟି ବଲ୍‌ରେ ୩ଟି ୱିକେଟ ଦଖଲ କରି ଅଭିଳାଶ କ୍ରିକେଟ ଏକାଡେମୀକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଏତିକିରେ ସେ ଅଟକି ନଥିଲେ। ପରବର୍ତ୍ତୀ ୨.୨ ଓଭର୍‌ରେ ସେ ଆଉ ୩ଟି ୱିକେଟ ହାସଲ କରି ଅଭିଲାଶ କ୍ରିକେଟ ଏକାଡେମୀକୁ ଅଲଆଉଟ କରି ଦେଇଥିଲେ। ସେ ମାତ୍ର ୩.୨ ଓଭର୍‌ରେ ୫ ରନ୍‌ ଦେଇ ୬ ୱିକେଟ ନେଇଛନ୍ତି। ତାଙ୍କ ବ୍ୟତୀତ ଅପସ୍ପିନର ଅମିତେଶ ସାହୁ ୨ଟି, ଅନିମେଶ ନାୟକ ୧ ଓ ସାଇରାଜ ସାହୁ ଗୋଟିଏ ୱିକେଟ ପାଇଛନ୍ତି। ଅଭିଳାଶ କ୍ରିକେଟ ଏକାଡେମୀ ପକ୍ଷରୁ ଅଧିନାୟକ ଛଗନ ପଟ୍ଟନାୟକ ୨୮ ରନ୍‌ କରି ଶେଷ ଯାଏ ଅପରାଜିତ ଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ।

ପ୍ରଥମଥର ପାଇଁ ଏଲଏଲସିସି ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟରେ ଦୁଇ ଜଣ କ୍ରିକେଟରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ହ୍ୟାଟ୍ରିକ ସହ ୬ ୱିକେଟ ଦଖଲ କରିଥିବା ଅଭିଳାଶ ଓ ବ୍ୟାଟିଂ ବେଳେ ଅପରାଜିତ ୧୪୮ ରନ୍ କରିଥିବା ସାହିଲ ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି। ପୁରସ୍କାର ଉତ୍ସବରେ ୨୫ ନମ୍ବର ୱାର୍ଡର କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ସାମଜସେବୀ ପବିତ୍ର ମୋହନ ବେହେରା, ନିତ୍ୟାନନ୍ଦ ବେହେରା ଓ ପଙ୍କଜ ଦାସ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଆସନ୍ତାକାଲି ଠାରୁ ସେମି ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ଶନିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story