୧୫୦ ରନ କରି ଆଉଟ ହେଲେ ମୟଙ୍କ ଅଗ୍ରୱାଲ, ଏଜାଜଙ୍କୁ ପୁଣି ୱିକେଟ

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦ୍ୱିତୀୟ ଦିବସର ଲଞ୍ଚ ପରେ ସେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ଭାବେ ଆଉଟ ହୋଇଛନ୍ତି। ଆଉଟ ହେବା ପୂର୍ବରୁ ସେ ୧୫୦ ରନ୍‌ର ବିଶାଳ ଇନିଂସ୍‌ ଖେଳିଛନ୍ତି। କାଲି ଠାରୁ ଶତକ ହାସଲ କରି ସାରିଥିବା ମୟଙ୍କ ଆଜି ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ନିଜର ୧୫୦ ମଧ୍ୟ ହାସଲ କରିଥିଲେ। ସେ ଚୌକା ମାରି […]

Mayank

Mayank

Hemant Lenka
  • Published: Saturday, 04 December 2021
  • Updated: 04 December 2021, 12:40 PM IST

Sports

Latest News

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦ୍ୱିତୀୟ ଦିବସର ଲଞ୍ଚ ପରେ ସେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ଭାବେ ଆଉଟ ହୋଇଛନ୍ତି। ଆଉଟ ହେବା ପୂର୍ବରୁ ସେ ୧୫୦ ରନ୍‌ର ବିଶାଳ ଇନିଂସ୍‌ ଖେଳିଛନ୍ତି।

କାଲି ଠାରୁ ଶତକ ହାସଲ କରି ସାରିଥିବା ମୟଙ୍କ ଆଜି ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ନିଜର ୧୫୦ ମଧ୍ୟ ହାସଲ କରିଥିଲେ। ସେ ଚୌକା ମାରି ୧୫୦ ରନ୍‌ର ମାଇଲଖୁଣ୍ଡ ଅତିକ୍ରମ କରିବାର ପରବର୍ତ୍ତୀ ବଲ୍‌ରେ ହିଁ ଆଉଟ ହୋଇଯାଇଛନ୍ତି। ତାଙ୍କ ୱିକେଟ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ସ୍ପିନର ଏଜାଜ ପଟେଲ ନେଇଛନ୍ତି।

ଏହି ସଫଳତା ପରେ ଏଜାଜଙ୍କ ୱିକେଟ ସଂଖ୍ୟା ୭ରେ ପହଞ୍ଚିଛି। ଭାରତ ଏଯାଏ ମୋଟ ୭ଟି ୱିକେଟ ହରାଇଛି। ଆଉ ସମସ୍ତ ୭ ବ୍ୟାଟସମାନଙ୍କୁ ଏକମାତ୍ର ବୋଲର ଭାବେ ଏଜାଜ ପଟେଲ ହିଁ ଆଉଟ କରିଛନ୍ତି।

ମୟଙ୍କ ତାଙ୍କ ୧୫୦ ରନର ଇନିଂସ୍‌ରେ ୧୭ଟି ଚୌକା ଓ ୩ଟି ଛକା ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୪୮.୨୩ ରହିଛି। ମୟଙ୍କ ଆଉଟ ହୋଇଥିଲେ ମଧ୍ୟ କ୍ରିଜ୍‌ରେ ଅକ୍ଷର ପଟେଲ ରହିଛନ୍ତି। ଏଥିସହ ସେ ନିଜ ଟେଷ୍ଟ କ୍ୟାରିୟର୍‌ ପ୍ରଥମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।  ତାଙ୍କ ସହ ଜୟନ୍ତ ଯାଦବ ବ୍ୟାଟିଂ କରୁଛନ୍ତି। ଶେଷ ଖବର ସୁଦ୍ଧା ଅକ୍ଷର ପଟେଲ ୫୧ ଓ ଜୟନ୍ତ ଯାଦବ ୩ କରି ବ୍ୟାଟିଂ କରୁଛନ୍ତି। ଭାରତ ୭ ୱିକେଟ ହରାଇ ୩୧୧ ରନ୍‌ କରିଛି।

ସୂଚନାଯୋଗ୍ୟ, ଏଜାଜ ପଟେଲ ପ୍ରଥମ ଦିନରେ ଭାରତର ୪ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିବା ବେଳେ ଆଜି ଆଉ ୩ଟି ୱୀକେଟ ଦଖଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଜାଜ ପଟେଲେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଖେଳୁଥିଲେ ହେଁ ତାଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା। ତେଣୁ ମୁମ୍ବାଇ ତାଙ୍କର ହୋମ ଟାଉନ। ଦ୍ୱିତୀୟ ଟେଷ୍ଟ ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ବେଳେ ଏଜାଜ ୭ଟି ୱିକେଟ ଦଖଲ କରିଛନ୍ତି।

ହୋମ ଟାଉନରେ ଏପରି ପ୍ରଦର୍ଶନରେ ସେ ବେଶ ଖୁସି ଥିବା ମଧ୍ୟ କହିଛନ୍ତି। ଏଜାଜ ପଟେଲଙ୍କ ବାପା ମା’ ୧୯୯୬ରେ ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ସେଠାରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story