ଚେନ୍ନାଇର ପ୍ରଥମ ମ୍ୟାଚ୍‌ରେ ଖେଳି ନ ପାରନ୍ତି ମୋଇନ ଅଲୀ

ଚେନ୍ନାଇ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଆଇପିଏଲର ୨୦୨୨ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ହେଲେ ଚେନ୍ନାଇର ପ୍ରଥମ ମ୍ୟାଚ୍‌ରେ ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ଖେଳିବେ କି ନାହିଁ, ତା’କୁ ନେଇ ସନ୍ଦେହ ଦେଖାଯାଇଛି। କାରଣ ଭାରତ ଆସିବା ପାଇଁ ମୋଇନ ଆବଶ୍ୟକ କରୁଥିବା ଭିସାକୁ ଏଯାଏ ଅନୁମତି ଦିଆଯାଇନି। ଏଥିପାଇଁ […]

Moeen-ali

Hemant Lenka
  • Published: Monday, 21 March 2022
  • , Updated: 21 March 2022, 05:05 PM IST

ଚେନ୍ନାଇ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଆଇପିଏଲର ୨୦୨୨ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ହେଲେ ଚେନ୍ନାଇର ପ୍ରଥମ ମ୍ୟାଚ୍‌ରେ ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ଖେଳିବେ କି ନାହିଁ, ତା’କୁ ନେଇ ସନ୍ଦେହ ଦେଖାଯାଇଛି।

କାରଣ ଭାରତ ଆସିବା ପାଇଁ ମୋଇନ ଆବଶ୍ୟକ କରୁଥିବା ଭିସାକୁ ଏଯାଏ ଅନୁମତି ଦିଆଯାଇନି। ଏଥିପାଇଁ ସେ ଭାରତ ଆସି ପାରି ନାହାନ୍ତି କିମ୍ବା ଚେନ୍ନାଇର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇ ପାରି ନାହାନ୍ତି।

ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥ କାହିଁକି ମୋଇନଙ୍କ ଭିସାକୁ ଏଯାଏ ଅନୁମତି ମିଳୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାର କାରଣ ସେ ଜାଣି ନଥିବା କହିଛନ୍ତି। ବିଶ୍ୱନାଥ କହିଛନ୍ତି, “ଆମେ ଏ ପ୍ରସଙ୍ଗରେ ତାଙ୍କ ସହ କଥା ହୋଇଛୁ ଓ ଆମର ଆଶା ସବୁ ସମସ୍ୟା ଶୀଘ୍ର ସମାଧାନ ହୋଇଯିବ। ସମସ୍ତ କାଗଜପତ୍ର କାମ ଶେଷ ହୋଇଯାଇଛି।

ତଥାପି ଭିସା ଅନୁମୋଦନରେ କାହିଁକି ବିଳମ୍ବ ଘଟୁଛି, ସେକଥା ଆମେ ଜାଣିପାରୁନୁ। ଯେତେ ଶୀଘ୍ର ତାଙ୍କ ଭିସାକୁ ଅନୁମତି ମିଳିବ, ସେ ତୁରନ୍ତ ଭାରତ ଆସିବେ ଓ ଟିମ୍‌ ସହ ଯୋଗଦେବେ।”

ମୋଇନ ଅଲୀ ଭାରତ ଆସିବା ପରେ ନିୟମ ଅନୁସାରେ ୩ ଦିନ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ହିଁ ତାଙ୍କୁ ଟିମ୍‌ର ଟ୍ରେନିଂ ସେସନରେ ସାମିଲ ହେବାକୁ ଅନୁମତି ମିଳିବ। ତେଣୁ ସେ ୨୬ ତାରିଖ ବେଳକୁ ମ୍ୟାଚ୍‌ ଖେଳିବାକୁ ଫିଟ ହେଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story