ଇଂଲଣ୍ଡ ବିପକ୍ଷ ସେମିଫାଇନଲରେ ଟସ୍‌ ଜିତିଲା ଭାରତୀୟ ମହିଳା ଦଳ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲ ମୁକାବିଲାରେ ଟସ୍‌ ଜିତିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ଟସ୍‌ ଜିତି ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଭାରତର ଅଧିନାୟକ ହରମନପ୍ରୀତ କୌର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ଇଂଲଣ୍ଡ ଆଗରେ ବଡ଼ ସ୍କୋର କରିବାକୁ ପଡ଼ିବ। ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଠାରୁ […]

Toss

Toss

Hemant Lenka
  • Published: Saturday, 06 August 2022
  • Updated: 06 August 2022, 03:19 PM IST

Sports

Latest News

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲ ମୁକାବିଲାରେ ଟସ୍‌ ଜିତିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ଟସ୍‌ ଜିତି ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଭାରତର ଅଧିନାୟକ ହରମନପ୍ରୀତ କୌର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ଇଂଲଣ୍ଡ ଆଗରେ ବଡ଼ ସ୍କୋର କରିବାକୁ ପଡ଼ିବ।

ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଠାରୁ ହାରିଥିବା ବେଳେ ପାକିସ୍ତାନ ଓ ବାରବଡସକୁ ଏକତରଫା ଭାବେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା। ଏବେ ଆୟୋଜକ ଇଂଲଣ୍ତ ବିପକ୍ଷରେ ଦଳ ସେମି ଫାଇନାଲ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି।

ଉଭୟ ଟିମ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଭାରତ ପାଇଁ ଗତ ମ୍ୟାଚ୍‌ରେ ଜେମିମା ରୋଡ୍ରିଗସ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଶେଫାଳି ବର୍ମା ବିସ୍ଫୋରକ ଆରମ୍ଭ କରିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ଆଜିର ମ୍ୟାଚ୍‌ରେ ମଧ୍ୟ ସେମାନଙ୍କ ଠାରୁ ଦଳ ବଡ଼ ସ୍କୋର ଆଶା ରଖିଛି।

ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚ୍‌ରୁ ଦମଦାର ପ୍ରଦର୍ଶନ କରି ଆସିଛି। ଦଳ ପାଖରେ ଡାନି ୱାଟ୍ଟ, ନାଟ ସ୍କିଭର, ଶୋଫିଆ ଡଙ୍କଲୀ ଓ ଏଲିସ କ୍ୟାପସେଙ୍କ ଭଳି ଖେଳାଳି ରହିଛନ୍ତି। ତେଣୁ ଆଜିର ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ସମସ୍ତେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos