ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ୩ନଂକୁ ଉଠିଲା ପାକିସ୍ତାନ, ୪ର୍ଥରେ ଭାରତ

ଦୁବାଇ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ପାକିସ୍ତାନ। ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ହରାଇବା ପରେ ପାକିସ୍ତାନ ଏହି ସଫଳତା ହାସଲ କରିଛି। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଦେଇଥିବା ୩୪୨ ରନର ଟାର୍ଗେଟକୁ ପାକିସ୍ତାନ ଶେଷ ଦିନରେ ହାସଲ କରି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ୨୨୨ ରନ କରିଥିବା ବେଳେ ପାକିସ୍ତାନ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୩୭ ରନ କରିବାରୁ […]

Pakistan

Pakistan

Hemant Lenka
  • Published: Wednesday, 20 July 2022
  • Updated: 20 July 2022, 06:10 PM IST

Sports

Latest News

ଦୁବାଇ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଞ୍ଚି ଯାଇଛି ପାକିସ୍ତାନ। ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ହରାଇବା ପରେ ପାକିସ୍ତାନ ଏହି ସଫଳତା ହାସଲ କରିଛି। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଦେଇଥିବା ୩୪୨ ରନର ଟାର୍ଗେଟକୁ ପାକିସ୍ତାନ ଶେଷ ଦିନରେ ହାସଲ କରି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ୨୨୨ ରନ କରିଥିବା ବେଳେ ପାକିସ୍ତାନ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୩୭ ରନ କରିବାରୁ ପାକିସ୍ତାନକୁ ୩୪୨ ରନର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ପାକିସ୍ତାନ ଓପନର ଅବଦୁଲ୍ଲା ସଫୈକ୍ୟୁଙ୍କ ଅପରାଜିତ ୧୬୦ ରନ ବଳରେ ୬ ୱିକେଟ ହରାଇ ହାସଲ କରି ନେଇଛି। ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂରିୟା ପ୍ରଥମ ଇନିଂସରେ ୬ଟି ୱିକେଟ ଓ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ଦଖଲ କରିଛନ୍ତି।

ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇବା ପରେ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ଫାଇଦା ମିଳିଛି। ଏହି ବିଜୟ ପରେ ପାକିସ୍ତାନର ବିଜୟ ପ୍ରତିଶତ ୫୮.୩୩ ହୋଇ ଯାଇଛି। ପାକସ୍ତାନ ଉପରେ ଅଷ୍ଟ୍ରେଲିଆ ୭୦% ଓ ଦକ୍ଷିଣ ଆଫ୍ରିକା ୭୧.୪୩% ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆକୁ ହରାଇ ତାଲିକାର ୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ଏହି ପରାଜୟ ସହ ୬ଷ୍ଠ ସ୍ଥାନକୁ ଖସି ଯାଇଛି।

ଦଳର ବିଜୟ ପ୍ରତିଶତ ମାତ୍ର ୪୮.୧୫% ରହିଛି। ପାକିସ୍ତାର ବିଜୟ ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ୫୨.୦୮% ଓ ୫ମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜର ବିଜୟ ପ୍ରତିଶତ ୫୦% ରହିଛି।

ovpvtojg
ଯଦି ପାକିସ୍ତାନ ଦ୍ୱିତୀୟ ଟେଷ୍ଟ ଜିତି ନେବ, ତା’ହେଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଆହୁରି ନିକଟତର ହେବ। ସେହିପରି ଶ୍ରୀଲଙ୍କା ଯଦି ଦ୍ୱିତୀୟ ଟେଷ୍ଟ ଜିତିବ, ତା’ହେଲେ ଦଳ ପୁଣିଥରେ ତୃତୀୟ ସ୍ଥାନ ହାସଲ କରିବାକୁ ସକ୍ଷମ ହେବ।

ଅନ୍ୟପକ୍ଷରେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଇଂଲଣ୍ଡ, ୮ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ତ ଓ ୯ମ ସ୍ଥାନରେ ବାଂଲାଦେଶ ରହିଛନ୍ତି। ଆସନ୍ତା ମାସରେ ଇଂଲଣ୍ଡ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟିକିଆ ଟେଷ୍ଟ ସିରିଜ ଖେଳିବ। ଏଥିରେ ବିଜୟୀ ହେଲେ ଦଳ ପଏଣ୍ଟ ଟେବୁଲର ଉପରକୁ ଉଠି ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos