ଅଣ୍ଡର ୧୯ ଏସିଆ କପ୍‌: ଶେଷ ବଲରେ ଭାରତକୁ ହରାଇଲା ପାକିସ୍ତାନ

ଶାରଜା: ଅଣ୍ଡର -୧୯ ଏସିଆ କପ୍‌ର ଗୋଟିଏ ମୁକାବିଲାରେ ପାକିସ୍ତାନ ଠାରୁ ହାରି ଯାଇଛି ଭାରତ। ଶେଷ ବଲରେ ପାକିସ୍ତାନକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ଅହମଦ ଖାନ ଚୌକା ମାରି ଦଳକୁ ଜିତାଇ ଦେଇଛନ୍ତି। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବା ସହ ୪୯ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୩୭ ରନ୍‌ କରିଥିଲା। ଏହାର ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୨୩୮ ରନ୍‌ର ଟାର୍ଗେଟକୁ ହାସଲ କରିନେଇଛି। […]

Pakisatn

Pakisatn

Hemant Lenka
  • Published: Saturday, 25 December 2021
  • Updated: 26 December 2021, 09:39 AM IST

ଶାରଜା: ଅଣ୍ଡର -୧୯ ଏସିଆ କପ୍‌ର ଗୋଟିଏ ମୁକାବିଲାରେ ପାକିସ୍ତାନ ଠାରୁ ହାରି ଯାଇଛି ଭାରତ। ଶେଷ ବଲରେ ପାକିସ୍ତାନକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ଅହମଦ ଖାନ ଚୌକା ମାରି ଦଳକୁ ଜିତାଇ ଦେଇଛନ୍ତି। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବା ସହ ୪୯ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୩୭ ରନ୍‌ କରିଥିଲା।

ଏହାର ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୨୩୮ ରନ୍‌ର ଟାର୍ଗେଟକୁ ହାସଲ କରିନେଇଛି। ପାକିସ୍ତାନ ପକ୍ଷରୁ ମହମ୍ମଦ ଶେହଜାଦ ୮୧ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଶେଷ ଭାଗରେ ଅହମଦ ଖାନ ୧୯ ବଲ୍‌ରେ ୨୯ ରନ୍‌ର ଅପରାଜିତ ଇନିଂସ୍‌ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏହି ବିଜୟ ପରେ ପାକିସ୍ତାନ ଏସିଆ କପ ଗ୍ରୁପ୍‌ ଏ’ର ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଭାରତ ୨ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ୪୯ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଆରାଧ୍ୟା ଯାଦବ ସର୍ବାଧିକ ୫୦ ରନ୍‌ କରିଥିବା ବେଳେ ହରନୁର୍ ସିଂହ ୪୬, କୌଶଲ ତାମ୍ବେ ୩୨ ଓ ଶେଷ ଭାଗରେ ରାଜବର୍ଦ୍ଧନ ହଙ୍ଗାରଗେକର ୨୦ ବଲରେ ୩୩ (୫ ଚୌକା, ୧ ଛକା) ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ଡାହାଣ ହାତୀ ମିଡିୟମ ପ୍ରେସର ଜେଶାନ ଜମୀର ଦମଦାର ବୋଲିଂ କରିବା ସହ ୫ ଜଣ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିଲେ।

୨୩୮ ରନ୍‌ର ଟାର୍ଗେଟ ପାଇଥିବା ପାକିସ୍ତାନ ପ୍ରଥମ ଓଭର୍‌ର ଦ୍ୱିତୀୟ ବଲରେ ଓପନର ଅବଦୁଲ ବଙ୍ଗଲଜାଇ(୦)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ରାଜବର୍ଦ୍ଧନ ନେଇଥିଲେ। ତେବେ ଏହାପରେ ମାଜ ସଦାକତ(୨୯) ଓ ମହମ୍ମଦ ଶେହଜାଦ(୮୨) ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୬୪ରେ ପହଞ୍ଚାଇ ଦେଇଥିଲେ।

ଏହି ସମୟରେ ରାଜ ବାୱା କ୍ରମାଗତ ଓଭର୍‌ରେ ଦୁଇଟି ୱିକେଟ ନେଇ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲେ। କିନ୍ତୁ ଅଧିନାୟକ କ୍ୱାସିମ ଆକ୍ରମ ଓ ଶେହଜାଦ ଧୈର୍ଯ୍ୟର ସହ ବ୍ୟାଟିଂ କରି ୪ର୍ଥ ୱିକେଟ ପାଇଁ ୪୬ ରନ୍‌ ଯୋଡ଼ିଥିଲେ। ଆକ୍ରମ ୨୨ ରନ୍‌ କରି ଆଉଟ ହୋଇଥିଲେ ମଧ୍ୟ ଶେହଜାଦ ବ୍ୟାଟିଂ ଜାରି ରଖିଥିଲେ।

ଦଳୀୟ ସ୍କୋର ୧୫୯ ଥିବା ବେଳେ ୮୧ ରନ୍‌ କରିଥିବା ଶେହଜାଦ ରନ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୪ଟି ଚୌକା ଓ ୫ ଛକା ବଳରେ ୮୧ ରନ୍‌ର ଇନିଂସ୍‌ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇରଫାନ ଖାନ ୩୨, ରିଜୱାନ ମେହମୁଦ ୨୯, ଅହମଦ ଖାନ ଅପରାଜିତ ୨୯ ରନ୍‌ କରି ପାକିସ୍ତାନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଭାରତ ପକ୍ଷରୁ ରାଜ ବାୱା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରାଜବର୍ଦ୍ଧନ, ରବି କୁମାର ଓ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story