ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ୟାସିର, ହାସନ ଓ ଫୱାଦ ଆଉଟ୍‌

ଇସଲାମାବାଦ: ଇଂଲଣ୍ଡ ବିପକ୍ଷ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଥିବା ପାକିସ୍ତାନ ଆଜି ୧୮ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଆସନ୍ତା ମାସରେ ଦୁଇ ଦଳ ମଧ୍ୟରେ ଆରମ୍ଭ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ରୁ ପାକିସ୍ତାନ ନିୟମିତ ସଦସ୍ୟ ୟାସିର ଅଲୀ, ହାସନ ଅଲୀ ଓ ବ୍ୟାଟର ଫୱାଦ ଆଲମଙ୍କୁ ବାଦ ଦେଇଛି। ସ୍କ୍ୱାଡରେ ରହସ୍ୟମୟ ସ୍ପିନର ଅବରାର ଅହମଦ ଓ ଦ୍ରୁତ ବୋଲର ମହମ୍ମଦ ଅଲୀଙ୍କୁ ପ୍ରଥମଥର ପାଇଁ ସାମିଲ କରାଯାଇଛି। ଘରୋଇ […]

hasan-ali

hasan-ali

Hemant Lenka
  • Published: Monday, 21 November 2022
  • Updated: 21 November 2022, 04:31 PM IST

Sports

Latest News

ଇସଲାମାବାଦ: ଇଂଲଣ୍ଡ ବିପକ୍ଷ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଥିବା ପାକିସ୍ତାନ ଆଜି ୧୮ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଆସନ୍ତା ମାସରେ ଦୁଇ ଦଳ ମଧ୍ୟରେ ଆରମ୍ଭ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ରୁ ପାକିସ୍ତାନ ନିୟମିତ ସଦସ୍ୟ ୟାସିର ଅଲୀ, ହାସନ ଅଲୀ ଓ ବ୍ୟାଟର ଫୱାଦ ଆଲମଙ୍କୁ ବାଦ ଦେଇଛି।

ସ୍କ୍ୱାଡରେ ରହସ୍ୟମୟ ସ୍ପିନର ଅବରାର ଅହମଦ ଓ ଦ୍ରୁତ ବୋଲର ମହମ୍ମଦ ଅଲୀଙ୍କୁ ପ୍ରଥମଥର ପାଇଁ ସାମିଲ କରାଯାଇଛି। ଘରୋଇ ମ୍ୟାଚ୍‌ରେ ଉଭୟ ଦମଦାର ପ୍ରଦର୍ଶନ କରୁଥିବାରୁ ପାକିସ୍ତାନର ଜାତୀୟ ଟିମ୍‌ରେ ସେମାନଙ୍କୁ ସୁଯୋଗ ମିଳିଛି।

ଦୀର୍ଘ ୧୭ ବର୍ଷ ପରେ ଇଂଲଣ୍ଡ କୌଣସି ଟେଷ୍ଟ ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତ କରିବ। ଶେଷ ଥର ପାଇଁ ଇଂଲଣ୍ଡ ୨୦୦୫ରେ ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ଏହି ୧୭ ବର୍ଷ ମଧ୍ୟରେ ଦୁଇ ଥର ପାକିସ୍ତାନ ଓ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ ୟୁଏଇରେ ଖେଳିଥିଲେ। ଏହାର ଆୟୋଜନ ପାକିସ୍ତାନ କରିଥିଲା।

ଚଳିତ ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ୭ଟିକିଆ ଟି-୨୦ ସିରିଜ୍‌ ଖେଳିବାକୁ ପାକିସ୍ତାନ ଯାଇଥିଲା। ଏହି ସିରିଜ୍‌କୁ ଇଂଲଣ୍ଡ ଜିତିଥିଲା। ଏହାପରେ ଦୁଇ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏଥିରେ ମଧ୍ୟ ଇଂଲଣ୍ଡ ବାଜିମାତ କରିଥିଲା।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ୱାଡ ଘୋଷଣା ବଳେ ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ୱାସିମ କହିଛନ୍ତି, “ମହମ୍ମଦ ଅଲୀ ଅତ୍ୟନ୍ତ ଧୈର୍ଯ୍ୟ ରଖିଛନ୍ତି। ବଲ ଉପରେ ତାଙ୍କର ନିୟନ୍ତ୍ରଣ ରହିଛି। ତାଙ୍କ ପ୍ରଦର୍ଶନ ହିଁ ତାଙ୍କର ସ୍ଥିରତା ଓ ଦକ୍ଷତାକୁ ଦେଖାଉଛି। ଅବରାର ଜଣେ ଚମତ୍କାର ବୋଲର। ସେ ଚଳିତ ବର୍ଷ ଦମଦାର ଫର୍ମରେ ରହିଛନ୍ତି। ତେଣୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଖେଳାଳିଙ୍କ ଫର୍ମ, ମ୍ୟାଚର ପାଗ ଓ ପ୍ରତିପକ୍ଷଙ୍କୁ ଦେଖି ସ୍କ୍ୱାଡ ଘୋଷଣା କରାଯାଇଛି।”

ଚଳିତ ମାସ ଶେଷ ସପ୍ତାହରେ ଇଂଲଣ୍ଡ ଟିମ ପାକିସ୍ତାନ ଆସିବ। ଏହାପରେ ଡିସେମ୍ବ ୧ରେ ଦୁଇ ଦଳ ରାୱଲପିଣ୍ଡିରେ ପ୍ରଥମ ଟେଷ୍ଟ ଖେଳିବେ। ଡିସେମ୍ବର ୯ରୁ ୧୩ ମୁଲତାନରେ ଦ୍ୱିତୀୟ ଟେଷ୍ଟ ଓ ଡିସେମ୍ବର ୧୭ରୁ ୨୧ କରାଚିରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ଏହି ଟେଷ୍ଟ ସିରିଜ୍‌ରେ ଶାହୀନ ଶାହ ଆଫ୍ରିଦିଙ୍କୁ ଦେଖିବାକୁ ମିଳିବ ନାହିଁ। ସେ ବିଶ୍ୱକପ ବେଳେ ଆହତ ହୋଇଥିବାରୁ ତାଙ୍କ ଗୋଡ଼ର ସର୍ଜରୀ ହୋଇଛି। ସୁସ୍ଥ ହେବାକୁ ତାଙ୍କୁ ୪ ସପ୍ତାହ ସମୟ ଦରକାର। ଏହାପରେ ସେ ଡାହାଣ ଗୋଡ଼ ଆଣ୍ଠୁର ରିହାବିଲଟେସନ କରିବେ।

ପାକିସ୍ତାନ ସ୍କ୍ୱାଡ- ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଅବଦୁଲ୍ଲା ଶାଫିକ୍ୟୁ, ଅବରାର ଅହମଦ, ଆଝାର ଅଲୀ, ଫହୀମ ଅର୍ଶଫ, ହାରିସ ରୌଫ, ଇମାମ ଉଲ ଡକ, ମହମ୍ମଦ ଅଲୀ, ମହମ୍ମଦ ନୱାଜ, ମହମ୍ମଦ ୱାସିମ, ନଶୀମ ଶାହ, ନୌମାନ ଅଲୀ, ସଲମନ ଅଲୀ ଅଘା, ସର୍ଫରାଜ ଅହମଦ, ସୌଦ ଶକୀଲ, ଶାନ ମସୁଦ ଓ ଜାହିଦ ମହମ୍ମଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story