ଟି-ଟ୍ୱେଣ୍ଟି ବିଶ୍ୱକପ୍: ସେମି ଫାଇନାଲ୍‌ରେ ପାକିସ୍ତାନ

ଆଡିଲେଡ୍‌: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଚତୁର୍ଥ ଟିମ୍ ଭାବେ ସେମି ଫାଇନାଲରେ ପହଞ୍ଚିଛି ପାକିସ୍ତାନ। ରବିବାର ଆଡିଲେଡ୍‌ରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ଦଳ ସେମି ଫାଇନାଲରେ ପହଞ୍ଚିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ନଜମୁଲ ହୁସେନ ଶାନ୍ତୋ ୫୪ ରନ୍ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ […]

pakistan team

pakistan team

Jitendra Garnayak
  • Published: Sunday, 06 November 2022
  • Updated: 06 November 2022, 01:36 PM IST

Sports

Latest News

ଆଡିଲେଡ୍‌: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଚତୁର୍ଥ ଟିମ୍ ଭାବେ ସେମି ଫାଇନାଲରେ ପହଞ୍ଚିଛି ପାକିସ୍ତାନ। ରବିବାର ଆଡିଲେଡ୍‌ରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ଦଳ ସେମି ଫାଇନାଲରେ ପହଞ୍ଚିଛି।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ନଜମୁଲ ହୁସେନ ଶାନ୍ତୋ ୫୪ ରନ୍ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ସଫଳ ହୋଇନଥିଲେ। ଫଳରେ ଦଳର ସ୍କୋର ୧୨୭ରେ ସୀମିତ ରହିଥିଲା। ଲିଟନ ଦାସ ୧୦, ସୌମ୍ୟ ସରକାର ୨୦ ଓ ଅଫିଫ୍ ହୁସେନ (ଅପରାଜିତ) ୨୪ ରନ୍ କରିଥିଲେ। ଅଧିନାୟକ ଶକିବ ଅଲ୍‌ ହସନ ଶୂନରେ ଆଉଟ୍ ହୋଇଥିଲେ।

ପାକିସ୍ତାନ ପକ୍ଷରୁ ଶାହୀନ ଅଫ୍ରିଦି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଶଦବ ଖାନ ୨ଟି ଓ ହରିସ ରୌଫ ଏବଂ ଇଫ୍‌ତିଖର ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୮.୧ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ମହମ୍ମଦ ରିଜୱାନ ୩୨ ରନ୍ କରିଥିବା ବେଳେ ଅଧିନାୟକ ବାବର ଆଜମ ୨୫, ମହମ୍ମଦ ହରିସ ୩୧, ଶାନ୍ ମସୂଦ ୨୪ (ଅପରାଜିତ) ରନ୍ କରିଥିଲେ।

ବାଂଲାଦେଶ ପକ୍ଷରୁ ନସୁମ ଅହମଦ, ଶକିବ ଅଲ୍ ହସନ, ମୁସ୍ତାଫିଜୁର ରହମାନ ଓ ଇବାଦତ ହୁସେନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଭାରତ ସେମି ଫାଇନାଲରେ ପ୍ରବେଶ କରିଥିଲେ। ରବିବାର ଏକ ରୋଚକପୂର୍ଣ୍ଣ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡସ ଭଳି ଦଳ ୧୩ ରନ୍‌ରେ ପରାସ୍ତ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକାର ସେମି ଫାଇନାଲ୍‌ ଖେଳିବା ବାଟ ବନ୍ଦ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos