ନୂଆଦିଲ୍ଲୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ଟିମ୍ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କ ଗୋଡରେ ହୋଇଥିବା ସର୍ଜରୀ ସଫଳ ରହିଛି। ବର୍ତ୍ତମାନ ସୁସ୍ଥ ହେବାର ଯାତ୍ରା ଆରମ୍ଭ ହୋଇସାରିଛି। ଆଗକୁ ଯେକୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି ଟ୍ୱିଟ୍ କରିଛନ୍ତି ପନ୍ତ।
ସମର୍ଥନ ଓ ଆଶୀର୍ବାଦ ପାଇଁ ବିସିସିଆଇ, ସମ୍ପାଦକ ଜୟ ଶାହ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପନ୍ତ। ଏଥିସହ ସମସ୍ତ ଫ୍ୟାନ୍, ଟିମ୍ ମେଟ୍ ଏବଂ ଡାକ୍ତରଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଡିସେମ୍ବର ୩୦ ତାରିଖରେ ଘରକୁ ଯାଉଥିବା ବେଳେ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ଗାଡି ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଡେରାଡୁନରୁ ମୁମ୍ବାଇକୁ ପନ୍ତ ଏୟାରଲିଫ୍ଟ ହୋଇଥିଲେ।
ଏବେ ଦୁର୍ଘଟଣାର ୧୭ ଦିନ ପରେ ଟ୍ୱିଟ୍ କରି ସୁସ୍ଥ ହେଉଥିବାର ଖବର ଦେଇଛନ୍ତି ପନ୍ତ। ଫ୍ୟାନଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଅଣଦେଖା ଭାରତୀୟ କ୍ରିକେଟର କଲେ ବିଶ୍ୱ ରେକର୍ଡ
ସେ ଲିଷ୍ଟ ଏରେ ଆଉଟ ନ ହୋଇ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ସେ ବିଜୟ ହଜାରେ ଟ୍ରଫିରେ ଦମଦାର ଇନିଂସ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ବିର୍ଦ୍ଦଭାକୁ ୮ ୱିକେଟରେ ବିଜୟ ଭେଟି ଦେଇଛନ୍ତି।
Cricket
ରୋହିତଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ କେମିତି ହେଲା ନିଷ୍ପତ୍ତି? ଜାଣନ୍ତୁ ପୂରା ରିପୋର୍ଟ
ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ପ୍ରାୟ ୫ ମାସ ପରେ ରହିଛି। ତେଣୁ ରୋହିତ ଆଉ ଭାରତ ପାଇଁ ଟେଷ୍ଟ ଖେଳିବାର ଆଶା ନାହିଁ। ସେ ସମ୍ଭବତଃ ମେଲବର୍ଣ୍ଣରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳି ସାରିଛନ୍ତି।
Cricket
ବୁମ୍ରାଙ୍କ ସହ ଯୁକ୍ତିତର୍କ କଲେ କନଷ୍ଟାସ, ଫଳ ଭୋଗିଲେ ଖୱାଜା: ଦେଖନ୍ତୁ ଭିଡିଓ
ଭାରତ ପ୍ରଥମ ଇନିଂସରେ ୧୮୫ ରନ କରି ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆ ୩ ଓଭର ବ୍ୟାଟିଂ କରିଛି।
Cricket
ପୁଣି ବିବାଦରେ DRS: ଏଥର ‘ଭୟଙ୍କର’ ନିଷ୍ପତ୍ତିର ଶିକାର ହେଲେ ୱାଶିଂଟନ ସୁନ୍ଦର
ଭାରତୀୟ ଟିମର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ୱିଲସନ କିପରଙ୍କ ଦ୍ୱାରା କ୍ୟାଚ୍ ଆଉଟ କରାଇଛନ୍ତି। ସେ ଅଷ୍ଟ୍ରେଲିଆ ନେଇଥିବା ରିଭ୍ୟୁ ବଳରେ ଏହି ଆଉଟ ଘୋଷଣା କରିଛନ୍ତି। କାରଣ ଅନଫିଲ୍ଡ ଅମ୍ପାୟାର ସୈକତ ପ୍ରଥମେ ଆଉଟ ଦେଇ ନଥିଲେ।
Cricket
ବଦଳିଲେ କ୍ୟାପ୍ଟେନ, କିନ୍ତୁ ବଦଳିଲାନି ଭାଗ୍ୟ: ପୁଣି ନିରାଶ କଲେ ଭାରତୀୟ ବ୍ୟାଟର
ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବା ବେଳେ ଶେଷ ଭାଗରେ ଅଧିନାୟକ ବୁମ୍ରା ୨୨ ରନର ଇନିଂସ ଖେଳିବାରୁ ଦଳ ୧୮୫ କରିବାକୁ ସକ୍ଷମ ହୋଇଛି।