ଅର୍ଣ୍ଣବଙ୍କ ଶତକ ବେକାର, ସେମିରେ ହାରିଲା ଏଲଏଲସିସି

ଭୁବନେଶ୍ୱର: ଓପନର ଅର୍ଣ୍ଣବ ଦାସଙ୍କ ୧୪୦ ରନ୍‌ର ଇନିଂସ ସତ୍ତ୍ୱେ ସେମିଫାଇଲ ଲଢ଼େଇରେ ହାରି ଯାଇଛି ଏଲଏଲସିସି। ଆୟୋଜକ ଦଳକୁ ୮ ୱିକେଟରେ ହରାଇ ପାରାମାଉଣ୍ଟ ସ୍ପୋର୍ଟିଂ ଦ୍ୱିତୀୟ ଟିମ୍‌ ଭାବେ ଏଲଏଲସିସି ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାସଲ କରିଛି। ଆସନ୍ତାକାଲି ସ୍ଥାନୀୟ ଆଇଆରସି ସ୍ଥିତି ଏଲଏଲସିସି କ୍ରିକେଟ ପଡ଼ିଆରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଟ୍ରଫି ପାଇଁ ପରାମାଉଣ୍ଟ ଶକ୍ତିଶାଳୀ ରାମେଶ୍ୱର ସ୍ପୋର୍ଟିଂ କ୍ଲବ ସହ ଲଢ଼େଇ କରିବ। […]

Sports

Sports

Hemant Lenka
  • Published: Friday, 22 April 2022
  • Updated: 22 April 2022, 05:06 PM IST

Sports

Latest News

ଭୁବନେଶ୍ୱର: ଓପନର ଅର୍ଣ୍ଣବ ଦାସଙ୍କ ୧୪୦ ରନ୍‌ର ଇନିଂସ ସତ୍ତ୍ୱେ ସେମିଫାଇଲ ଲଢ଼େଇରେ ହାରି ଯାଇଛି ଏଲଏଲସିସି। ଆୟୋଜକ ଦଳକୁ ୮ ୱିକେଟରେ ହରାଇ ପାରାମାଉଣ୍ଟ ସ୍ପୋର୍ଟିଂ ଦ୍ୱିତୀୟ ଟିମ୍‌ ଭାବେ ଏଲଏଲସିସି ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାସଲ କରିଛି। ଆସନ୍ତାକାଲି ସ୍ଥାନୀୟ ଆଇଆରସି ସ୍ଥିତି ଏଲଏଲସିସି କ୍ରିକେଟ ପଡ଼ିଆରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଟ୍ରଫି ପାଇଁ ପରାମାଉଣ୍ଟ ଶକ୍ତିଶାଳୀ ରାମେଶ୍ୱର ସ୍ପୋର୍ଟିଂ କ୍ଲବ ସହ ଲଢ଼େଇ କରିବ। ପ୍ରଥମ ସେମିରେ ରାମେଶ୍ୱର ପ୍ରତିପକ୍ଷ ଜୁଭେନାଇଲକୁ ୬୫ରେ ହରାଇଥିଲା।

ପାରାମାଣ୍ଟ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏଲଏଲସିସି ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଗତବର୍ଷ ଦଳ ଫାଇନାଲ ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ ଠାରୁ ହାରିଯାଇଥିଲା।

ଆଜି ଖେଳାଯାଇଥିବା ଦ୍ୱିତୀୟ ସେମି ଫାଇନାଇଲ ମ୍ୟାଚ୍‌ରେ ଏଲଏଲସିସି ଅଧିନାୟକ ସାହିଲ ସତ୍ୟବ୍ରତ ନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ନିର୍ଦ୍ଧାରିତ ୪୦ ଓଭର୍‌ରେ ୬ ୱିକେଟ ହରାଇ ୨୬୫ ରନ୍‌ କରିଥିଲା। ଅର୍ଣ୍ଣବ ଦାସ ୧୧୯ ବଲରେ ୧୪୦ ରନ୍‌ କରିଥିବା ବେଳେ ଆଦର୍ଶ ଦାସ ୧୪ ବଲରେ ୮, ଋତୁରାଜ ଷଡ଼ଙ୍ଗୀ ୬୪ ବଲରେ ୫୬, ସାହିଲ ସତ୍ୟବ୍ରତ ୧୬ ରନ୍‌ର ଇନିଂସ ଖେଳିଥିଲେ।

ପାରାମାଉଣ୍ଟ ପକ୍ଷରୁ ତନୁଶ ଦେ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ସିଦ୍ଧାର୍ଥ ଶଙ୍କର ବେହେରା ୨ଟି ଓ ଶେଖ ନକୀବ ସବିର ଗୋଟିଏ ସଫଳତା ପାଇଥିଲେ।

୨୬୯ ରନ୍‌ର ଟାର୍ଗେଟ ପିଛା କରୁଥିବା ପାରାମାଉଣ୍ଟ ବେଶ ସହଜରେ ମ୍ୟାଚ୍‌ଟିକୁ ଜିତି ନେଇଛି। ଦଳ ମାତ୍ର ୨ ୱିକେଟ ହରାଇ ୩୧.୩ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛି। ଦଳ ପକ୍ଷରୁ ଓପନର ପ୍ରଣତୀକ ପ୍ରିୟାଂଶୁ ନାୟକ ୯୦ ବଲରେ ୧୦୯ ଓ ସିଦ୍ଧାର୍ଥ ଶଙ୍କର ବେହେରା ୪୮ ରନ୍‌ କରି ଆଉଟ ହୋଇଥିଲେ। ତେବେ ସ୍ୱାଗତ ସୌରଭ ମିଶ୍ର ୪୬ ବଲରେ ୭୩ ଓ ଶେଖ ନକୀବ ସବିର ଶେଷ ଯାଏ ୧୨ ରନ୍‌ କରି ଅପରାଜିତ ରହିଥିଲେ। ଏଲଏଲସିସି ପକ୍ଷରୁ ଏକମାତ୍ର ବୋଲର ଭାବେ କେ ଅରୁଣ କୁମାର ୨ଟି ଯାକ ୱିକେଟ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିବା ପ୍ରିୟାଂଶୁ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଆଜିର ପୁରସ୍କାର କାର୍ଯ୍ୟକ୍ରମରେ ଅତିଥି ଭାବେ ଶୁଭ୍ରା ସାହୁ ପାତ୍ର ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story