ଲଜ୍ଜାଜନକ ରେକର୍ଡ କ୍ଲବରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ

ଦୁବାଇ: ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ୬ଷ୍ଠ ସ୍ଥାନରେ ରହି ତା’ର ଅଭିଯାନ ଶେଷ କରିଛି। ଏଥିସହ ପୁଣିଥରେ ଆଇପିଏଲରେ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଆଇପିଏଲରେ ବାରମ୍ବାର ବିଫଳ ହେଉଥିବା ପଞ୍ଜାବ କିଙ୍ଗସ ନାଁରେ ଏବେ ଗୋଟିଏ ଅଲୋଡ଼ା ତଥା ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। କ୍ରମାଗତ ୭ମ ବର୍ଷ ପାଇଁ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରିନାହିଁ। ୨୦୨୧ ସଂସ୍କରଣ ପୂର୍ବରୁ ଉଭୟ ଦିଲ୍ଲୀ […]

punjab

punjab

Hemant Lenka
  • Published: Saturday, 09 October 2021
  • Updated: 09 October 2021, 01:52 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗସ ୬ଷ୍ଠ ସ୍ଥାନରେ ରହି ତା’ର ଅଭିଯାନ ଶେଷ କରିଛି। ଏଥିସହ ପୁଣିଥରେ ଆଇପିଏଲରେ ପ୍ଲେଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଆଇପିଏଲରେ ବାରମ୍ବାର ବିଫଳ ହେଉଥିବା ପଞ୍ଜାବ କିଙ୍ଗସ ନାଁରେ ଏବେ ଗୋଟିଏ ଅଲୋଡ଼ା ତଥା ଲଜ୍ଜାଜନକ ରେକର୍ଡ ଯୋଡ଼ି ହୋଇଯାଇଛି। କ୍ରମାଗତ ୭ମ ବର୍ଷ ପାଇଁ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରିନାହିଁ।

୨୦୨୧ ସଂସ୍କରଣ ପୂର୍ବରୁ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କ୍ରମାଗତ ୬ଥର ଲେଖାଏ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରି ପାରି ନଥିଲେ। ହେଲେ ୨୦୨୧ରେ ପଞ୍ଜାବ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରି ନପାରି ଦିଲ୍ଲୀର ଅଲୋଡ଼ା ରେକର୍ଡକୁ ଅତିକ୍ରମ କରିଛି। ପଞ୍ଜାବ କିଙ୍ଗସ ଆଇପିଏଲର ଏକମାତ୍ର ଦଳ ଯିଏ କ୍ରମାଗତ ୭ମ ବର୍ଷ ପାଇଁ ପ୍ଲେ ଅଫ ଖେଳିବାରୁ ବଞ୍ଚିତ ହୋଇଛି।

ପଞ୍ଜାବ ୨୦୧୪ ଆଇପିଏଲର ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଦଳକୁ କୋଲକାତା ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ସେବେଠାରୁ ଦଳ ଆଇପିଏଲରେ ଆଉ ପ୍ଲେ ଅଫକୁ ଯାଇପାରୁନାହିଁ। ୨୦୦୮ ଆଇପିଏଲର ପ୍ରଥମ ସଂସ୍କରଣରେ ବି ପଞ୍ଜାବ ସେମି ଫାଇନାଲକୁ ଯାଇଥିଲା। ହେଲେ ଦଳ ଏବେ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ୨୦୨୧ ସଂସ୍କରଣକୁ ଦେଖିଥିଲେ ପଞ୍ଜାବ ୧୪ଟି ମ୍ୟାଚ୍‌ରୁ ୬ଟି ଜିତି ତା’ର ଅଭିଯାନ ୬ଷ୍ଠ ସ୍ଥାନରେ ଶେଷ କରିଛି।

ପଞ୍ଜାବ ପୂର୍ବରୁ ଦିଲ୍ଲୀ ସମାନ ଦଶା ଭୋଗିଥିଲା। ୨୦୧୩ରୁ ୨୦୧୮ ଯାଏ ଦିଲ୍ଲୀ ଗୋଟିଏ ଥର ମଧ୍ୟ ଟପ୍‌ ୪ରେ ପ୍ରବେଶ କରିପାରି ନଥିଲା। କିନ୍ତୁ ୨୦୧୯, ୨୦୨୦ ଓ ୨୦୨୧ରେ ଦଳ ପ୍ଲେଅଫକୁ ଯାଇଛି। ଏପରି କି ୨୦୨୦ରେ ଦିଲ୍ଲୀ ଫାଇନାଲରେ ମଧ୍ୟ ଟ୍ରଫି ପାଇଁ ଲଢ଼େଇ କରିଥିଲେ। ହେଲେ ମୁମ୍ବାଇ ଠାରୁ ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା।

ଏଥର ଦଳ ୧୪ଟି ମ୍ୟାଚ୍‌ରୁ ୧୦ ବିଜୟ ସହ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ରହି ପ୍ଲେଅଫକୁ ଯାଇଛି। ଟ୍ରଫି ହାସଲ କରିବାର ପ୍ରବଳ ଦାବିଦାର ରହିଛି। ଆଇପିଏଲରେ ପଞ୍ଜାବ, ଦିଲ୍ଲୀ ଓ ଆରସିବି ଏଯାଏ ଚାମ୍ପିୟନ ହୋଇନାହାନ୍ତି। ଦିଲ୍ଲୀ ଓ ଆରସିବି ଏଥର ପ୍ଲେଅଫକୁ ଯାଇଥିବାରୁ ସେମାନେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos