ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ: ଫାଇନାଲରେ ରାମେଶ୍ୱର

ଭୁବନେଶ୍ୱର: ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ୧୪ ବର୍ଷରୁ କମ ଡ୍ୟୁଜ ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ରାମେଶ୍ୱର ସ୍ପୋର୍ଟିଂ କ୍ଲବ। ଆଜି ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ରାମେଶ୍ୱର ପ୍ରତିପକ୍ଷ ଜୁଭେନାଇଲ କ୍ରିକେଟ ଏକାଡେମୀକୁ ୬୫ ରନ୍‌ରେ ହରାଇ ଦେଇଛି। ଏହି ବିଜୟ ସହ ରାମେଶ୍ୱର ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ ହାସଲ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ ଅୟୋଜକ ଏଲଏଲସିସି ଓ ପାରାମାଉଣ୍ଟ ମଧ୍ୟରେ ଅନୁଷ୍ଠିତ ହେବ। ବିଜୟୀ […]

LLCC

LLCC

Hemant Lenka
  • Published: Thursday, 21 April 2022
  • Updated: 21 April 2022, 06:44 PM IST

Sports

Latest News

ଭୁବନେଶ୍ୱର: ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ୧୪ ବର୍ଷରୁ କମ ଡ୍ୟୁଜ ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ରାମେଶ୍ୱର ସ୍ପୋର୍ଟିଂ କ୍ଲବ। ଆଜି ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ରାମେଶ୍ୱର ପ୍ରତିପକ୍ଷ ଜୁଭେନାଇଲ କ୍ରିକେଟ ଏକାଡେମୀକୁ ୬୫ ରନ୍‌ରେ ହରାଇ ଦେଇଛି।

ଏହି ବିଜୟ ସହ ରାମେଶ୍ୱର ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ ହାସଲ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ ଅୟୋଜକ ଏଲଏଲସିସି ଓ ପାରାମାଉଣ୍ଟ ମଧ୍ୟରେ ଅନୁଷ୍ଠିତ ହେବ। ବିଜୟୀ ଦଳ ଶନିବାର ରାମେଶ୍ୱର ସହ ଫାଇନାଲ ମ୍ୟାଚ୍‌ ଖେଳିବ।

ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ରାମେଶ୍ୱର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଓପନର ଶୁଭ୍ରଜିତ ମିଶ୍ର ୯୩ ବଲରେ ୧୦୦ ରନ କରିଥିବା ବେଳେ ଶୁଭାଶିଷ ମଲ୍ଲିକ ୩୨, ତୀର୍ଥାଙ୍କର ସାହୁ ୪୪, ବିନୋଦ ବି ପରିଡ଼ା ୪, ସ୍ୱରାଜ କୌଶିକ ସ୍ୱାଇଁ ୧୬ ଓ ଶୋହମ ପଟ୍ଟନାୟକ ୧୨ ରନ୍‌, ଶୁଭ୍ରକାନ୍ତ ପରିଡ଼ାଙ୍କ ଅପରାଜିତ ୨୧ ରନ୍‌ କରିଥିଲା। ଏହାକୁ ଆଧାର କରି ରାମେଶ୍ୱର ନିର୍ଦ୍ଧାରିତ ୪୦ ଓଭର୍‌ରେ ୬ ୱିକେଟ ହରାଇ ୨୭୧ ରନ୍‌ କରିଥିଲା।

ଜୁଭେନାଇଲ ପକ୍ଷରୁ ଦେବାଂଶୁ ନାୟକ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ପି ସୌମ୍ୟରାଜ ୨ଟି ଓ ପି ମୋକସିତ୍‌ ଗୋଟିଏ ସଫଳତା ପାଇଛନ୍ତି।

୨୭୨ ରନ୍‌ର ଟାର୍ଗେଟ ପିଛା କରୁଥିବା ଜୁଭେନାଲ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ କ୍ରମାଗତ ୱିକେଟ ହରାଇ ଶେଷରେ ୩୭.୫ ଓଭର୍‌ରେ କେବଳ ୨୦୬ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଜୁଭେନାଲ ପକ୍ଷରୁ ପ୍ରତୀଶ ମିଶ୍ର ସର୍ବାଧିକ ୫୬ ରନ୍ କରିଥିବା ବେଳେ ପି ମୋକସିତ ୨୬ ରନ୍‌ କରିଥିଲେ।

ରାମେଶ୍ୱରର ଶୁଭାଶିଷ ମଲ୍ଲିକଙ୍କୁ ଛାଡ଼ି ଆଉ ସବୁ ବୋଲର ୱିକେଟ ପାଇଛନ୍ତି। ଦଳ ପାଇଁ ଶୁଭ୍ରକାନ୍ତ ପରିଡ଼ା ଓ ଜଗଦୀଶ ମହାପାତ୍ର ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ତୀର୍ଥାଙ୍କର ସାହୁ, ଶୋହମ ପଟ୍ଟନାୟକ, ବିନୋଦ ବି ପରିଡ଼ା ଓ ସ୍ୱସ୍ତିକ ଘୋଷାଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିବା ଶୁଭ୍ରଜିତ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଆଜିର ପୁରସ୍କାର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ଭାନୁ ପରିଜା, କ୍ଲବର ସଭାପତି ନିତ୍ୟାନନ୍ଦ ବେହେରା ଓ ସମ୍ପାଦକ ପଙ୍କଜ ଦାସ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story