ଟି-୨୦ ରାଙ୍କିଙ୍ଗ: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଭାରତର ରେଣୁକା ସିଂହ ଠାକୁର

ଦୁବାଇ: ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଠାକୁର। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେଣୁକା ଦମଦାର ବୋଲିଂ କରିଥିଲେ। ଏହି ବୋଲିଂ ଯୋଗୁ ସେ ତାଙ୍କ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ରେଣୁକା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୧ଟି ୱିକେଟ ଦଖଲ କରିଥିବାରୁ ପ୍ରଥମଥର ପାଇଁ ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍ ୨୦ରେ ପ୍ରବେଶ କରିଛନ୍ତି। ସେ ପୂର୍ବରୁ ୨୮ତମ ସ୍ଥାନରେ […]

Renuka

Renuka

Hemant Lenka
  • Published: Tuesday, 09 August 2022
  • Updated: 09 August 2022, 06:56 PM IST

Sports

Latest News

ଦୁବାଇ: ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଠାକୁର। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେଣୁକା ଦମଦାର ବୋଲିଂ କରିଥିଲେ। ଏହି ବୋଲିଂ ଯୋଗୁ ସେ ତାଙ୍କ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ରେଣୁକା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୧ଟି ୱିକେଟ ଦଖଲ କରିଥିବାରୁ ପ୍ରଥମଥର ପାଇଁ ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍ ୨୦ରେ ପ୍ରବେଶ କରିଛନ୍ତି। ସେ ପୂର୍ବରୁ ୨୮ତମ ସ୍ଥାନରେ ଥିଲେ। ହେଲେ ଏବେ ୧୦ଟି ସ୍ଥାନ ଲମ୍ଫ ମାରି ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ସେହିପରି ମହିଳା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବେଥ ମୋନୀ ଶୀର୍ଷ ସ୍ଥାନକୁ ଫେରିଛନ୍ତି। କିଛି ସପ୍ତାହ ପୂର୍ବରୁ ତାଙ୍କ ଠାରୁ ଏହି ସ୍ଥାନ ଦଳର ଅଧିନାୟକ ମେଗ ଲେନିଙ୍ଗ ଛଡ଼ାଇ ନେଇଥିଲେ। ହେଲେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ସେ ଭାରତ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ପୁଣି ୧ନଂ ସ୍ଥାନକୁ ଫେରିଛନ୍ତି।

ଭାରତ ବିପକ୍ଷରେ ମୋନୀ ୪୧ ବଲରେ ୬୧ ରନର ଇନିଂସ ଖେଳିଥିଲେ। ଏହାପୂର୍ବରୁ ପାକିସ୍ତାନ ବିପକ୍ଷରେ ଅପରାଜିତ ୭୦ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୬ ରନର ଇନିଂସ ଖେଳିଥିଲା। ଏବେ ସେ ୭୪୩ ପଏଣ୍ଟ ସହ ଲାନିଙ୍ଗ ଠାରୁ ୧୮ ପଏଣ୍ଟ ଆଗରେ ଅଛନ୍ତି। ତୃତୀୟ ଥର ପାଇଁ ମୋନୀ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

ପ୍ରଥମଥର ସେ ୨୦୨୧ ମାର୍ଚ୍ଚ ୮ରୁ ୨୦୨୧ ମାର୍ଚ୍ଚ ୨୧ ଯାଏ ଶୀର୍ଷ ସ୍ଥାନରେ ଥିଲେ। ଏହାପରେ ପୁଣିଥରେ ୨୦୨୧ ଅକ୍ଟୋବର ୯ରୁ ୨୦୨୨ ଜୁଲାଇ ୨୬ ଯାଏ ୧ନଂ ସ୍ଥାନରେ ରହିଥିଲେ।

ଅନ୍ୟପକ୍ଷରେ ଭାରତର ଜେମିମା ରୋଡ୍ରିଗସ ୨୦୨୧ ପରେ ପ୍ରଥମଥର ପାଇଁ ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୪୬ ରନ କରିବା ପରେ ତାଙ୍କୁ ଏପରି ଫାଇଦା ମିଳିଛି। ସେ ୬୩୦ ଏପଣ୍ଟ ସହ ୧୦ନଂ ସ୍ଥାନରେ ରହିଛନ୍ତି। ଭାରତ ସ୍ମୃତି ମନ୍ଧାନା ୨ଟି ସ୍ଥାନ ତଳକୁ ଖସି ୪ନଂ ଓ ଶେଫାଳି ବର୍ମା ଗୋଟିଏ ସ୍ଥାନ ତଳକୁ ଖସି ବ୍ୟାଟିଂ ରାଙ୍କିଙ୍ଗର ୬ନଂ ସ୍ଥାନରେ ଅଛନ୍ତି।

ବୋଲିଂ ରାଙ୍କିଙ୍ଗରେ ଭାରତର ଦୀପ୍ତି ଶର୍ମା ୬ଷ୍ଠ ସ୍ଥାନରେ ଓ ଅଲରାଉଣ୍ଡ ତାଲିକାର ୪ନଂ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos