ହାଇଡ୍ରାମା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ: ପନ୍ତଙ୍କ ମ୍ୟାଚ୍‌ ଫି’ ୧୦୦% କଟିଲା, ପ୍ରବୀଣ ଆମ୍ରେ ବ୍ୟାନ୍‌

ନୂଆଦିଲ୍ଲୀ: ନୋ ବଲ୍‌ ଅପିଲକୁ ନେଇ ମ୍ୟାଚ୍‌ ମଝିରେ ହଙ୍ଗାମା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳର ଅଧିନାୟକ ଋଷଭ ପନ୍ତଙ୍କ ମ୍ୟାଚ୍‌ ଫି’ ୧୦୦% କାଟ କରାଯାଇଥିବା ବେଳେ ଆସିସଷ୍ଟାଣ୍ଟ କୋଚ୍‌ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍‌ରୁ ବିଦା କରାଯାଇଛି। ଅର୍ଥାତ ତାଙ୍କ ଉପରେ ବ୍ୟାନ ଲାଗୁ କରାଯାଇଛି। ଉଭୟ ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇପିଏଲ ପକ୍ଷରୁ […]

DC

DC

Hemant Lenka
  • Published: Saturday, 23 April 2022
  • Updated: 23 April 2022, 12:18 PM IST

Sports

Latest News

ନୂଆଦିଲ୍ଲୀ: ନୋ ବଲ୍‌ ଅପିଲକୁ ନେଇ ମ୍ୟାଚ୍‌ ମଝିରେ ହଙ୍ଗାମା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳର ଅଧିନାୟକ ଋଷଭ ପନ୍ତଙ୍କ ମ୍ୟାଚ୍‌ ଫି’ ୧୦୦% କାଟ କରାଯାଇଥିବା ବେଳେ ଆସିସଷ୍ଟାଣ୍ଟ କୋଚ୍‌ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍‌ରୁ ବିଦା କରାଯାଇଛି। ଅର୍ଥାତ ତାଙ୍କ ଉପରେ ବ୍ୟାନ ଲାଗୁ କରାଯାଇଛି। ଉଭୟ ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଚରଣ ବିଧିର ୨.୭ ଧାରାରେ ଥିବା ଲେଭଲ ୨ ନିୟମକୁ ପନ୍ତ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଛନ୍ତି। ଏଥିସହ ସେ ଦଣ୍ଡାଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ମ୍ୟାଚ୍‌ ଫି’ ମଧ୍ୟ ୫୦% କାଟ କରାଯାଇଛି। ଧାରା ୨.୮ରେ ଥିବା ଲେଭଲ ୨ ନିୟମକୁ ସେ ଉଲ୍ଲଙ୍ଘନ କରିଥିଲେ।

ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ପ୍ରବୀଣ ଆମ୍ରେଙ୍କ ବିରୋଧରେ ନିଆଯାଇଛି। ସେ ନୋ ବଲ ବିବାଦ ସମୟରେ ପଡ଼ିଆ ମଝିକୁ ଯାଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିପାଇଁ ତାଙ୍କ ମ୍ୟାଚ ପାଉଣା ୧୦୦% କାଟ କରାଯାଇଛି। ସେହିପରି ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ କରାଯାଇଛି। ସେ ଦିଲ୍ଲୀର ପରବର୍ତ୍ତୀ ମ୍ୟାଚ୍‌ ବେଳେ ଡଗଆଉଟରେ ରହିପାରିବେ ନାହିଁ। ପ୍ରବୀଣ ନିଜର ଭୁଲ ସ୍ୱୀକାର କରିବା ସହ ଦଣ୍ଡାଦେଶ ମାନିଥିବା ବିବୃତିରେ କୁହାଯାଇଛି।

ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ କରୁଥିବା ରୋଭମନ ପାୱେଲ ଶେଷ ଓଭର୍‌ର ପ୍ରଥମ ୩ଟି ବଲରରେ ୩ଟି ଛକା ମାରିଥିଲେ। ହେଲେ ଓଭରର ୩ୟ ବଲକୁ ନେଇ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜସ୍ଥାନ ବୋଲର ଓବେଡ ମ୍ୟାକକୋୟଙ୍କ ଗୋଟିଏ ଫୁଲଟସ୍‌କୁ ପାୱେଲ ଛକା ମାରି ଦେଇଥିଲେ।

ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଓ ସର୍ପୋଟ ଷ୍ଟାଫ ଏହାକୁ ନୋ-ବଲ ଭାବି ଅମ୍ପାୟରଙ୍କ ଆଡ଼କୁ ସଙ୍କେତ ଦେଇଥିଲେ। ବଲ୍‌ଟି ମଧ୍ୟ ସ୍ପଷ୍ଟ ଭାବେ ଅଣ୍ଟା ଉପରେ ରହିଥିଲା। କିନ୍ତୁ ଅମ୍ପାୟାର ଏହାକୁ ନୋ-ବଲ ଡାକି ନଥିଲେ। ଏହାକୁ ନେଇ ପନ୍ତ ଚିଡ଼ି ଯିବା ସହ ରିଜର୍ଭ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ସେ ଫିଲ୍ଡ ଅମ୍ପାୟାର ନୀତୀନ ମେନନ ଓ ନିଖିଲ ପଟୱର୍ଦ୍ଧନଙ୍କୁ ନୋ-ବଲ ସଙ୍କେତ ଦେବାକୁ କହିଥିଲେ।

ଅମ୍ପାୟାର ତାଙ୍କ କଥା ନ ଶୁଣିବାରୁ ସେ ପଡ଼ିଆରେ ଥିବା ଦୁଇ ବ୍ୟାଟର ପାୱେଲ ଓ କୁଲଦୀପ ଯାଦବଙ୍କୁ ପ୍ୟାଭିଲିୟନ ଫେରି ଆସିବାକୁ କହିଥିଲେ। ଏତିକି ବେଳେ ଦିଲ୍ଲୀର ଆସିସଷ୍ଟାଣ୍ଟ କୋଚ୍‌ ପ୍ରବୀଣ ଆମ୍ରେ ପଡ଼ିଆ ଭିତରକୁ ଯାଇ ଅମ୍ପାୟାରଙ୍କ ସହ କଥା ମଧ୍ୟ ହୋଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପରାମର୍ଶ ମଧ୍ୟ ନେବାକୁ କହିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିଜ ଜିଦରେ ଅଟଳ ରହିଥିଲେ।

ଶେଷ ଓଭର ହାଇଡ୍ରାମା ପରେ ମ୍ୟାଚ୍‌ ହୋଇଥିଲା ଓ ରାଜସ୍ଥାନ ଏହାକୁ ୧୫ ରନ୍‌ରେ ଜିତି ନେଇଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଏପରି ଆଚରଣକୁ ଅନେକ କ୍ରିକେଟର ନାପସନ୍ଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story