ରିୟାନ ପରାଗଙ୍କ ବିସ୍ଫୋରଣ ସତ୍ତ୍ୱେ ଆରସିବିକୁ ୧୪୫ ରନ୍‌ର ଟାର୍ଗେଟ

ପୁଣେ: ଯୁବ ତାରକା ରିୟାନ ପରାଗଙ୍କ ଅପରାଜିତ ୫୬ ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୪୪ ରନ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଏହି ମ୍ୟାଚ ଜିତିବା ପାଇଁ ୧୪୫ ରନ୍‌ର ଟାର୍ଗେଟ ମିଳିଛି। ରିୟାନ ପରାଗଙ୍କ ବ୍ୟତୀତ ଅଧିନାୟକ ସଞ୍ଜୁ ସାମସନ ୨୭ ରନର ଇନିଂସ ଖେଳିଛନ୍ତି। ଚଳିତ ଆଇପିଏଲରେ ସର୍ବାଧିକ ରନ ହାସଲକାରୀ ଜୋଶ ବଟଲର ଆଜି କିନ୍ତୁ ମାତ୍ର ୮ ରନ୍ କରି […]

Riyan

Riyan

Hemant Lenka
  • Published: Tuesday, 26 April 2022
  • Updated: 26 April 2022, 09:32 PM IST

Sports

Latest News

ପୁଣେ: ଯୁବ ତାରକା ରିୟାନ ପରାଗଙ୍କ ଅପରାଜିତ ୫୬ ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ୧୪୪ ରନ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଏହି ମ୍ୟାଚ ଜିତିବା ପାଇଁ ୧୪୫ ରନ୍‌ର ଟାର୍ଗେଟ ମିଳିଛି। ରିୟାନ ପରାଗଙ୍କ ବ୍ୟତୀତ ଅଧିନାୟକ ସଞ୍ଜୁ ସାମସନ ୨୭ ରନର ଇନିଂସ ଖେଳିଛନ୍ତି। ଚଳିତ ଆଇପିଏଲରେ ସର୍ବାଧିକ ରନ ହାସଲକାରୀ ଜୋଶ ବଟଲର ଆଜି କିନ୍ତୁ ମାତ୍ର ୮ ରନ୍ କରି ଆଉଟ ହୋଇଯାଇଛନ୍ତି।

ଆଜିର ମ୍ୟାଚରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦେବଦତ୍ତ ପାଡିକ୍କଲ(୭), ରବିଚନ୍ଦ୍ରନ ଅଶ୍ୱିନ(୧୭) ଓ ବଟଲର(୮) ୩୩ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ।

ଏହାପରେ ସଞ୍ଜୁ ସାମସନ ଓ ଡାରୟଲ ମିଚେଲ କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ। ଦଳୀୟ ସ୍କୋର ୬୮ ଥିବା ବେଳେ ସାମସନ ୨୭ ରନ୍ କରି ୱାନିନ୍ଦୁ ହସରଙ୍ଗା ଡି ସିଲଭାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ମିଚେଲ(୧୬) ଓ ଶିମରନ୍‌ ହେଟମେୟର(୩) ମଧ୍ୟ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୧୦ ଥିବା ବେଳେ ଟ୍ରେଣ୍ଟ ବୋଲ୍ଟ(୫)ଙ୍କୁ ଆଉଟ କରି ହର୍ଷଲ ପଟେଲ ରାଜସ୍ଥାନକୁ ୭ମ ଝଟକା ଦେଇଥିଲେ।

ଗୋଟିଏ ପଟେ ୱିକେଟ ପଡ଼ି ଚାଲିଥିଲେ ହେଁ ରିୟାନ ପରାଗ ଅନ୍ୟପଟେ ଜବରଦସ୍ତ ବ୍ୟାଟିଂ କରିଚାଲିଥିଲେ। ସେ ଶେଷ ଓଭର୍‌ରେ ମଧ୍ୟ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଇନିଂସର ଶେଷ ବଲରେ ସେ ଛକା ମାରିବାରୁ ରାଜସ୍ଥାନ ତା’ର ଦଳୀୟ ସ୍କୋରକୁ ୧୪୪ ରନ୍‌ରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା। ପରାଗ ୩୧ ବଲରେ ଅପରାଜିତ ୫୬ ରନ୍‌ କରିଛନ୍ତି। ଏହି ଇନିଂସ୍‌ରେ ସେ ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି।

ଆରସିବି ପକ୍ଷରୁ ମହମ୍ମଦ ସିରାଜ, ଜୋଶ ହେଜେଲଉଡ ଓ ହସରଙ୍ଗା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲଙ୍କୁ ଗୋଟିଏ ୱିକେଟ ମିଳିଛି। ରାଜସ୍ଥାନର ପ୍ରସିଦ୍ଧ କ୍ରିଷ୍ଣା(୨) ରନ୍‌ ଆଉଟ ରୂପେ ପ୍ୟାଭିଲିୟନ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story