ଯୁବ ଖେଳାଳିଙ୍କ କମାଲ, ଗୋଟିଏ ପାଳିରେ ନେଲେ ୧୦ ୱିକେଟ

କେପଟାଉନ: ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ସ୍ପିନିଂ ଅଲରାଉଣ୍ଡର ସେନ ହ୍ୱାଇଟହେଡ୍‌ ବିରଳ ରେକର୍ଡ କରିଛନ୍ତି। ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ କମାଲ କରି ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି। ଜଣେ ବୋଲର ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିବା କ୍ରିକେଟରେ ବିରଳ ଘଟଣା। କିନ୍ତୁ ଏପରି କୀର୍ତ୍ତିମାନ ନୂଆ ନୁହେଁ। ଏହା ପୂର୍ବରୁ ଅନେକ କ୍ରିକେଟର ଏପରି କମାଲ କରି ସାରିଛନ୍ତି। ହ୍ୱାଇଟହେଡ୍‌ଙ୍କ ପାଇଁ ୧୦ ୱିକେଟ ନେବା ବେଶ ମହତ୍ତ୍ୱ […]

whitehead

whitehead

Hemant Lenka
  • Published: Sunday, 21 November 2021
  • Updated: 21 November 2021, 06:21 PM IST

କେପଟାଉନ: ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ସ୍ପିନିଂ ଅଲରାଉଣ୍ଡର ସେନ ହ୍ୱାଇଟହେଡ୍‌ ବିରଳ ରେକର୍ଡ କରିଛନ୍ତି। ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ କମାଲ କରି ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି। ଜଣେ ବୋଲର ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିବା କ୍ରିକେଟରେ ବିରଳ ଘଟଣା। କିନ୍ତୁ ଏପରି କୀର୍ତ୍ତିମାନ ନୂଆ ନୁହେଁ। ଏହା ପୂର୍ବରୁ ଅନେକ କ୍ରିକେଟର ଏପରି କମାଲ କରି ସାରିଛନ୍ତି। ହ୍ୱାଇଟହେଡ୍‌ଙ୍କ ପାଇଁ ୧୦ ୱିକେଟ ନେବା ବେଶ ମହତ୍ତ୍ୱ ରଖୁଛି। କାରଣ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଏପରି କରିଛନ୍ତି।

ବାମହାତୀ ସ୍ପିନ ବୋଲର ହ୍ୱାଇଟହେଡ ଏବେ ଘରୋଇ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଚାରି ଦିନିଆ ଫ୍ରାଞ୍ଚାଇଜ୍ ସିରିଜରେ ସାଉଥ ୱେଷ୍ଟର୍ଣ୍ଣ ଜିଲ୍ଲା ପାଇଁ ଖେଳୁଛନ୍ତି। ତେବେ Eastern Storm ବିପକ୍ଷରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ଏହି ମ୍ୟାଚ୍‌ରେ ହ୍ୱାଇଟହେଡ Eastern Storm ସମସ୍ତ ଖେଳାଳିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୩୬ ରନ୍‌ ଦେଇ ୧୦ ୱିକେଟ ନେଇଛନ୍ତି। ହ୍ୱାଇଟହେଡଙ୍କ ଘାତକ ବୋଲିଂ ଯୋଗୁ ପୂର୍ବାଞ୍ଚଳ ଟିମ୍ ୬୫ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସରେ ମଧ୍ୟ ସେ ୫ଟି ୱିକେଟ ନେଇଥିଲେ। ସେହିପରି ବ୍ୟାଟିଂ ବେଳେ ମ୍ୟାଚ୍‌ର ପ୍ରଥମ ଇନିଂସରେ ୬୬ ଓ ଦ୍ୱିତୀୟ ଇନିଂସରେ ୪୯ ରନ୍ କରିଥିଲେ।

ମ୍ୟାଚ୍‌ କଥାକୁ ଦେଖିଲେ ସାଉଥ ୱେଷ୍ଟର୍ଣ୍ଣ ଜିଲ୍ଲା ପ୍ରଥମ ଇନିଂସରେ ୨୪୨ ରନ୍‌ କରିଥିବା ବେଳେ Eastern Storm ୨୫୦ ରନ୍‌ କରିଥିଲା। ଏହାପରେ ସାଉଥ ଟିମ୍‌ ୧୯୩ରେ ଅଲଆଉଟ ହୋଇଥିଲା। ଫଳରେ Eastern Storm ଆଗରେ ୧୮୬ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ହ୍ୱାଇଟହେଡଙ୍କ ଘାତକ ବୋଲିଂ ଯୋଗୁ ସାଉଥ ୱେଷ୍ଟର୍ଣ୍ଣ ଟିମ୍‌ ୧୨୦ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି।

ସୂଚନାଯୋଗ୍ୟ, ହ୍ୱାଇଟହେଡଙ୍କ ପୂର୍ବରୁ ୧୯୦୬ରେ ବର୍ଟ ଭୋଗଲର ମଧ୍ୟ ଘରୋଇ କ୍ରିକେଟରେ ୧୦ ୱିକେଟ ସଫଳତା ପାଇଥିଲେ। ହ୍ୱାଇଟହେଡ୍‌ ଏଯାଏ ୧୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ବୋଲିଂ ହାର ୨୫.୬ ରହିଛି। ସେ ୨୩ଟି ଇନିଂସରେ ୪୧ଟି ୱିକେଟ୍ ନେଇଛନ୍ତି। କେବଳ ବୋଲିଂ ନୁହେଁ, ବ୍ୟାଟିଂରେ ମଧ୍ୟ ସେ କମାଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos