ବିରାଟ କୋହଲିଙ୍କ ବୟାନକୁ କାଉଣ୍ଟର କରି ପ୍ରଥମଥର ମୁହଁ ଖୋଲିଲେ ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ: ଟି-୨୦ ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବା ପ୍ରସଙ୍ଗକୁ ନେଇ ବିବାଦ ଚାଲିଥିବା ବେଳେ ଶୁକ୍ରବାର ପ୍ରଥମଥର ପାଇଁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଚେତନ ଶର୍ମା। ଭାରତୀୟ କ୍ରିକେଟ ପାଇଁ ଚୟନକର୍ତ୍ତା ଓ ବିସିସିଆଇ ଅଧିକାରୀମାନେ ବିରାଟଙ୍କୁ ପଦ ନ ଛାଡ଼ିବାକୁ ଅନୁରୋଧ କରିଥିଲେ ବୋଲି ଚେତନ ଶର୍ମା କହିଛନ୍ତି। ବିରାଟ ଟି-୨୦ ପଦ ଛାଡ଼ିବା ବେଳେ ତାଙ୍କୁ ବିସିସିଆଇ ପକ୍ଷରୁ ଏମିତି ନ କରିବାକୁ ଅନୁରୋଧ କରାଯାଇଥିଲା […]

Virat

Virat

Hemant Lenka
  • Published: Saturday, 01 January 2022
  • Updated: 01 January 2022, 09:15 AM IST

Sports

Latest News

ମୁମ୍ବାଇ: ଟି-୨୦ ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବା ପ୍ରସଙ୍ଗକୁ ନେଇ ବିବାଦ ଚାଲିଥିବା ବେଳେ ଶୁକ୍ରବାର ପ୍ରଥମଥର ପାଇଁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଚେତନ ଶର୍ମା। ଭାରତୀୟ କ୍ରିକେଟ ପାଇଁ ଚୟନକର୍ତ୍ତା ଓ ବିସିସିଆଇ ଅଧିକାରୀମାନେ ବିରାଟଙ୍କୁ ପଦ ନ ଛାଡ଼ିବାକୁ ଅନୁରୋଧ କରିଥିଲେ ବୋଲି ଚେତନ ଶର୍ମା କହିଛନ୍ତି।

ବିରାଟ ଟି-୨୦ ପଦ ଛାଡ଼ିବା ବେଳେ ତାଙ୍କୁ ବିସିସିଆଇ ପକ୍ଷରୁ ଏମିତି ନ କରିବାକୁ ଅନୁରୋଧ କରାଯାଇଥିଲା ବୋଲି ପୂର୍ବରୁ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ କହିଥିଲେ। ହେଲେ ବିରାଟ କୋହଲି ଏହାକୁ ଖଣ୍ଡନ କରିଥିଲେ। ସେ ଟି-୨୦ ଅଧିନାୟକ ପଦ ଛାଡ଼ିବା ପାଇଁ ପ୍ରସ୍ତାବ ଦେବା ପରେ ଏହାକୁ ବିସିସିଆଇ ବେଶ ସକାରାତ୍ମକ ଭାବେ ଗ୍ରହଣ କରିଥିଲା ଓ ତାଙ୍କୁ କେହି ବି ପଦ ନ ଛାଡ଼ିବା ପାଇଁ କେବେ ହେଲେ ଅନୁରୋଧ କରି ନଥିଲେ ବୋଲି ବିରାଟ କହିଥିଲେ।

ଗାଙ୍ଗୁଲିଙ୍କ ବୟାନକୁ ବିରାଟ ପରୋକ୍ଷରେ ମିଛ ବୋଲି କହିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏସବୁ ଭିତରେ ପୂରା ବିବାଦରେ ପ୍ରଥମଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା। ସେ କହିଛନ୍ତି, “ଯେତେବେଳେ ଟି-୨୦ ବିଶ୍ୱକପ ପାଇଁ ଚୟନ କମିଟି ବୈଠକ ବିସିଥିଲା ସେତେବେଳେ ବିରାଟଙ୍କ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

କାରଣ ଆଗକୁ ବିଶ୍ୱକପ ଥିବା ବେଳେ ଏହା ଖେଳାଳିଙ୍କ ମନୋବଳ ଉପରେ ପକାଇବ ବୋଲି ସମସ୍ତେ ଆଶଙ୍କା କରିଥିଲେ। ସେଦିନ ଚୟନ ପ୍ରକ୍ରିୟା ବୈଠକରେ ଉପସ୍ଥିତ ଥିବା ସବୁ ସଦସ୍ୟ ବିରାଟ କୋହଲିଙ୍କୁ ନିଜର ନିଷ୍ପତ୍ତି ସମ୍ପର୍କରେ ଆଉ ଥରେ ଚିନ୍ତା କରିବାକୁ କହିଥିଲେ।

ସବୁ ଚୟନକର୍ତ୍ତା ତାଙ୍କୁ ବିଶ୍ୱକପ ପରେ ଏପରି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ଭାରତୀୟ କ୍ରିକେଟ ପାଇଁ ତାଙ୍କୁ ନିଜ ନିଷ୍ପତ୍ତି ବଦଳାଇବାକୁ ବାରମ୍ବାର ଅନୁରୋଧ କରାଯାଇଥିଲା। ବୋର୍ଡର ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ଏହା କୁହାଯାଇଥିଲା।

ଆଗକୁ ବିଶ୍ୱକପ ଥିବା ବେଳେ ଏପରି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେବାଟା ସ୍ୱାଭାବିକ କଥା। ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲୁ। ଏଥିପାଇଁ ତାଙ୍କୁ ସମସ୍ତେ ଅଧିନାୟକ ପଦ ନ ଛାଡ଼ିବାକୁ କହିଥିଲୁ। ବିଶ୍ୱକପ ଶେଷ ହେଇଯାଉ, ଆମେ ଏ ସମ୍ପର୍କରେ ଏକାଠି ବସି ଆଉଥରେ ଆଲୋଚନା କରିବା ବୋଲି ବିରାଟଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ନିଜ ନିଷ୍ପତ୍ତିକୁ ବଦଳାଇ ନଥିଲେ। ଆମେ ସମସ୍ତେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ। ହଁ, ଏଇଟା ସତ ଯେ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ସମସ୍ତେ କହିଥିଲେ।”

ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ସମ୍ପର୍କରେ ମଧ୍ୟ ଚେତନ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବିରାଟ କୋହଲି କହିଥିଲେ ଯେ ତାଙ୍କୁ ସାମ୍ବାଦିକ ସମ୍ମିଳନୀର ୯୦ ମିନିଟ ପୂର୍ବରୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ହେଲେ ଆଜି(ଶୁକ୍ରବାର) ହିଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି।

ଆମେ ସେଦିନ ଦିନିକିଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଚୟନ କରିଥିଲୁ। କାରଣ ସିରିଜ୍ ଅଧାରୁ ଜଣଙ୍କୁ ଆମେ ଫୋନ କରି ଆପଣ ଆଉ କ୍ୟାପ୍ଟେନ ନୁହନ୍ତି ବୋଲି କହିପାରିବୁ ନାହିଁ। କାରଣ ଏହା ତାଙ୍କ କ୍ରିକେଟ କ୍ୟାରିୟର ଉପରେ କୁପ୍ରଭାବ ପକାଇବ। ତେଣୁ ଆମେ ଟେଷ୍ଟ ସିରିଜ୍ ପୂର୍ବରୁ ହିଁ ଦିନିକିଆ ଟିମର ଅଧିନାୟକ ପଦ ଘୋଷଣା କରିଥିଲୁ।

ଆମେ ଉଭୟ ବିରାଟ ଓ ରୋହିତଙ୍କୁ ବ୍ୟବସ୍ଥା ସହ ନିଜକୁ ଖାପ ଖୁଆଇବା ପାଇଁ ସମୟ ଦେଇଛୁ। ଚୟନକାର୍ତ୍ତାମାନେ ବେଶ ଭଲ ଭାବେ ବୋର୍ଡ ସହ ସମ୍ପର୍କରେ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ, ଅଧିନାୟକ ଓ ଘରୋଇ ଖେଳାଳିଙ୍କ ସହ କୌଣସି ପ୍ରକାରର କମ୍ୟୁନିକେସନ ସମସ୍ୟା ନାହିଁ। ଆମେ ୫ ଜଣ ଚୟନକର୍ତ୍ତା ଘରୋଇ କ୍ରିକେଟରଙ୍କ ସହ ମଧ୍ୟ ଯୋଗାଯୋଗ କରିଥାଉ। କାରଣ ଏହା ଆମ କାମ ଓ କର୍ତ୍ତବ୍ୟ।

ଏଠାରେ କୌଣସି ପ୍ରକାରର କମ୍ୟୁନିକେସନ ଗ୍ୟାପ ନାହିଁ। ସମୟ ପୂର୍ବରୁ ଟିମକୁ ଆମେ ସବୁ କଥା ଜଣାଉଛୁ। ସମସ୍ତ ଚୟନକର୍ତ୍ତା ମିଳିତ ଭାବେ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ଭାବେ ମନୋନୀତ କରିଥିଲେ। ତେଣୁ ଏକଥା ଆମେ ବିରାଟଙ୍କୁ ଜଣାଇ ଦେଇଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story