ୱାଶିଂଟନ ସୁନ୍ଦର ଆଉଟ, ଏହି ଖେଳାଳିଙ୍କୁ ଭାରତୀୟ ସ୍କ୍ୱାଡରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର। ଇଂଲଣ୍ଡରେ କାଉଣ୍ଟି ମ୍ୟାଚ୍‌ ଖେଳିବା ବେଳେ ୱାଶିଂଟନ ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ ଭାରତୀୟ ସ୍କ୍ୱାଡରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆରେ ସୁଯୋଗ ପାଇଛନ୍ତି ଅଲରାଉଣ୍ଡର ଶାହବାଜ ଅହମଦ। ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଥିବା ଶାହବାଜ ଦମଦାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ସୁଯୋଗ […]

washigton

washigton

Hemant Lenka
  • Published: Tuesday, 16 August 2022
  • Updated: 16 August 2022, 06:04 PM IST

Sports

Latest News

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର। ଇଂଲଣ୍ଡରେ କାଉଣ୍ଟି ମ୍ୟାଚ୍‌ ଖେଳିବା ବେଳେ ୱାଶିଂଟନ ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ ଭାରତୀୟ ସ୍କ୍ୱାଡରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆରେ ସୁଯୋଗ ପାଇଛନ୍ତି ଅଲରାଉଣ୍ଡର ଶାହବାଜ ଅହମଦ।

ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଥିବା ଶାହବାଜ ଦମଦାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ସୁଯୋଗ ମିଳିଛି। ଭାରତ ଓ ଜିମ୍ବାୱେ ମଧ୍ୟରେ ଆସନ୍ତା ୧୮, ୨୦ ଓ ୨୨ରେ ୩ଟିକିଆ ଦିନିକିଆ ମ୍ୟାଚ୍‌ ଖେଳାଯିବ। କେଏଲ ରାହୁଲ ଏହି ସିରିଜ୍‌ରେ ଭାରତର ମଙ୍ଗ ସମ୍ଭାଳିବେ। ସେହିପରି ଶିଖର ଧୱନ ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି।

ଅଗଷ୍ଟ ୧୧ରେ ମ୍ୟାଚ୍‌ ଖେଳୁଥିବା ବେଳେ ୱାଶିଂଟନ ସୁନ୍ଦର ଗୋଟିଏ ଶଟକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ବାମପଟ କାନ୍ଧରେ ଆଘାତ ଲାଗିଥିଲା। ତୁରନ୍ତ ସେ ପଡ଼ିଆ ଛାଡ଼ିବା ସହ ପ୍ରାଥମିକ ଚିକିତ୍ସା କରାଇଥିଲେ। ଏକ୍ସରେ ପରେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଜିମ୍ବାୱେ ବିପକ୍ଷ ସ୍କ୍ୱାଡରୁ ବାଦ ଦିଆଯାଇଛି।

ସୁନ୍ଦର ନିୟମିତ ଭାବେ ଆହତ ସମସ୍ୟାରେ ପଡ଼ୁଛନ୍ତି। ଏଥିପାଇଁ ସେ ୨୦୨୨ ଫେବୃଆରୀ ପରଠାରୁ ଭାରତ ପାଇଁ ମ୍ୟାଚ୍‌ ଖେଳି ପାରୁ ନାହାନ୍ତି। ଆଇପିଏଲ ସମୟରେ ମଧ୍ୟ ସେ ଆହତ ହୋଇଥିଲେ।

ଅନ୍ୟପକ୍ଷରେ ଶାହବାଜ ଆଇପିଏଲରେ ଆରସିବି ପାଇଁ ଚଳିତ ସିଜିନରେ ୧୬ଟି ମ୍ୟାଚ୍‌ ଖେଳି ୨୧୯ ରନ କରିଥିଲେ। ଏଥିସହ ସେ ୪ଟି ୱିକେଟ ମଧ୍ୟ ଦଖଲ କରିଥିଲେ। ଜୁନ ମାସରେ ସେ ବେଙ୍ଗଲ ପାଇଁ ରଣଜୀ ଟ୍ରଫିରେ ଗୋଟିଏ ଶତକ ସହ ୨୬୨ ରନ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଏବେ ଭାରତୀୟ ଟିମ୍‌ରେ ଏଣ୍ଟ୍ରୀ କରିଛନ୍ତି।

ଭାରତୀୟ ସ୍କ୍ୱାଡ: କେଏଲ ରାହୁଲ(ଅଧିନାୟକ), ଶିଖର ଧୱନ(ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ କିପର), ସଞ୍ଜୁ ସାମସନ(ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଅୱେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଦୀପକ ଚହର ଓ ଶାହବାଜ ଅହମଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story