ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ବି ବାଦ ପଡ଼ିବେ ଆଫ୍ରିଦି!

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ଆହତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଣ୍ଠୁ ଜନିତ ଆହତ ସମସ୍ୟା ଯୋଗୁ ଫାଇନାଲ ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ୧୬ତମ ଓଭର ବୋଲିଂ କରିବାକୁ ଆଫ୍ରିଦି ଅକ୍ଷମ ହୋଇଥିଲେ। ଏବେ ଏହି ସମସ୍ୟା ଯୋଗୁ ସେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ ମଧ୍ୟ ଖେଳି ନ ପାରନ୍ତି। ଆସନ୍ତା ଡିସେମ୍ବର-ଜାନୁଆରୀ ମଧ୍ୟରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଟିମ ପାକିସ୍ତାନ […]

afrid

afrid

Hemant Lenka
  • Published: Monday, 14 November 2022
  • Updated: 14 November 2022, 04:26 PM IST

Sports

Latest News

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ଆହତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଣ୍ଠୁ ଜନିତ ଆହତ ସମସ୍ୟା ଯୋଗୁ ଫାଇନାଲ ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ୧୬ତମ ଓଭର ବୋଲିଂ କରିବାକୁ ଆଫ୍ରିଦି ଅକ୍ଷମ ହୋଇଥିଲେ। ଏବେ ଏହି ସମସ୍ୟା ଯୋଗୁ ସେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ ମଧ୍ୟ ଖେଳି ନ ପାରନ୍ତି।

ଆସନ୍ତା ଡିସେମ୍ବର-ଜାନୁଆରୀ ମଧ୍ୟରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଟିମ ପାକିସ୍ତାନ ଗସ୍ତରେ ଯିବ। କିନ୍ତୁ ଏହି ଘରୋଇ ସିରିଜ୍‌ରେ ଆଫ୍ରିଦି ଖେଳିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଚଳିତ ବର୍ଷ ଜୁଲାଇ ମାସରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ଆଫ୍ରିଦି କ୍ରିକେଟରୁ ଦୂରେଇ ରହିଥିଲେ। ଏପରି କି ଏସିଆ କପ୍‌ ମଧ୍ୟ ସେ ଖେଳି ନଥିଲେ। କିନ୍ତୁ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପରେ ସେ କମବ୍ୟାକ କରିଥିଲେ। ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ରେ ତାଙ୍କର ଜଲୱା ଆଦୌ ଦେଖିବାକୁ ମିଳି ନଥିଲା। ପାକିସ୍ତାନକୁ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍‌ ଭାରତ ଓ ଜିମ୍ବାୱେ ଠାରୁ ହାରିବାକୁ ପଡ଼ିଥିଲା।

ହେଲେ ତୃତୀୟ ମ୍ୟାଚ୍‌ରୁ ଫାଇନାଲରେ ଆହତ ହେବା ଯାଏ ଆଫ୍ରିଦି ଦମଦାର ପ୍ରଦର୍ଶନ କରି ଚାଲିଥିଲେ। ଟି-୨୦ ବିଶ୍ୱକପ ଫାଇନାଲର ୧୩ତମ ଓଭରରେ ଆଫ୍ରିଦି ବେଶ ଚମତ୍କାର ଡଙ୍ଗରେ ହ୍ୟାରୀ ବ୍ରୁକଙ୍କ ଶଟକୁ କ୍ୟାଚ୍‌ କରିଥିଲେ। ହେଲେ ଏହି ସମୟରେ ତାଙ୍କ ଆଣ୍ଠୁ ମକଚି ହୋଇ ଯାଇଥିଲା। ଗୋଟିଏ ଓଭରର ବିଶ୍ରାମ ପରେ ସେ ପଡ଼ିଆକୁ ଫେରିଥିଲେ। ଇଂଲଣ୍ଡକୁ ୩୦ ବଲରେ ୪୧ ରନ ଦରକାର ଥିବା ବେଳେ ଆଫ୍ରିଦି ସବୁ କଷ୍ଟ ସହି ବୋଲିଂ କରିବାକୁ ଆସିଥିଲେ।

କିନ୍ତୁ ସେ ମାତ୍ର ଗୋଟିଏ ବଲ ପକାଇବାକୁ ସକ୍ଷମ ହୋଇଥିଲେ। ତାଙ୍କ ଆହତ ସମସ୍ୟା ବଢ଼ିବାରୁ ତାଙ୍କୁ ଅଧାରୁ ହିଁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ତାଙ୍କ ଆହତ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଇଂଲଣ୍ଡ ୫ ୱିକେଟରେ ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ ମଧ୍ୟ ଜିତିଥିଲା।

ଅନ୍ୟପକ୍ଷରେ ଆଫ୍ରିଦି ଆହତ ହୋଇଥିବାରୁ ହରିଶ ରୌଫ ପାକିସ୍ତନ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସୀମିତ ଓଭରରେ ରୌଫ ଦମଦାର ପ୍ରଦର୍ଶନ କରୁଛନ୍ତି। ଏବେ ଆଫ୍ରିଦି ନଥିବାରୁ ରୌଫଙ୍କ ଉପରେ ଦଳର ପେସ୍‌ ବାହିନୀ ନିର୍ଭର କରିବ। ଅବଶ୍ୟ ଏଯାଏ ପାକିସ୍ତାନ କ୍ରିକେଟ ବୋର୍ଡ ଆଫ୍ରିଦିଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା କହିନି। କିନ୍ତୁ ସୂତ୍ର ଅନୁସାରେ ଆଫ୍ରିଦି ବେଶ କିଛି ଦିନ କ୍ରିକେଟରୁ ଦୂରେଇ ରହିବା ନିଶ୍ଚିତ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos