ଚେନ୍ନାଇକୁ ୧୮୮ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ମୁମ୍ବାଇ: ଶିଖର ଧୱନଙ୍କ ଅପରାଜିତ ୫୯ ବଲରେ ୮୮ ରନ୍‌ ବଳରେ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୮୭ ରନ୍‌ କରିଛି। ଫଳରେ ଚେନ୍ନାଇକୁ ଚଳିତ ଆଇପିଏଲରେ ତୃତୀୟ ବିଜୟ ପାଇଁ ୧୮୮ ରନ୍‌ର ଟାର୍ଗେଟ ମିଳିଛି। ଧୱନଙ୍କ ବ୍ୟତୀତ ପଞ୍ଜାବ ପାଇଁ ଭାନୁକା ରାଜପକ୍ଷ ୪୨ ଓ ଲିଆମ ଲିଭିଙ୍ଗଷ୍ଟୋନ ୭ ବଲରେ ୧୯ ରନ୍‌ର ଇନିଂସ ଖେଳିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ୩୭ ରନ୍‌ରେ […]

Sikhar

Sikhar

Hemant Lenka
  • Published: Monday, 25 April 2022
  • Updated: 25 April 2022, 09:30 PM IST

Sports

Latest News

ମୁମ୍ବାଇ: ଶିଖର ଧୱନଙ୍କ ଅପରାଜିତ ୫୯ ବଲରେ ୮୮ ରନ୍‌ ବଳରେ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୮୭ ରନ୍‌ କରିଛି। ଫଳରେ ଚେନ୍ନାଇକୁ ଚଳିତ ଆଇପିଏଲରେ ତୃତୀୟ ବିଜୟ ପାଇଁ ୧୮୮ ରନ୍‌ର ଟାର୍ଗେଟ ମିଳିଛି। ଧୱନଙ୍କ ବ୍ୟତୀତ ପଞ୍ଜାବ ପାଇଁ ଭାନୁକା ରାଜପକ୍ଷ ୪୨ ଓ ଲିଆମ ଲିଭିଙ୍ଗଷ୍ଟୋନ ୭ ବଲରେ ୧୯ ରନ୍‌ର ଇନିଂସ ଖେଳିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ୩୭ ରନ୍‌ରେ ଅଧିନାୟକ ମୟଙ୍କ ଅଗ୍ରୱାଲ(୧୮)ଙ୍କୁ ହରାଇଥିଲା। ତେବେ ଦ୍ୱିତୀୟ ୱିକେଟ ପାଇଁ ରାଜପକ୍ଷ ଓ ଧୱନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୧୦ ରନ୍‌ର ଭାଗିଦାରୀ କରିଥିଲେ। ଧୱନ ମଧ୍ୟ ଏହି ସମୟରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ସେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ କ୍ରିକେଟ ଭାବେ ଆଇପିଏଲରେ ୬ ହଜାର ରନ୍‌ ମଧ୍ୟ ଆଜି ପୂରଣ କରିଛନ୍ତି।

ରାଜପକ୍ଷ ମଧ୍ୟ ଆଜି ଭଲ ଇନିଂସ ଖେଳିଛନ୍ତି। ସେ ୩୨ ବଲର ସାମ୍ନା କରି ୨ଟି ଚୌକା ଓ ୨ଟି ଛକା ବଳରେ ୪୨ ରନ୍‌ କରିଛନ୍ତି। ତାଙ୍କ ୱିକେଟ ବ୍ରାଭୋ ନେବା ପରେ କ୍ରିଜ୍‌କୁ ଆସିଥିଲେ ଲିଭିଙ୍ଗଷ୍ଟୋନ। ଆରମ୍ଭରୁ ହିଁ ସେ ବଡ଼ ଶଟ ଖେଳିଥିଲେ। ଧୱନ ମଧ୍ୟ ଅନ୍ୟ ଏଣ୍ଡରୁ ବଡ଼ ଶଟ ମାରିଥିଲେ।

କିନ୍ତୁ ଦଳୀୟ ସ୍କୋର ୧୭୪ ଥିବା ବେଳେ ଲିଭିଙ୍ଗଷ୍ଟୋନ ୧୯ ରନ୍‌ କରି ବ୍ରାଭୋଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହି ଦ୍ରୁତ ଇନିଂସରେ ସେ ୨ଟି ଛକା ଓ ଗୋଟିଏ ୪ ମାରିଛନ୍ତି। ଶେଷ ଭାଗରେ ଜନ୍ନି ବେୟାରଷ୍ଟୋ ୩ ବଲରେ ଗୋଟିଏ ଚୌକା ସହ ୬ ରନ୍‌ କରିଥିଲେ। ସେ ଶେଷ ବଲରେ ଦୁଇ ରନ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ରନ ଆଉଟ ହୋଇ ଯାଇଥିଲେ। ଶେଷରେ ପଞ୍ଜାବ ମଧ୍ୟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୮୭ ରନ୍‌ରେ ଅଟକି ଥିଲା। ଅପରାଜିତ ୮୮ ରନ୍‌ କରିଥିବା ଧୱନ ୨ଟି ଛକା ଓ ୯ଟି ଚୌକା ମାରିଛନ୍ତି।

ଚେନ୍ନାଇ ପକ୍ଷରୁ ମହେଶ ଥିକସାନା ଗୋଟିଏ ୱିକେଟ ନେଇଥିବା ବେଳେ ବ୍ରାଭୋଙ୍କ ଖାତାକୁ ଦୁଇଟି ୱିକେଟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos